Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 22-05-2021
Share:

By Village Missionary Movement

Saturday, 22-May-2021

ଆଜିର ବାକ୍ୟ (Oriya) 22-05-2021

ପରିବର୍ତ୍ତନ ଆବଶ୍ୟକ 

“ତୁମ୍ଭେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଯେପରି ତୁମ୍ଭେମାନେ ଈଶ୍ୱରଙ୍କ ଇଚ୍ଛା କ'ଣ, ଅର୍ଥାତ୍‍ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କ'ଣ, ଏହା ପରୀକ୍ଷା କରି ଜାଣି ପାର, ଏଥି ନିମନ୍ତେ ଆପଣା ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ ।“ - ରୋମୀୟ 12:2

ଜଣେ ଚଗଲା ବାଳକ ତାଙ୍କ ସାଙ୍ଗମାନଙ୍କ ସହିତ ସାହିରେ ଖେଳିବା ବେଳେ ଲୁଚିବାକୁ ଗୋଟିଏ ଉତ୍ତମ ସ୍ଥାନ ଖୋଜିଲା !ସେ ପାଖରେ ଥିବା ଦେବାଳୟ ଦେଖିଲା !ଓ ଏହା ଖ୍ରୀଷମାସ ସମୟରେ ଯିବା ଚର୍ଚ୍ଚ ବୋଲି ଆଲୋଚନା କରି ଧାଇଁ ଧାଇଁ ଭିତରକୁ ଯାଇ ଲୁଚିବାକୁ ଚେଷ୍ଟା କଲା !ସେଠାରେ ଥିବା ପାଲକ ତାହା ଦେଖି ସେ ତାଙ୍କୁ ନିକଟକୁ ଡାକି ତାକୁ ବସାଇ ତାଙ୍କୁ ପ୍ରଶ୍ନ ପଚାରିଲା,  ପରମେଶ୍ୱର କେଉଁଠି ? ବାଳକ ଜଣକ ତାହାର ଉତ୍ତର କଣ ହେବ ଜାଣିପାରିଲିନି !ଆଉଥରେ ପରମେଶ୍ୱର କେଉଁଠି ବୋଲି ଉଚ୍ଚସ୍ୱରରେ ପଚାରିବାରୁ ସେହି ବାଳକ ଭୟ କରି ଝାଳ ବୁହାଇଲା !ତୃତୀୟ ଥର ମଧ୍ୟ ପାଲକ ତାଙ୍କ ଆଡକୁ ଚାହିଁ ବେଦୀର  ଉପରେ  ହାତ ବାଡ଼େଇ ରାଗରେ ପଚାରିବାରୁ ସେହି ବାଳକ ଭୟରେ ଧାଇଁ ଧାଇଁ ବାହାରକୁ ଫେରିଗଲା !ତାହାର ବଡ଼ ଭାଇ ତାହା ଦେଖି ସେ ପଚାରିଲା,  ଭାଇ ତୁମେ କାହିଁକି ଏପରି ଝାଳ ବୁହାଇ କେଉଁଠାରୁ ଆସୁଅଛ ? ସେଥିପାଇଁ ସେ ବାଳକ କହିଲା,  ନନା ଆମେ ବହୁତ ସମସ୍ୟାରେ ଛନ୍ଦି ହୋଇଯାଇଛୁ !ଏଇଥର ପରମେଶ୍ୱର ଦେଖା ଯାଇ ନାହାନ୍ତି, ଆମେହିଁ ପ୍ରଭୁଙ୍କୁ ଚୋରାଇ ଅଛୁ ବୋଲି ସନ୍ଦେହ କରୁଛନ୍ତି !

ଏହା ଗୋଟିଏ ହାସ୍ୟାସ୍ପଦ କାହାଣୀ ପରି ଥିଲେ ମଧ୍ୟ,  ଆଲୋଚନା କରିବାକୁ ହେବ !ଆମ ଜୀବନରେ ପରମେଶ୍ୱର କେବେହେଲେ ଦେଖା ନ ହୋଇ ଯାଇଛନ୍ତି କି ? ଆମ ଚାଲିଚଳଣି ଓ ଜୀବନକୁ  ଦେଖୁ ଥିବା କେତେ ଜଣ ଆମ ଠାରେ ଖ୍ରୀଷ୍ଟଙ୍କୁ ଦେଖୁଛନ୍ତି ? ଖ୍ରୀଷ୍ଟଙ୍କର ଜନ୍ମ ଖ୍ରୀଷ୍ଟପୂର୍ବ ଓ ଖ୍ରୀଷ୍ଟାଦ୍ଧ ବୋଲି ପୃଥିବୀ ଇତିହାସ ଦୁଇ ଭାଗ କରଛି !ଆମ ଜୀବନରେ ମଧ୍ୟ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ପୂର୍ବରୁ ଓ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ପରେ ବୋଲି ଇତିହାସ ଦେଖା ଯିବାର ଅଛିତ !ଯୀଶୁଖ୍ରୀଷ୍ଟଙ୍କୁ ପରିତ୍ରାଣକାରୀ ରୂପେ ଗ୍ରହଣ କରିବାର ହିଁ ନୁହେଁ,  ମାତ୍ର ଆମ ଗୁଣଗାରିମାରେ  ଓ ଜୀବନରେ ପରିବର୍ତ୍ତନ ଦେଖାଯିବାର  ଆବଶ୍ୟକ ଅଛିତ ? 

ମିସର ଭବନରେ ବଢ଼ିଥିବା ମୋଶା ରାଗ ଯୋଗୁ ଜଣକୁ  ହତ୍ୟା କରିବା ଦ୍ଵାରା ଡରି ଯାଇ ଦେଶକୁ ଛାଡି ଚାଲି ଗଲା !ସେହି ମୋଶା କଣ୍ଟା ବୁଦାରେ ପରମେଶ୍ୱରଙ୍କୁ ଦେଖିବା ପରେ ଧଉର୍ଯ୍ୟର ସହିତ ପୁଣିଥରେ ମିସର ଦେଶକୁ ଆସି ଦାସତ୍ଵରେ ରହିଥିବା ଜନତାଙ୍କୁ ରକ୍ଷା କରିବାକୁ ତାଙ୍କୁ କଢାଇ ନେବା ନେତା ଭାବରେ ପରିବର୍ତ୍ତନ ହେଲେ !କେବଳ ସେତିକି ନୁହେଁ ତାର ଗୁଣଗାରିମାକୁ  ପରିବର୍ତ୍ତନ କରି,  ମୋଶା  ପୃଥିବୀସ୍ଥ ସମସ୍ତ ଲୋକଙ୍କଠାରୁ ଅତି ନମ୍ର ଲୋକ ଥିଲେ ବୋଲି ବାଇବଲ ତାଙ୍କ ନିମନ୍ତେ  ସାକ୍ଷୀ ହେଉଛି ( ଗଣନା ପୁସ୍ତକ :-12:3) !ଖ୍ରୀଷ୍ଟଙ୍କ ଠାରେ ସହଭାଗିତା ଏକ ମିଳନ ତାଙ୍କ ଜୀବନକୁ ପରିବର୍ତ୍ତନ କରିଦେଲା !ମନ ପରିବର୍ତ୍ତନ କହିବା ଆମରି ଏଟେ !ଜଣେ ଖ୍ରୀଷ୍ଟଙ୍କ ଠାରେ ରହିଲେ ନୂତନ ସୃଷ୍ଟି ଭାବେ ରହିବ !ପୁରୁଣା ଗତିଗଲା, ସମସ୍ତ ନୂତନତ୍ଵ ହେଲା !ଆମ ଜୀବନରେ ପ୍ରଭୁଙ୍କୁ ଦୁଃଖ ଦେଉଥିବା ପୁରୁଣା ହିଂସା, ରାଗ, ପୌରସ ଶାରୀରିକ ଇଚ୍ଛାକୁ ତ୍ୟାଗ କରି ଖ୍ରୀଷ୍ଟଙ୍କ  ପ୍ରତିବିମ୍ବ ସଦୃଶ୍ୟ  ଆମେ ଦେଖାଯିବା !
-    ଶ୍ରୀମତୀ ବାସନ୍ତି ରାଜ ମୋହନ 

ପ୍ରାର୍ଥନା ଅଂଶ  :-
ମୋକ୍ଷପ୍ରାୟାନାମ ପୁସ୍ତକ ଓ ମାସର ଶେଷ ଧ୍ୟାନକୁ ଅନେକଙ୍କ ପ୍ରୟୋଜନ ହେଲାପରି ଏବଂ ଏହା ଦ୍ଵାରା ଅନେକ ଭକ୍ତିପୂତ ହେବାକୁ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al superbetin pashagaming jojobet jojobet giriş instagram unban service instagram unban service matbet matbet