By Village Missionary Movement
Tuesday, 01-Jun-2021ଆଜିର ବାକ୍ୟ (Oriya) 01-06-2021
ଶିଖର ଉପରେ ଚଢିବା
“ସେହି ସମୟରେ ସେ ଦିନେ ପ୍ରାର୍ଥନା କରିବା ନିମନ୍ତେ ପର୍ବତକୁ ବାହାରିଯାଇ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁ କରୁ ସମସ୍ତ ରାତ୍ରି ବିତାଇଲେ ।“ - ଲୂକ 6:12
ଅନ୍ଧକାର ଦେଶ ବୋଲି କୁହାଯାଉଥିବା ଆଫ୍ରିକା ଦେଶରୁ ୟୁରୋପ ଦେଶକୁ ଯାଉଥିବା ବିମାନରେ, ବିଷାକ୍ତ ସାପ ରଖାଯାଇଥିବା ପେଡିଗୁଡିକକୁ ନ ଘୋଡେଇ, ପାଶୋରି ଯାଇ ରଖିଦେଲେ !ବିମାନଟି ତଳରୁ ଉପରକୁ ଉଡିବା ବେଳେ ହଠାତରେ ପେଡିଗୁଡିକ ଖୋଲା ହୋଇଗଲା !ସେଠାରେ ଥିବା ସାପଗୁଡିକ ବାହାରକୁ ଆସି ସେହି ଯାତ୍ରୀମାନେ ରହୁଥିବା ପ୍ରାନ୍ତକୁ ଆସି ବାହାରେ ବୁଲିବାକୁ ଲାଗିଲେ !ହଠାତରେ ଯାତ୍ରୀମାନଙ୍କ ଠାରୁ ଏକ ବଡ଼ ଚିତ୍କାର ଶୁଣିବାକୁ ଆସିଲା !କେତେଜଣ ଅଚେତ ହୋଇ ତଳେ ପଡିଗଲେ, ଆଉ କେତେ ଜଣକୁ ସାପ କାମୁଡି ଦେବାରୁ ପ୍ରାଣ ବିକଳରେ ଛଟପଟ ହେଉଥାନ୍ତି !ସାପଗୁଡିକ ବିଷୟରେ ପାଇଲେଟଙ୍କୁ ଜଣାଇବା କ୍ଷଣି, ସେ ଭୟ ହୋଇ କଂଟ୍ରୋଲ ରୁମକୁ ଏହି ବିଷୟରେ ଜଣାଇ, ବିମାନଟି କେଉଁଠି ଓଲାଇବି ବୋଲି ତରବର ହୋଇ ପଚାରିଲା !ସେଥିପାଇଁ କଂଟ୍ରୋଲ ରୁମର ଵ୍ୟକ୍ତି ଜଣକ କହିଲା, ତଳକୁ ଓଲାନ୍ତୁ ନାହିଁ !ଗୋଟିଏ ମିନିଟ ମୋତେ ଆଲୋଚନା କରିବାକୁ ଦିଅନ୍ତୁ !ତାପରେ ସେ ପଚାରିଲା, ତୁମେ କେତେ ଉଚ୍ଛତାରେ ଉଡ଼ୁଛ ? ସେହି ପାଇଲେଟ କହିଲା, ଚାରି ହଜାର ଫୁଟ ଉଚ୍ଚତାରେ ଉଡ଼ୁଛି !ଆଉଥରେ ଉପରକୁ ଯାଆନ୍ତୁ କହିଲେ !କିଛି ଘଟିଲା ନାହିଁ !ଆଉଥରେ ଉପରକୁ ଯାଆନ୍ତୁ ବୋଲି ଆଦେଶ କରୁଥାନ୍ତି !ଶେଷରେ ଅତି ବେଶୀ ଉଚ୍ଚରେ ଉଡିବା ବେଳେ ସାପ ଗୁଡିକ ଅକ୍ସଇଜେନ ନ ପାଇଁ ଅଚେତ ହୋଇ ପଡିଗଲେ !ସମସ୍ତ ସାପଗୁଡିକୁ ଆଉଥରେ କାଢି ସେହି ପେଡିରେ ପୁରାଇ, ତାହା ଢାଙ୍କି ଦେଇ, ତାପରେ ଚାବିକାଠି ପକାଇ ଦେଲେ !ଅଚେତ ମାନଙ୍କୁ ପ୍ରାଥମିକ ଚିକିତ୍ସା କରି କିଛି ଲୋକଙ୍କୁ ଛାଡି ବଳକା ସମସ୍ତଙ୍କୁ ଉଦ୍ଧାର କରାଯାଇ ଥିଲା !
ପ୍ରିୟ ବନ୍ଧୁଗଣ, ଶଇତାନର ପ୍ରଲୋଭନରୁ ଆମେ ଉଦ୍ଧାର ହେବାକୁ ହେଲେ, ଆମେ ମଧ୍ୟ ଉଚ୍ଚ ଶିଖରକୁ ଯିବାକୁ ହେବ !ଏହି ପୃଥିବୀର ଅଧିପତି ଶଇତାନ, ଆମେ ଏହି ପୃଥିବୀରେ ରହିଁଥିବା ପର୍ଯ୍ୟନ୍ତ ଆମକୁ ବିନାଶ କରିବାକୁ ଦେଖୁ ଥିବ !ମାତ୍ର ଆମେ ଆମ ପ୍ରାର୍ଥନାରେ ପ୍ରଭୁଙ୍କ ଆଡକୁ ଉର୍ନତି ସ୍ଥିତିକୁ ଯାଉଥିଲେ, ସେ କାର୍ଯ୍ୟ ନ କରି ଚାଲି ଯିବ !
ସେହି ଦିନରେ ଯୀଶୁ ପ୍ରାର୍ଥନା ନିମନ୍ତେ ଗୋଟିଏ ପର୍ବତ ଉପରେ ଚଡି ସାରା ରାତି ପ୍ରଭୁଙ୍କ ଆଡେ ଦୃଷ୍ଟି କରି ପ୍ରାର୍ଥନା କରୁଥାନ୍ତି !ସେ ତଳେ ରହି ପ୍ରାର୍ଥନା କରିଲେ ହେବତ !କାହିକି ପର୍ବତ ଉପରକୁ ଛଡିଲେ ? ସେଠାରେ କୌଣସି ଅସୁବିଧା ନ ହୋଇ ସାରା ରାତି ପ୍ରଭୁଙ୍କ ଠାରେ କ୍ରନ୍ଦନ କରି ଶକ୍ତି ଉପରେ ଶକ୍ତି ପାଇବାକୁ ଯାଉଥିଲେ !ଆମେ ମଧ୍ୟ ପତନ ନ ହୋଇ ପର୍ବତ ସଦୃଶ୍ୟ ଖ୍ରୀଷ୍ଟଙ୍କ ନିକଟକୁ ଯାଇ ତାଙ୍କୁ ଧରିଲେ ପୃଥିବୀରେ ଯେକୌଣସି ଅସୁବିଧାର କାର୍ଯ୍ୟରୁ , ରୋଗରୁ , ଶଇତାନର ବନ୍ଦନରୁ ଆମେ ମୁକ୍ତି ହେବା !ଆମେ ଏହିଁ ବର୍ଷ ସାରା କେତେ ପ୍ରାର୍ଥନା କଲୁ ବୋଲି ଯଦି ଆଲୋଚନା କରି ଦେଖିବା ତାହା କେତେ କମ ହୋଇଥିବ !ଜଣେ ଲେଖିଛନ୍ତି, ଗୋଟିଏ ଦିନକୁ ଯଦି ପାଞ୍ଚ ମିନିଟ ପ୍ରାର୍ଥନା କରିବା, ତେବେ ଗୋଟିଏ ବର୍ଷରେ କେବଳ ଗୋଟିଏ ଦିନ ହିଁ ପ୍ରାର୍ଥନାକାରି ହେବା !ପ୍ରତ୍ୟେକ କାର୍ଯ୍ୟକୁ ଘଣ୍ଟା ଘଣ୍ଟା ସମୟ ବିତାଉ ଥିବା ଆମକୁ, ପ୍ରାର୍ଥନା ପାଇଁ କାହିଁକି ସମୟ ମିଳୁ ନାହିଁ ? ଆମେ କରୁ ଥିବା ପ୍ରାର୍ଥନାକୁ ଧରିକି ଆମେ କରୁଥିବା କାର୍ଯ୍ୟରେ ବିଜୟୀ ପାଇବା !ଗୋଟିଏ ଦିନରେ ଏକ ଘଣ୍ଟା ପ୍ରାର୍ଥନା କରି ନ ପାରିବା ପରିସ୍ଥିତିରେ ଆମେ ଥିଲେ ଶଇତାନକୁ ଆମେ କିପରି ବିଜୟୀ ହୋଇପାରିବା ? ଆମେ ନିଜକୁ ନିଜେ ଥରେ ଆଲୋଚନା କରି ନିଧାନ କରି ଦେଖିବା !ବିଜୟୀ ହେବାକୁ ଆମେ ନିଜକୁ ପ୍ରଭୁଙ୍କର ଠାରେ ସମର୍ପି ହେବା !
- ଭାଇ. ହାନିସ ଶାମୂଏଲ
ପ୍ରାର୍ଥନାର ଅଂଶ :-
ଆମ ଗେତସମାନି କ୍ୟାମ୍ପସରେ ହେଉଥିବା ନିର୍ମାଣ କାର୍ଯ୍ୟରେ ପ୍ରଭୁଙ୍କର ହସ୍ତ ସହଯୋଗ ହୋଇ କଢାଇ ନେବାକୁ ପ୍ରାର୍ଥନା କରିବା !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.