By Village Missionary Movement
Friday, 11-Jun-2021ଆଜିର ବାକ୍ୟ (Oriya) 11-06-2021
ହତାଶ ହୁଅନ୍ତୁ ନାହିଁ
“ପ୍ରକୃତରେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଧର୍ମଜୀବନ ଯାପନ କରିବାକୁ ଇଚ୍ଛା କରନ୍ତି, ସେମାନେ ତାଡ଼ନା ଭୋଗ କରିବେ |” - ୨ ତୀମଥି 3:12
ଭକ୍ତିପୂତ ପରିବାର !କୌଣସି ଅଭାବ ନ ଥିବା ଜୀବନଯାପନ !ହଠାତରେ ଆସୁଥିବା ତଫାନର ପରି ସ୍ୱାମୀ ଅସୁସ୍ଥତା ହେତୁ ମୃତ୍ୟୁବରଣ କଲେ !ତାଙ୍କ ଆରୋଗ୍ୟ ଓ ସୁସ୍ଥତା ନିମନ୍ତେ କରିଥିବା ସମସ୍ତ ପ୍ରାର୍ଥନା ବ୍ୟର୍ଥ ହୋଇଗଲା !ପ୍ରଭୁ ମୋତେ ହାତଛଡା କରିଦେଲେ !ଏପରି ଭାବି ସ୍ତ୍ରୀ ନିରନ୍ତର ବାଧାରେ ପ୍ରାର୍ଥନା କରିବାର ଛାଡିଦେଲା !ଆଉଥରେ ପ୍ରଭୁଙ୍କୁ ଖୋଜିବା ଛଡା ଆଉ କିଛି ରାସ୍ତା ନାହିଁ, ସିଏ ନ ଥାଇ କିପରି ଏହି ପୃଥିବୀରେ ବଞ୍ଚି ପାରିବା ? ତାଙ୍କର ଆଦରଣିୟ ଭାଷା କେଉଁଠି ମିଳିବ ? ଏହା ବୁଝିପାରି ଆଉଥରେ ପ୍ରଭୁଙ୍କୁ ଅନୁସରଣ କଲା !ପ୍ରଭୁ ନୂତନ ଶକ୍ତି ଓ ନିରିକ୍ଷଣ ଦେଇ ତାଙ୍କୁ ଆଗକୁ ଚଲାଇ ନେଲା !
ଆଜିର ଦିନରେ ମଧ୍ୟ କେଉଁଠି ଦେଖିଲେ ମୃତ୍ୟୁ, ଦୁରଭିକ୍ଷ, ରୋଗ, କାମ ଧନ୍ଦା ନ ରହିବା ଦ୍ଵାରା କଷ୍ଟ, ପରିବାରକୁ ପ୍ରତିପୋଷଣ କରି ନ ପାରିବା ପରିସ୍ଥିତି ଦେଖାଯାଉଛି !ଏହା କେବେ ପର୍ଯ୍ୟନ୍ତ ରହିବ ? କାହିଁକି ପ୍ରଭୁ ଏପରି ଅନୁମତି ଦେଉଛନ୍ତି ? ଏହା ବଦଳିବ ନାହିଁ କି ? କେବେ ଏହି ରୋଗ ଶେଷ ହେବାକୁ ଆସିବ ? କାହିଁକି ମୋ ପରିବାରରେ ଏତେ ସମସ୍ୟା ? ବୋଲି ଭାବିବା ଲୋକ ଅନେକ !ଆମ ସମସ୍ତଙ୍କର ଉତ୍ତର ଯୀଶୁଖ୍ରୀଷ୍ଟ !ସେ କୃଶରେ ଝୁଲୁଥିବା ବେଳେ ହାତ ଛଡା ହୋଇ ଥିବା ପରି ତାଡନାରେ ଝୁଲୁ ଥିଲେ !ହେ ମୋର, ପ୍ରଭୁ ହେ ମୋର ପ୍ରଭୁ, କାହିଁକି ମୋତେ ପରିତ୍ୟାଗ କଲ ? କହି ଆମ ପରି ଅନୁତାପ କରୁଥାନ୍ତି !ତେଣୁ ତାଙ୍କେ ଆମ ସମସ୍ତ ବେଦନା ଜାଣିଛନ୍ତି !ଆମ ବାଧା, ବେଦନା ଜାଣିପାରିଛନ୍ତି !ତେଣୁ ସେ ନୀଚୀତ ଆମକୁ ସାହାଯ୍ୟ କରିବେ !କାହିଁକିନା ସେ ମୃତ୍ୟୁକୁ ଜୟ କରିଛନ୍ତି !ଆମକୁ ମଧ୍ୟ ଜୟ କରାଉଛନ୍ତି !ସଇତାନର ମୁଣ୍ଡକୁ ତାଙ୍କ କୃଶରେ ହତ କଲେ !ଆମେ ମଧ୍ୟ ଜୟ ପାଇଲା ପରି କରିବେ !ତେଣୁ ଏହିପରି କଠିନ ଯୁଗରେ ମଧ୍ୟ ସମସ୍ୟାକୁ ଦେଖି ନିରୁଉଚ୍ଚାହ ନ ହୋଇ, ତାହାକୁ ସହନ କରିବାକୁ, ମୁକାବିଲା କରିବାକୁ ଶକ୍ତି ଓ ନିରିକ୍ଷଣ ଦିଅ ବୋଲି ପ୍ରାର୍ଥନା କରିବା !ଏହି କଷ୍ଟ ନିରନ୍ତର ନୁହେଁ !ଏହା ଉଭେଇ ଯିବ !ହାଲେଲୁଆ !
- ଶ୍ରୀମତୀ ଜ୍ୟୋତି ଆନନ୍ଦ
ପ୍ରାର୍ଥନାର ଅଂଶ :-
ଭିଲେଜ ମିଶିନାରି ମୁମେଣ୍ଟରେ ରହିଥିବା ସେବକମାନଙ୍କର ଆବଶ୍ୟକତା ପୂର୍ଣ୍ଣ ହେବାନିମନ୍ତେ ପ୍ରାର୍ଥନା କରିବା !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.