Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 20-12-2024
Share:

By Village Missionary Movement

Friday, 20-Dec-2024

ଆଜିର ବାକ୍ୟ (Oriya) 20-12-2024

 

ତୁମର ଶତ୍ରୁ ପାଇଁ ପ୍ରେମ 

 

“ପୁଣି, ଯେଉଁମାନେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ପ୍ରେମ କଲେ ତୁମ୍ଭେମାନେ କି ଅନୁଗ୍ରହ ପାଇବ ? କାରଣ ପାପୀମାନେ ସୁଦ୍ଧା ଆପଣା ଆପଣା ପ୍ରେମକାରୀମାନଙ୍କୁ ପ୍ରେମ କରନ୍ତି !” - ଲୂକ ୬:୩୨

 

1950 ମସିହାରେ ଯେତେବେଳେ ଯୁଦ୍ଧ ଆରମ୍ଭ ହେଲା,ଡ଼ଃ .କିମ ଦକ୍ଷିଣ କୋରିଆ ସେନାରେ ଯୋଗ ଦେଇ ତାଙ୍କ ଦେଶ ପାଇଁ ଲଢ଼ିଥିଲେ ! କିନ୍ତୁ ଯୁଦ୍ଧର ବାତାବରଣ ଦେଖି ସେ ଆଶ୍ଚର୍ଯ୍ୟ ହୋଇଜେଥିଲେ ! ଯେତେବେଳେ ସେ ଦେଖିଲେ ତାଙ୍କ ସାଙ୍ଗମାନେ ଯୁଦ୍ଧରେ ମରୁଛନ୍ତି, ମୃତ୍ୟୁ ଭୟ ତାଙ୍କୁ ଭୟଭୀତ କଲା ! ସେ ତାଙ୍କ ଜୀବନ ପାଇଁ ଇଶ୍ବରଙ୍କ ନିକଟରେ ପ୍ରାର୍ଥନା କଲେ ! ସେ ସ୍ଥିର କଲେ ଯେ ଯଦି ସେ ବଞ୍ଚି ଯାଆନ୍ତି, ତେବେ ସେ ନିଜ ଶତ୍ରୁମାନଙ୍କୁ ଭଲ ପାଇବା ଶିଖିବେ ! ଇଶ୍ବର ସେହି ପ୍ରାର୍ଥନାକୁ ଉତ୍ତର ଦେଲେ ! ସେ ମଧ୍ୟ ଅନୁଗ୍ରହ ଦ୍ୱାରା ଉଦ୍ଧାର ହୋଇଥିଲେ ! ସେ ନିଜକୁ ପ୍ରଭୁଙ୍କ ନିକଟରେ ସମର୍ପିତ କରି ଉତ୍ତର କୋରିଆ ଏବଂ ଚୀନ୍‌ର ଅନାଥ ପିଲାମାନଙ୍କୁ ଯତ୍ନ ନେଉଥିଲେ ! ଏହା ମାଧ୍ୟମରେ ସେ ଅନେକ ବନ୍ଧୁ ସୃଷ୍ଟି କରିଥିଲେ ଯେଉଁମାନେ ପୂର୍ବରୁ ତାଙ୍କୁ ଶତ୍ରୁ ଭାବରେ ବିବେଚନା କରିଥିଲେ ! 

 

କିନ୍ତୁ ବାଇବଲରେ ଭବିଷ୍ୟ‌ଦ୍‌ବକ୍ତା ଯୂନସ ଏକ ଭିନ୍ନ ଚିହ୍ନ ଛାଡିଥିଲେ ! ମାଛର ପେଟରୁ ଉଦ୍ଧାର ହେବାର ଚମତ୍କାର କାର୍ଯ୍ୟ ମଧ୍ୟ ତାଙ୍କ ମତ ବଦଳାଇ ନଥିଲା ! ଯଦିଓ ସେ ଶେଷରେ ଇଶ୍ବରଙ୍କ କଥା ମାନିଥିଲେ, କିନ୍ତୁ କହିଥିଲେ ଯେ ନୀନିବୀବାସୀଙ୍କୁ ପରମେଶ୍ୱର ଦୟା ଦେଖାଇବା ଅପେକ୍ଷା ତାଙ୍କ ମୃତ୍ୟୁ ହେବା ଭଲ ହେବ ! ଯୂନସ ନୀନିବୀମାନଙ୍କ ଉପରେ ଏତେ କ୍ରୋଧିତ ଥିଲେ, ଯେଉଁମାନେ ସେମାନଙ୍କର ଡାହାଣ ହାତ ଏବଂ ବାମ ହାତ ମଧ୍ୟରେ ପାର୍ଥକ୍ୟ ଜାଣି ନଥିଲେ, ତେଣୁ ସେ ସେମାନଙ୍କୁ ଭଲ ପାଇବାରେ ଅସମର୍ଥ ହୋଇଥିଲେ !

 

ପ୍ରିୟ ବନ୍ଧୁଗଣ,ଆମେ ନିଜ ବିଷୟରେ ଚିନ୍ତା କରିବା ! ଡକ୍ଟର କିମଙ୍କ ପରି ଯେଉଁମାନେ ଆମକୁ ଘୃଣା କରନ୍ତି ଆମେ ସେମାନଙ୍କୁ ଭଲପାଇ ପାରିବା କି ? ଇଶ୍ବର ଯେପରି ଆମକୁ ଦୟା ଦେଖାଇଲେ ଆମ ଶତ୍ରୁମାନଙ୍କୁ ଭଲ ପାଇବା ପାଇଁ ଆମେ ଇଶ୍ବରଙ୍କ ଶକ୍ତି ଖୋଜୁ କି ? ଇଶ୍ୱର ଆମ ପ୍ରତି ଦେଖାଉଥିବା କରୁଣା ଆମେ ଆମ ଶତ୍ରୁଙ୍କୁ ଦେଖାଉଛୁ କି ? ଯେତେବେଳେ ଆୟୁବ ତାଙ୍କ ସାଙ୍ଗମାନଙ୍କ ପାଇଁ ପ୍ରାର୍ଥନା କଲେ, ପ୍ରଭୁ ଆୟୁବଙ୍କ ଅବସ୍ଥା ପରିବର୍ତ୍ତନ କଲେ ! କିନ୍ତୁ ଯୂନସଙ୍କ ମନୋଭାବ ସମ୍ପୂର୍ଣ୍ଣ ଭିନ୍ନ ଥିଲା ! ଆମ ବିଷୟରେ କ’ଣ ? ଚାଲନ୍ତୁ ଭାବିବା ! ଆମ ହୃଦୟରେ ଇଶ୍ବରଙ୍କ ପ୍ରେମ ଅଛି କି? ପ୍ରେମ ସବୁ ଜିନିଷ ବହନ କରେ, ସବୁ ଜିନିଷକୁ ବିଶ୍ୱାସ କରେ, ସବୁକିଛି ଆଶା କରେ, ସବୁ ଜିନିଷ ସହିଥାଏ ! ଚାଲ ପ୍ରେମରେ ରହିବା ! ଅନ୍ୟମାନଙ୍କୁ ଭଲ ପାଇବା, ଏବଂ ନିଜକୁ ଜଗତର ସାକ୍ଷୀ ଭାବରେ ବଞ୍ଚିବା ପାଇଁ ଉତ୍ସର୍ଗ କରିବା ! ଆମେନ୍ !

- ଶ୍ରୀମତୀ ଏ.ବେଉଲା 

 

ପ୍ରାର୍ଥନା ଅନୁରୋଧ:-

ଆମ କ୍ୟାମ୍ପସରେ ହେବାକୁଥିବା ଖ୍ରୀଷ୍ଟମାସ ସୁସମାଚାର ସଭା ପାଇଁ କରାଯାଉଥିବା ପ୍ରୟାସ ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al deneme bonusu deneme bonusu veren siteler online casino online casino Piabet Piabet Giriş Ngsbahis Ngsbahis Giriş İnterbahis İnterbahis Giriş Klasbahis Klasbahis Giriş Coinbar Coinbar Giriş Limanbet Limanbet Giriş İmajbet İmajbet Giriş Restbet Restbet Giriş Matbet Matbet Giriş Jasminbet Jasminbet Giriş Belugabahis Belugabahis Giriş Online casino nz Best payout online casino nz jojobet jojobet giriş jojobet güncel giriş meritking meritking giriş meritking güncel giriş perabet perabet giriş perabet güncel giriş holiganbet holiganbet giriş holiganbet güncel giriş Meritking Perabet Holiganbet jojobet jojobet giriş jojobet güncel giriş bahsegel bahsegel bahsegel bahsegel bahsegel perabet perabet giriş perabet perabet giriş holiganbet holiganbet giriş holiganbet holiganbet giriş belugabahis matbet romabet alobet alobet giriş bahissenin bahissenin giriş bayconticasino bayconticasino giriş atlasbet atlasbet giriş betcio betcio giriş grandpashabet grandpashabet giriş marsbahis marsbahis giriş