Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 17-05-2021
Share:

By Village Missionary Movement

Monday, 17-May-2021

ଆଜିର ବାକ୍ୟ (Oriya) 17-05-2021

ତୁମ୍ଭଙ୍କୁ ନ ଜଣାଇ 

“ଏହେତୁ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ରବରେ କର୍ଣ୍ଣପାତ କରିବ ଓ ଆଜି ମୁଁ ତାହାଙ୍କର ଯେଉଁ ସମସ୍ତ ଆଜ୍ଞା ଓ ବିଧି ତୁମ୍ଭକୁ ଆଜ୍ଞା କରୁଅଛି, ତାହା ପାଳନ କରିବ।“ - ଦ୍ୱିତୀୟ ବିବରଣ ପୁସ୍ତକ 27:10

ଜଣେ ମାଆକୁ ତିନୋଟି ସନ୍ତାନ ଥିଲେ !ତିନୋଟି ସନ୍ତାନକୁ ଜଣ ପିଛା ଗୋଟିଏ ସେଓ ଦେଇ, ସେହି ମାଆ କହିଲା, ତୁମେ ତିନି ଜଣ କେହି ଜାଣି ନ ପାରିଲା ପରି ଖାଇବାକୁ ହେବ !ସନ୍ଧ୍ୟାରେ ଆସି କେମିତି ଖାଇଲ ମୋତେ କହିବ !ସେଓ ପାଇବା କ୍ଷଣି ତିନି ଜଣଯାକ ଖୁସିରେ ଚାଲିଗଲେ !ବଡ଼ ଭାଇ ବଗିଚାକୁ ଯାଇ ଚାରି ପଟ ଘୁରି ବୁଲି ଦେଖିଲା, କେହି ନ ଥିଲେ !ତେଣୁ ସେଓ ଖାଇବା ଆରମ୍ଭ କଲା !ଦ୍ୱିତୀୟ ଝିଅଟି ଭଣ୍ଡାର ପ୍ରକୋଷ୍ଟକୁ   ଯାଇ ଏଠାରେ କେହି ମୋତେ ଦେଖି ପାରିବେ ନାହଁ ବୋଲି ସେଓ ଖାଇଦେଲା !ତୃତୀୟ ଜଣକୁ କେଉଁଠି ବି ଲୁଚିବା ପାଇ ସ୍ଥାନ ନାହିଁ !ସନ୍ଧ୍ୟାରେ ତିନି ଜଣ ମାଆଙ୍କ ନିକଟକୁ ଆସିଲେ !ପ୍ରଥମ ଦୁଇ ଜଣ ସେମାନେ ସେଓ ଖାଇବା ବିଧାନ ମାଆଙ୍କ ନିକଟରେ ବ୍ୟାଖ୍ୟା କଲେ !ଶେଷ ଜଣକ କହିଲା ମାଆ ଯେଉଁଠି ହେଲେ ମଧ୍ୟ ଯୀଶୁ ବାପା ମୋତେ ଦେଖୁଥାନ୍ତି !ତେଣୁ ଯୀଶୁବାପାଙ୍କୁ ଲୁଚାଇ ମୁ ଆଉ ସେଓ ଖାଇ ପାରିଲିନି !

ଏହି ଛୋଟ ଭାଇକୁ ରହିଥିବା ଜ୍ଞାନ ଆଉ କାହାକୁ ନ ଥିଲା !ଅଦମଙ୍କ ଠାରୁ ଆରମ୍ଭ କରି ଅଜି ପର୍ଯ୍ୟନ୍ତ ରହିଥିବା ମାନବ ଜାତିକୁ ଏହା ନ ଥିଲା !ଅଦମ ତୁମେ କେଉଁଠି ? ପରମେଶ୍ୱରଙ୍କ ସ୍ୱର ଶୁଭିଲା !ଅଦାମ କେଉଁଠି ଥିବା ବ୍ୟକ୍ତି ଦିନ ବେଳା ଶୀତଳ ସମୟରେ ପରମେଶ୍ୱରଙ୍କ ସହିତ ସମୟ ବିତାଇବା ବ୍ୟକ୍ତି କିନ୍ତୁ ତାର ପରିସ୍ଥିତି କଣ ଥିଲା ? ( ଏବ୍ରି :-2:7 )ଅନୁଯାୟୀ  ତୁମ୍ଭେ ଦୂତମାନଙ୍କଠାରୁ ତାହାକୁ ଅଳ୍ପ ନ୍ୟୂନ କରିଅଛ, ତୁମ୍ଭେ ତାହାକୁ ଗୌରବ ଓ ସମ୍ଭ୍ରମରୂପ ମୁକୁଟରେ ଭୂଷିତ କରିଅଛ,ସମସ୍ତ ତାଙ୍କ ଅଧିକାରରେ ଥିଲା !ମାତ୍ର ପରମେଶ୍ୱରଙ୍କ ସ୍ୱର ଶୁଣି ଲୁଚିଛି କହୁଛି !କେତେ ପରିତାପର ବିଷୟ ? ଏପରି ପରମେଶ୍ୱରଙ୍କ ଆଜ୍ଞାକୁ ଛାଡି ଚାଲିଯିବା ମହାପାପ ଅଟେ !

ମୋର ପ୍ରିୟ ବନ୍ଧୁଗଣ, ପରମେଶ୍ୱର ଆମକୁ ଦେଇ ଥିବା ଗୌରବ କେତେ ମହାନ ବୋଲି କେବେ ଗ୍ରହଣ କରିଛ କି ?  ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ଉତ୍ଥାପିତ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ତାହାଙ୍କ ସହିତ ସ୍ୱର୍ଗରେ ଉପବେଶନ କରାଇଅଛନ୍ତି,(ଏଫିସିୟ :-2:6 )ରେ କୁହାଯାଇଛି !କେତେ ମହାନ ଭାଗ୍ୟବାନ ଦେଖନ୍ତୁ !ଏତେ ବଡ଼ ଗୌରବକୁ ଗ୍ରହଣ କରି ମଧ୍ୟ ଅଦାମ ଓ ହବାଙ୍କ ସଦୃଶ୍ୟ ଜଗତର ଆଶା, ଚକ୍ଷୁର ଆଶା,  ଜୀବନ ଜୀବିକାର ଆଶା କରି ପରମେଶ୍ୱରଙ୍କୁ ଛାଡି ଦୁରକୁ ଚାଲି ଯାଇଛୁ କି ? ସେହିପରି ହେଲେ ସଂଗେ ସଂଗେ ମନ ପରିବର୍ତ୍ତନ କରିବା !ତାଙ୍କ ସହିତ ସମାଧାନ ହୋଇ,  ତାହାଙ୍କ ସହିତ ରହିବାକୁ ଚେଷ୍ଟା କରିବା !ହାଲେଲୁଆ !
-    ଭଉଣୀ.ଏ. ବିହୁଲା 

ପ୍ରାର୍ଥନା କରନ୍ତୁ :-
ଛତିଶଗଡ, ଆନ୍ଧ୍ର ଓ ଓଡିଶା ଠାରୁ ବାଇବଲ କଲେଜକୁ ଆସିଥିବା ବିଦ୍ୟାର୍ଥୀ ମାନେ ଯେପରିକି ଉଚ୍ଚାହର ସହିତ ଶ୍ରେଣୀରେ ଉପସ୍ଥିତ ହେବେ ଏବଂ ଅତ୍ମୀୟତା ଜୀବନରେ ବଡିପାରିବେ ଏଥିନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş matbet giriş matbet matbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom giriş deneme bonusu casibom vaycasino vaycasino giriş meritking meritking giriş cratosroyalbet realbahis realbahis giriş casibom casibom giriş casibom casibom giriş imajbet imajbet giriş imajbetapp grandpashabet grandpashabet giriş grandpashabet güncel bets10 bets10 giriş bets10 güncel giriş matbet matbet giriş alobet betmartin pashagaming ultrabet lunabet betzula meritking jojobet jojobet jojobet jojobet jojobet betgit radissonbet grandpashabet romabet nesinecasino grandpashabet casibom