By Village Missionary Movement
Sunday, 23-May-2021ଆଜିର ବାକ୍ୟ (Oriya) 23-05-2021 (Kids Special)
କୃଶର ମାର୍ଗଦର୍ଶୀକା
“ମାତ୍ର ମୁଁ ଯେଉଁ ପଥ ଅବଲମ୍ବନ କରେ, ସେ ତାହା ଜାଣନ୍ତି; ସେ ମୋହର ପରୀକ୍ଷା କଲା ଉତ୍ତାରେ ମୁଁ ସୁବର୍ଣ୍ଣ ପରି ଉତ୍ତୀର୍ଣ୍ଣ ହେବି।“ - ଆୟୁବ 23:10
ୱାର୍ସିନି ସଖାଳୁ ଉଠିବା କ୍ଷଣି ବହୁତ ଆନନ୍ଦରେ ବାହାରୁଚି !ଏପଟ ସେପଟ ଧାଉଛି !କେଉଁ ଲୁଗା ପିନ୍ଦିବାକୁ ହେବ ପସନ୍ଦ କରୁଛି !ମାଆ ମୁଁ କେତେ ଶୀଘ୍ର ପ୍ରସ୍ତୁତ ହୋଇଗଲି ତୁମେ ଏବେଯାଏ ପ୍ରସ୍ତୁତ ହୋଇ ନାହଁ !ହୋ... ଶୀଘ୍ର ବାହାର ବୋଲି ତରବର କଲା ୱାର୍ସିନି ! ସେମାନେ ଭ୍ରମଣକୁ ଯାଉଛନ୍ତି ଏହାହିଁ ଆନନ୍ଦର କାରଣ !ଆଉ ଦୁଇଗୁଣା ଆନନ୍ଦ ଦେଲା କିଯେ ସେମାନେ ଚିଡିଆଖାନାକୁ ଯାଉଛନ୍ତି !ତୁମ୍ଭଙ୍କୁ ମଧ୍ୟ ଖୁସି ଥିବ ତ !କଣ କଣ ପଶୁ ଗୁଡିକ ଚିଡିଆଖାନାରେ ଥିବ ପିଲାମାନେ କହିବ କି ? ବାଘ,ସିଂହ, ହାତୀ, ହରିଣ ଆଉ ଏପରି ଅନେକ କହିକି ଯାଇପାରିବା !ତୁମ୍ଭେ ମଧ୍ୟ ଭ୍ରମଣକୁ ଯାଇଛ କି ? ଅ.. ସ୍କୁଲରୁ ତୁମ୍ଭଙ୍କୁ ନେଇଛନ୍ତି କି ? ସିଂହକୁ ପାଖରେ ଦେଖିଲେ ବହୁତ ଭୟ ଲାଗିବ ତ !
ସେହିପରି ୱାର୍ସିନି ସମସ୍ତ ସ୍ଥାନ ଘୁରି ଦେଖିଲା !ପ୍ରତି ମୃଗକୁ ଦେଖିବା ବେଳେ ଆଚର୍ଯ୍ୟ ଲାଗୁଥିଲା !ବାପା କହିଲେ, ଆମ ହାତକୁ ଧରିକି ରହିବ, ଲୋକଙ୍କ ଭିଡ଼ ବହୁତ ଅଛି, ପଶୁପକ୍ଷୀ ଥିବା ଜାଗାରେ ଛୁଇବ ନାହିଁ !ୱାର୍ସିନି ହଁ ବାପା କହିଲା !ପଶୁମାନଙ୍କୁ ଦେଖିବାକୁ ବହୁତ ଆଗ୍ରହ ଥିବା ହେତୁ ସେହି ସ୍ଥାନ ଛାଡି ଆସିବାକୁ ୱାର୍ସିନିକୁ ଇଚ୍ଛା ଲାଗୁ ନ ଥାଏ !ୱାର୍ସିନି କହିଲା ବାପା ମୋ ହାତକୁ ଛାଡିଦିଅ ମୁଁ ତୁମ ପଛେ ପଛେ ଆସିଯିବି, କହି ହାତଟିକୁ ଛଡାଇ ନେଲା !ବାପାମା ୱାର୍ସିନି ପାଇ ପଛକୁ ଦେଖି ଦେଖି ଆସୁଥିଲେ !କିଛି ରାସ୍ତା ଅତିକ୍ରମ କଲାପରେ ୱାର୍ସିନି ଆଉ ଦେଖାଦେଲା ନାହିଁ !ବାପାମା ଭୟବିତ ହୋଇଗଲେ !ୱାର୍ସିନି ୱାର୍ସିନି କହି ରଡିଛାଡି ଡାକିଲେ !ୱାର୍ସିନି ରାସ୍ତାକୁ ଭୁଲିଯାଇ ଅଲଗା ପଟେ ଚାଲିଗଲା !ୱାର୍ସିନି କାନ୍ଦି କାନ୍ଦି ରାସ୍ତାରେ ଦେଖା ଯିବା ଲୋକଙ୍କୁ ପଚାରୁ ଥାଏ, ମୋ ବାପାମାଙ୍କୁ ଦେଖିଲ କି ? ସମସ୍ତେ ଦେଖିନାହୁଁ କହୁଥାନ୍ତି !କାନ୍ଦି କାନ୍ଦି ଯାଉଥାଏ, ଚାରିପଟେ ଦେଖିଲା ତାର ଆଖି ସିଧା ଗୋଟିଏ କୃଶ ଦେଖାଗଲା !ସେହି କୃଶକୁ ଲକ୍ଷ୍ୟ କରି ଗଲା !ଚର୍ଚ୍ଚ ନିକଟକୁ ଆସିଲା !ଚର୍ଚ୍ଚ ଦେଖିବା କ୍ଷଣି ହୃଦୟର ଭୟ ଦୂର ହୋଇଗଲା !ସେଠାରେ ଥିବା ପାଳକ ୱାର୍ସିନିକୁ ଡାକି ପ୍ରେମରେ ପଚାରିଲେ,ତୁମ ଘରର ଠିକଣା କୁହ !ମୁଁ ହିଁ ତୁମ୍ଭ ଘରକୁ ନେଇକି ଯିବି, ଏବଂ ୱାର୍ସିନିକୁ ନେଇ ତାଙ୍କ ବାପାମାଙ୍କର ନିକଟରେ ସମର୍ପଣ କଲା !ୱାର୍ସିନିକୁ ପାଇଥିବା ବାପାମା ଯୀଶୁବାପାଙ୍କୁ କୃତଜ୍ଞତା ଜଣାଇଲେ !ସଠିକ ସମୟରେ ପ୍ରଭୁ ତୁମ ସହିତ ମିଳନ ହେବାକୁ ସାହାଯ୍ୟ କଲେ ବୋଲି ପାଳକଙ୍କୁ ଓ ଯୀଶୁବାପାଙ୍କୁ ଧନ୍ୟବାଦ ଜଣାଇଲେ !
ମୋ ପ୍ରିୟ ଭାଇ ଓ ଭଉଣୀ ତୁମ୍ଭ ପରିବାରରେ ମଧ୍ୟ ବଂଚିବାକୁ ଜୀବନରେ ମାର୍ଗ ଜାଣି ନ ପାରି ଧନର କଷ୍ଟ, ବ୍ୟାଧି, ରୋଗ, ଅସୁବିଧା, ଦରିଦ୍ରତାର ଚିନ୍ତାରେ ରହିଥାଇ ପାର !କୃଶ ଆଡକୁ ଅନାଓ, କୃଶ ଆଡକୁ ଦେଖ !ତୁମ୍ଭେ ଉତ୍ତମ ରୂପରେ ରହିବାର ଅଛି କହିକି ହିଁ, କୃଶରେ ଯୀଶୁବାପା ରକ୍ତ ଝରାଇ ମୃତ୍ୟୁବରଣ କଲେ !ତୁମ୍ଭଙ୍କୁ ସଠିକ ମାର୍ଗରେ ଚଲାଇ ନେଇ, ତୁମ୍ଭର ଆବଶ୍ୟକତାକୁ ପୂର୍ଣ୍ଣ କରିବାକୁ ସେ ଶକ୍ତିଶାଳୀ ହୋଇଅଛନ୍ତି !ତୁମ୍ଭେ ତାଙ୍କର କୃଶକୁ ଅନୁସରଣ କରିବ କି ଆମେନ !
- ଭଉଣୀ. ଦେବୋରା
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.