Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 21-06-2021
Share:

By Village Missionary Movement

Monday, 21-Jun-2021

ଆଜିର ବାକ୍ୟ (Oriya) 21-06-2021

 

“କାରଣ ମୁଁ ଯଦି ସୁସମାଚାର ପ୍ରଚାର କରେ, ସେଥିରେ ମୋହର ଦର୍ପ କରିବାର କିଛି ନାହିଁ, ଯେଣୁ ତାହା କରିବା ନିମନ୍ତେ ମୁଁ ବାଧ୍ୟ; ଆଉ ଯଦି ମୁଁ ସୁସମାଚାର ପ୍ରଚାର ନ କରେ, ତେବେ ହାୟ, ମୁଁ ଦଣ୍ଡର ପାତ୍ର।“ - ପ୍ରଥମ କରିନ୍ଥୀୟ 9:16

 

ପୃଥିବୀରେ ପବିତ୍ର ବାଇବଲ ପରେ ଅତ୍ୟଧିକ ଭାବେ ସୁନାମ ଅର୍ଜନ କରିଥିବା ଏବଂ ବିକ୍ରୟ ହେଇଥିବା ପୁସ୍ତକ ହେଉଛି ଯୋହନ ବିଲିୟନଙ୍କ ଲିଖିତ "ମୋକ୍ଷ ପ୍ରାୟାନାମ" !ଇଏ ଏହାକୁ 1675 ମସିହାରେ କାରାଗାରରେ ବନ୍ଧି ବେଳେ ଲେଖିଥିଲେ !ସେ ବଞ୍ଚି ଥିବାବେଳେ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ପ୍ରଚାର କରିବାକୁ ହେଲେ ସରକାରଙ୍କ ଠାରୁ ଅନୁମତି ପାଇକି କରିବାକୁ ହେବ !ମାତ୍ର ଯୋହନ ବିଲିୟନ ଏହି ନିୟମକୁ ଖାତିରି ନ କରି ସମସ୍ତ ପ୍ରାନ୍ତରେ ବୁଲି ବୁଲି ପରିତ୍ରାଣ ବିଷୟରେ ପ୍ରଚାର କରି ଆସିଲେ !ତେଣୁ ସେ କାରାଗାରରେ ବନ୍ଧି ହେଲା !ଯଦି ଆଉ ପ୍ରଚାର କରନ୍ତି ନାହିଁ ତେବେ ସେ କାରାଗାରରୁ ମୁକ୍ତି ହେବ ବୋଲି ଜାଣି ଥିଲେ ମଧ୍ୟ, ସେହି ବିଷୟରେ ସେ ଆଲୋଚନା କରିହିଁ ନ ଥିଲେ !

 

ଗୋଟେଦିନ ତାଙ୍କ ଝିଅ ତାଙ୍କୁ ଦେଖିବା ନିମନ୍ତେ କାରାଗାରକୁ ଆସିଲା !ଚିରା ପୋଷାକ, ଦୁର୍ବଳ ଶରୀରରେ ଆସିଥିବା ତାଙ୍କ ଝିଅଙ୍କୁ ଦେଖିବା କ୍ଷଣି ତାଙ୍କ ଆଖିରୁ ଲୁହ ଝରିବା ଆରମ୍ଭ ହେଲା !ଝିଅଟି ତାଙ୍କ ପିତାଙ୍କର ଦୁଃଖିତ ପରିସ୍ଥିତି ଦେଖି ଏପରି କାନ୍ଦି କାନ୍ଦି କହିଲା, ବାପା ଘରେ ସମସ୍ତେ ବହୁତ ଦରିଦ୍ରତାରେ ରହିଛୁ !ମାଆ ତୁମ୍ଭ ନିକଟକୁ ପଠାଇଲା ଆଉ ପ୍ରଚାର କର ନାହିଁ ! ଘରକୁ ଫେରିଆସ ! ତାହା ଶୁଣି ଯୋହନ ବିଲିୟନଙ୍କ ହୃଦୟ ଥରି ଉଠିଲା !ଝିଅଟିକୁ ଉଠାଇ ଧରି ତାଙ୍କ ଗାଲରେ ଏକ ଚୁମା ଦେଇ କହିଲା, ମୋର ପ୍ରିୟ ଝିଅ, ପ୍ରଭୁଙ୍କର ବିନାଶ ହେଉଥିବା ପ୍ରେମକୁ ମାନବ ଜାତିଙ୍କ ନିକଟରେ କିପରି ମୁଁ ପ୍ରକାଶ ନ କରି ରହିପାରିବି ? ତୁମେ ଯାଅ, ପ୍ରଭୁ ତୁମ୍ଭଙ୍କୁ ରକ୍ଷା କରିବେ, କହି ପଠାଇ ଦେଲେ !

 

ହଁ ପ୍ରେରିତ ପାଉଲଙ୍କ ପରି, ଯୋହନ ବିଲିୟନଙ୍କ ପରି ସୁସମାଚାର ପ୍ରଚାର କରିବାକୁ ରହିଥିବା ଦାଇତ୍ୱଟିର ଆଲୋଚନା ପ୍ରତ୍ୟେକକୁ ରହିବା ଦରକାର !କେବଳ ପାଳକ ହିଁ ଏହାକୁ କରିବାକୁ ହେବ ବୋଲି କିଛି ନାହିଁ !ଯୀଶୁଖ୍ରୀଷ୍ଟଙ୍କୁ ପରିତ୍ରାଣକାରି ବୋଲି ଗ୍ରହଣ କରି ଥିବା ପ୍ରତ୍ୟେକ ଲୋକ ଏହା କରିବାକୁ ହେବ !ସମୟ ପାଇଲେ କି ନ ପାଇଲେ, ପରିସ୍ଥିତି ଖାପ ଖାଇଲେ କି ନ ଖାଇଲେ ସୁସମାଚାର ପ୍ରକାଶ କରିବା ଦାଇତ୍ୱ ଆମର ଅଟେ !

 

ପ୍ରିୟ ବନ୍ଧୁଗଣ, ଯୀଶୁଙ୍କର ଆଗମନର ସୂଚନା ପୂର୍ଣ୍ଣ ହୋଇ ଆସୁଅଛି, ଏହା ଆମେ ଦେଖିବାକୁ ପାଉଛୁ !ମାନବ ପୁତ୍ର ଆସିବାର ଶେଷ କାଳରେ ଆମେ ରହିଛୁ !କିନ୍ତୁ ପ୍ରଭୁଙ୍କୁ ନ ଜାଣିବା ପ୍ରଜା ଅନେକ ଆମ ଚାରିପାଖରେ ଅଛନ୍ତି !ସେମାନଙ୍କୁ ନ୍ୟାୟ ବିଚାର ନିମନ୍ତେ ସ୍ୱର୍ଗରାଜ୍ୟ ଓ ନର୍କ ନିମନ୍ତେ ପ୍ରକାଶ କରିବା ଦାଇତ୍ୱ ଆମ ଉପରେ ଅଛିତ ? ଏହା ଜାଣି ପାରି ପ୍ରଭୁଙ୍କର ରାଜ୍ୟ ନିମନ୍ତେ ପରିଶ୍ରମ କରିବା !ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସୁସମାଚାର ପ୍ରକାଶ କରିବା ଆଲୋଚନାରେ ଜୀବନଯାପନ କରିବା !

 

ଶ୍ରୀମତୀ ଜ୍ୱାଲା ଡେଭିଡ ଗାଣେଶ 

 

ପ୍ରାର୍ଥନାର ଅଂଶ :-ଗେତସମାନି କ୍ୟାମ୍ପସରେ ଚାଲୁଥିବା ନିର୍ମାଣ କାର୍ଯ୍ୟ ଗୁଡିକୁ ଆର୍ଥିକ ସାହାଯ୍ୟ ପାଇବା ପାଇଁ, ପ୍ରଭୁଙ୍କର ଜ୍ଞାନରେ ଶୀଘ୍ର ନିର୍ମାଣ କାର୍ଯ୍ୟ ପୂର୍ଣ୍ଣ କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet vaycasino giriş vaycasino marsbahis giriş marsbahis holiganbet setrabet marsbahis giriş vaycasino giriş