Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 23-04-2021
Share:

By Village Missionary Movement

Friday, 23-Apr-2021

ଆଜିର ବାକ୍ୟ (Oriya) 23-04-2021

କ୍ଷମାର ଆରମ୍ଭ 

“ପରସ୍ପର ପ୍ରତି ସହନଶୀଳ ହୁଅ ଆଉ ଯଦି କାହାରି କାହାରି ବିରୁଦ୍ଧରେ କୌଣସି କଥା ଥାଏ, ତେବେ ଏକକୁ ଆରେକ କ୍ଷମା କର; ପ୍ରଭୁ ଯେପରି ତୁମ୍ଭମାନଙ୍କୁ କ୍ଷମା କରିଅଛନ୍ତି, ତୁମ୍ଭେମାନେ ମଧ୍ୟ ସେହିପରି କର ।“ - କଲସୀୟ 3:13

ଆମେରିକାର ଆଇଡାହୋ ମହାନଗରରେ ହେରି ଆରଚେର ନାମକ ବ୍ୟକ୍ତି ସେହି ନଗରକୁ ଗୋଭରନ ଭାବରେ ଥିବା ପ୍ରାଙ୍କ ସ୍ତୁଡାନ ବର୍ଗ ନାମକ ବ୍ୟକ୍ତିଙ୍କୁ ବୋମା ଦ୍ଵାରା ହତ୍ୟା କରାଯାଇଥିଲା !ତାଙ୍କୁ ଆଜୀବନ କାରାଗାର ଦଣ୍ଡ ଦିଆଯାଇ ଥିଲା !ଜଣେ ଚିକିତ୍ସକ ଚିକାଗୋ ଠାରୁ ଏକ ବାଇବଲକୁ ତାଙ୍କୁ ପଠାଇଲା !ସେଥିପାଇଁ ତାଙ୍କୁ କିଛି ବି ଇଚ୍ଛା ନ ଥିଲା !ସେହି ବାଇବଲକୁ ସେ ଛୁଇବି ନ ଥିଲା !ହେଲେ ମଧ୍ୟ ସେହି କଳା ରଙ୍ଗ ବହି ପ୍ରତି ତାଙ୍କର ଇଛା ଲାଗିବା ସେ ବୁଝି ପାରିଲା !ହଠାତରେ ଦିନେ ସେହି ବାଇବଲକୁ ସେହି ବଖରାରୁ କାଡ଼ି ଦେବା ପାଇ ସେଠାକାର ଅଧିକାରୀଙ୍କୁ କହିଲା !କଣ ହେଲା କେଜାଣି ମାତ୍ର ଆଉ ଥରେ ତାହାକୁ ଆଣି ତାହା ପଢିବା ଆରମ୍ଭ କଲା !ପବିତ୍ର ଆତ୍ମା କାର୍ଯ୍ୟ କରିବା ଆରମ୍ଭ କଲା !

ଗୋଟିଏ ଦିନରେ ହେରିଙ୍କୁ ଦେଖିବାକୁ ଜଣେ ଯୁବକ ଆସିଲା !ସେ କହିଲା ଆମ ମାଆ  ଏହା ତୁମକୁ ଦେବାକୁ ମୋତେ ପଠାଇଛି କହି ଗୋଟିଏ ପାରସଲଟି ଦେଲା !ସେହି ପାରସଲରେ ଲେଖା ଯାଇଥିଲା କି ଯେ, ତୁମେ କରି ଥିବା ଦୋଷକୁ କ୍ଷମା ଦିଆ ଯାଇଛି !ସେହି ପାରସଲରେ" ଖ୍ରୀଷ୍ଟଙ୍କ ନିକଟକୁ ଯିବା ପାହାଚ "ନାମକ ଏକ ପୁସ୍ତକ ଥିଲା !ସେହି ଯୁବକ କେହିବି ନୁହେଁ,  ସେ ହେରିଙ୍କ ଦ୍ଵାରା ହତ୍ୟା ହୋଇଥିବା ଗୋଭନରଙ୍କର ପୁଅ ଅଟେ !ହେରି ସେହି ବହିଟି ପଡି ତାଙ୍କର ଜୀବନକୁ ଯୀଶୁଙ୍କୁ ସମର୍ପିତ କଲା !ତାପରେ ଗୋଭନରଙ୍କ ସ୍ତ୍ରୀ ହେରିଙ୍କୁ ଦେଖାଦେଇ ଅନେକ ଆତ୍ମୀୟ ପୁସ୍ତକ ଦେଲା !ପ୍ରକୃତ ମନ ପରିବର୍ତ୍ତନ ହୋଇ କାରାଗାରରୁ ବାହାରକୁ ଆସି ସମର୍ପଣ ଖ୍ରୀଷ୍ଟିଆନ ଭାବେ ପ୍ରକୃତ ସାକ୍ଷୀ ହୋଇ ହେରି ଜୀବନଯାପନ କଲା !

ପବିତ୍ର ବାଇବଲରେ ତାଙ୍କୁ ବିରୋଧ କରିଥିବା ଲୋକଙ୍କୁ ପୂର୍ଣ୍ଣ ଭାବରେ କ୍ଷମା ଦେଇ ଗ୍ରହଣ କରିବା ବିଷୟରେ ପଡ଼ୁଛୁ !ଯୋଶେଫ, ଦାଉଦ, ସ୍ଥିଫାନ ଏମିତି ଅନେକ ଅଛନ୍ତି !ଏମାନେ ତାଙ୍କୁ ବିରୋଧୀ କରିଥିବା ଲୋକଙ୍କୁ, ପ୍ରତିରୋଧ  ନ କରି କ୍ଷମା ଦେଇ ଛାଡି ଦେଇଛନ୍ତି !ସମସ୍ତଠାରୁ ଯୀଶୁଙ୍କୁ କୃଶରେ ଛଡାଇ, ମୁହଁରେ ଛେପ ଦେଇ, କରୋଡାରେ ମାରିଥିବା, ସମସ୍ତଙ୍କ ନିମନ୍ତେ ଯୀଶୁ ପିତାଙ୍କ ନିକଟରେ ବିନତି କରୁଛନ୍ତି !ପିତା ଏମାନଂକୁ କ୍ଷମା କର, ସେମାନେ କଣ କରୁଛନ୍ତି ତାହା ସେମାନେ ଜାଣିନାହାନ୍ତି କହି ପ୍ରାର୍ଥନା କରୁଛନ୍ତି !

ପ୍ରଭୁଙ୍କ ଠାରେ ମୋର  ପ୍ରିୟଗଣ, ଆମକୁ ବିରୋଧୀ କରିଥିବା ଲୋକଙ୍କୁ ଅବା ଆମକୁ ଦ୍ରୋହି କରିଥିବା ଲୋକଙ୍କ ପାଇଁ ପ୍ରାର୍ଥନା କରୁଛୁ କି ? ପ୍ରାର୍ଥନା କଲେ ସେମାନଙ୍କୁ କ୍ଷମା କରିବା ସହଜ ହୋଇଯିବ !କ୍ଷମା ଦେବା ଦ୍ଵାରା ସେମାନଙ୍କ ଆତ୍ମା ଉପରେ ଆମକୁ ଦୟା ଜାତ ହେବ !ସେମାନେ ପରିତ୍ରାଣ ହେବାକୁ ପଡିବ ବୋଲି ପ୍ରାର୍ଥନାରେ, ଆମେ ଚେଷ୍ଟା କରିବା !ଯାହାକୁ ମଧ୍ୟ ପରିତ୍ରାଣ କରିବାକୁ ଶକ୍ତିଶାଳୀ ପ୍ରଭୁ ସେମାନଙ୍କୁ ପରିତ୍ରାଣ କରିବେ !ହଁ କ୍ଷମାର ଆରମ୍ଭ ପ୍ରାର୍ଥନାରେ ଆରମ୍ଭ ହେବାକୁ ଦିଅନ୍ତୁ !
-    ପି. ଶିବ 

ପ୍ରାର୍ଥନା କରନ୍ତୁ :-
ଗ୍ରାମରେ ସେବା କରୁ ଥିବା ଯୁବକ ଓ ଛୋଟ ପିଲାମନେ ଯୀଶୁଙ୍କୁ ତ୍ୟାଗ କରି ପଛକୁ ନ ଫେରିବା ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet