By Village Missionary Movement
Thursday, 27-May-2021ଆଜିର ବାକ୍ୟ (Oriya) 27-05-2021
ଦୃଷ୍ଟିପାତ କର
“ସେମାନେ ତାହାଙ୍କ ପ୍ରତି ଦୃଷ୍ଟିପାତ କରି ଦୀପ୍ତିମାନ୍ ହେଲେ; ଆଉ, ସେମାନଙ୍କ ମୁଖ କେବେ ହେଁ ବିବର୍ଣ୍ଣ ନୋହିବ।“ - ଗୀତସଂହିତା 34:5
ତାଙ୍କ ନିକଟ ବଗିଚାରେ ସୂର୍ଯ୍ୟମୁଖୀ ଫୁଲ ବହୁଳ ଭାବେ ରହିଥିବା ମୁଁ ଦେଖି ଆନନ୍ଦିତ ହେଲି !ସେହି ସୂର୍ଯ୍ୟମୁଖୀ ଫୁଲ ଫୁଟିବା କ୍ଷଣି ସକାଳେ ସୂର୍ଯ୍ୟ ଯେଉଁ ଦିଗରେ ଥାଏ ସେହି ପଟେ ରହୁଛି !ଯେତେବେଳେ ସୂର୍ଯ୍ୟ ମଧ୍ୟଆକାଶକୁ ଆସିଯାଏ ତେବେ ସେହି ଫୁଲ ମଧ୍ୟ ସୂର୍ଯ୍ୟଙ୍କୁ ଅନାଇଲା ସଦୃଶ୍ୟ ଥାଏ !ସନ୍ଧ୍ୟାରେ ସୂର୍ଯ୍ୟ ଅସ୍ତ ହେବାବେଳେ ସମସ୍ତ ଫୁଲ ପଶ୍ଚିମ ଦିଗରେ ସୂର୍ଯ୍ୟଙ୍କୁ ଅନାଇଲା ପରି ରହିଥାଏ !ଦେଖନ୍ତୁ କେତେ ବଡ଼ ଆଚର୍ଯ୍ୟ !ପରମେଶ୍ୱର ପ୍ରକୃତି ଦ୍ଵାରା ଏକ ପାଠ ଆମକୁ ଶିଖାଉଛନ୍ତି !ତାହା କଣ ? ଆମେ ମଧ୍ୟ ବଦଳୁଥିବା ପୃଥିବୀକୁ, ରଙ୍ଗ ବଦଳାଇବା ମଣିଷକୁ ନ ଦେଖି ପ୍ରଭୁଙ୍କୁ ଦୃଷ୍ଟିପାତ କରି ଜୀବନଯାପନ କରିବାକୁ ଶିଖିବାକୁ ହେବ !
ଏହା ବହୁଳ ରୂପରେ ଜାଣିପାରି ଥିବା ସଂଗୀତଜ୍ଞ କହନ୍ତି, ମୁଁ ତୁମ୍ଭ ଆଡ଼େ ଉର୍ଦ୍ଧ୍ୱ ଦୃଷ୍ଟି କରେ। ଦେଖ, ଯେପରି ଦାସମାନଙ୍କ ଚକ୍ଷୁ ସେମାନଙ୍କ କର୍ତ୍ତାର ହସ୍ତକୁ ଓ ଦାସୀର ଚକ୍ଷୁ ଆପଣା କର୍ତ୍ତ୍ରୀର ହସ୍ତକୁ ଅନାଏ ସେପରି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଦୟା କରିବା ପର୍ଯ୍ୟନ୍ତ ଆମ୍ଭମାନଙ୍କ ଚକ୍ଷୁ ତାହାଙ୍କୁ ଅନାଇଥାଏ।(ଗୀତସଂହିଁତା :-123:2 )ରେ କୁହାଯାଇଛି !ତାଙ୍କର ଏକ ସ୍ଥିର ନିରିକ୍ଷଣ ମୋ ପ୍ରଭୁଙ୍କୁ ଦେଖିଲେ ମୁଁ କଦାପି ଲଜିତ ହେବି ନାହିଁ !ପ୍ରଭୁଙ୍କୁ ଦେଖ କହିଲେ କଣ ? ପ୍ରାର୍ଥନା କରିବା !ହଁ ପ୍ରତିଦିନ ସଖାଳୁ ଖୋଲୁଥିବା ଚାବିକାଠି ସଦୃଶ୍ୟ ଓ ରାତିରେ କବାଟ ବନ୍ଦ କରୁଥିବା ଚାବିକାଠି ସଦୃଶ୍ୟ ପ୍ରାର୍ଥନା କରିବାକୁ ହେବ !(ପ୍ରେୟେର ଇସ ଦା କୀ ଫର ଦା ଢ଼େଏ, ଲାକ ଫର ଦା ନାଇଟ )ଏପରି ଆମ ପ୍ରଭୁଙ୍କୁ ଦେଖିବା ବେଳେ ଆମେ ସାବଧାନ ହେବା !ଦାଉଦ ମଧ୍ୟାହ୍ନ ସମୟରେ ପ୍ରଭୁଙ୍କୁ ଦେଖୁଥିଲା !ଡାନିଏଲ କାରାଗାରରେ ପ୍ରଭୁଙ୍କୁ ଦେଖି ପ୍ରାର୍ଥନା କରୁଛନ୍ତି !ଏହିପରି ସାବଧାନ କରାଗଲା !ବିଜୟୀ ହେଲେ !
ଏହା ପାଠ କରୁଥିବା ପ୍ରିୟ ବଂଧୁଗଣ, ଆମେ ମଧ୍ୟ ନ୍ୟାୟବାନ ଯୀଶୁଙ୍କୁ ଦେଖି ଆମେ ଶିଖିବା !ତାହା ହିଁ ଆମର ସଂରକ୍ଷଣ !ତାହା ଆମେ ଆଶୀର୍ବାଦ ହେବାକୁ ମାର୍ଗ !ଆମ ପ୍ରାର୍ଥନା ଉପରକୁ ଗଲେ, ଅନୁଗ୍ରହ ତଳକୁ ଓଲାଇବ !(ପ୍ରେୟେର ଗୋସ ଆପ, ଏଣ୍ଡ ବ୍ଲେସ୍ସେଡ଼ କାମସ ଡାଉନ ) !
- ଶ୍ରୀମତୀ ରୁଡ଼ି ରାଜ
ପ୍ରାର୍ଥନା ଅଂଶ :-
ଗଧଗ୍ରନ୍ଥ ନାମକ ମାସିକ ପତ୍ରିକା ମୁଦ୍ରଣ ନିମନ୍ତେ ଆବଶ୍ୟକ ହେଉଥିବା ଆର୍ଥିକ ସାହାଯ୍ୟ ପାଇବାକୁ ପ୍ରାର୍ଥନା କରିବା !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.