Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 27-06-2021 (Kids Special)
Share:

By Village Missionary Movement

Sunday, 27-Jun-2021

ଆଜିର ବାକ୍ୟ (Oriya) 27-06-2021 (Kids Special)

 

“ସବୁ ଅବସ୍ଥାରେ ଧନ୍ୟବାଦ ଦିଅ;” - ୧ ଥେସଲନୀକୀୟ 5:17

 

ହାଲୋ ପିଲାମାନେ, କେମିତି ଅଛ ? ତୁମ୍ଭେମାନେ ବହୁତ ଖୁସିରେ ଅଛ ବୋଲି ମୁଁ ଭାବୁଛି !କାହିଁକିନା ସ୍କୁଲ ନାହିଁ, କେତେ ସମୟ ମଧ୍ୟ ଶୋଇପାରିବା, ଖୁସିରେ ଖେଳିପାରିବା, ପରୀକ୍ଷା ନାହିଁ, ଏପରି ଥିଲେ ତୁମ୍ଭଙ୍କୁ ଖୁସିତ ? ସ୍କୁଲ କେବେ ଖୋଲା ହେବ କି ଜଣାନାହିଁ, ଶୋଇବା, ଉଠିବା, ଖେଳିବା, ଏପରି ତୁମ୍ଭଙ୍କୁ ମିଳିଥିବା ସୁଯୋଗ ଆଉ କାହାକୁ ମିଳି ନାହିଁ ! କିନ୍ତୁ ଜାଗ୍ରତରେ ରହିବାକୁ ହେବ!ଆବଶ୍ୟକତା ନ ଥାଇ ବାହାରକୁ ଯିବ ନାହିଁ, ହାତ, ଗୋଡ଼, ମୁହଁକୁ ଭଲ ଭାବେ ଧୋଇବାକୁ ପଡିବ !ଯାହା ପାଇଲେ ତାହା କିଣି ଖାଇବାକୁ ହେବ ନାହିଁ, ଓକେତ !ଟିଭି, ସେଲଫୋନ ଦେଖିକି ତୁମ ଆଖିକୁ ନଷ୍ଟ କରି ଦିଅ ନାହିଁ !ଯୀଶୁବାପାଙ୍କର ପ୍ରିୟ କାର୍ଯ୍ୟ କରିବାକୁ ହେବ ହଁତ !କାହାଣୀ ଶୁଣିବା କି ? 

 

ଗୋଟିଏ ଘୋର ଅରଣ୍ୟରେ ଏକ ଛୋଟ ଗାଁଟି ଥିଲା !ସେହି ଗ୍ରାମରେ କାଠ ହାନି ଜୀବନ ଯାପନ କରୁଥିବା ଜଣେ ବ୍ୟକ୍ତି ଥିଲେ !ତାଙ୍କର ଜଣେ ସ୍ତ୍ରୀ, ଜଣେ ପୁଅ ଥାଆନ୍ତି !ଏହି ତିନିଜଣ ମିଶି ବଣକୁ ଯାଇ କାଠ ଆଣି ତାଙ୍କର ଜୀବନ ବଞ୍ଚାଉ ଥାନ୍ତି !ଯେକୌଣସି କାମ କଲେ ବି ପ୍ରଭୁଙ୍କର ଠାରେ ଭୟଭକ୍ତିରେ ପ୍ରାର୍ଥନା କରି ପ୍ରଭୁ ଆଜି ଆମକୁ ଆବଶ୍ୟକ ହେଉ ଥିବା ଉପକାରକୁ ଦୟା କରନ୍ତୁ ବୋଲି ପ୍ରାର୍ଥନା କରୁଥାନ୍ତି !ଦିନେ କାଠ ହାନୁ ଥିବାବେଳେ ଏକ ଘୋଡା ଛୁଆଁ ତାଙ୍କ ପଛରେ ଆସିଗଲା !ତାହାକୁ ବାନ୍ଧି ଖାଦ୍ୟ ଦେଇ ପ୍ରେମରେ ପୋଷିଲେ !କିଛି ମାସ ମଧ୍ୟରେ ଉତ୍ତମ ରୂପେ ଶକ୍ତି ଭାବେ ବଢ଼ି ଥିବା ସେହି ଘୋଡାଛୁଆଁ ରଥ ଟାଣିବାକୁ ସେହି ଘୋଡା ଆବଶ୍ୟକ ବୋଲି କିଣିବାବାକୁ ବହୁତ ଲୋକ ଆସିଲେ, କିନ୍ତୁ ସେହି ମାଲିକ କହିଲା, ନା ମୁଁ ଏହାକୁ ମୋର ପୁଅ ପରି ପୋଷିଲି !ଏହା ମୋତେ ପ୍ରଭୁ ଦେଇ ଥିବା ଉପହାର ବୋଲି ତାହା ବିକିବାକୁ ଇଚ୍ଛା କଲା ନାହିଁ !ସେହି ଗାଁର ଲୋକମାନେ ସମସ୍ତେ ଗାଳି କରିବାକୁ ଆରମ୍ଭ କଲେ ! ଗାଁ ଲୋକ କହିଲେ, ଇଏ ବଞ୍ଚିବାର ଜାଣି ନାହିଁ !ଦିନେ ଘୋଡାଟି ହଜିଗଲା !ସଂଗେ ସଂଗେ ସେହି ଗାଁର ଲୋକ ସମସ୍ତେ ସେ ବିଷୟରେ ଜାଣି ହସିଲେ !ମାତ୍ର ସେହି ମାଲିକ କହିଲା, ସମସ୍ତ ମଙ୍ଗଳ ସକାଶେ ପ୍ରଭୁ କରନ୍ତି ସେ ଯାହା କଲେ ମଧ୍ୟ ମୋର ମଙ୍ଗଳ ସକାଶେ ହିଁ କରନ୍ତି ବୋଲି ପ୍ରଭୁଙ୍କୁ ଧନ୍ୟବାଦ ଜଣାଇଲା !

 

ଦିନେ ଭୋର ସକାଳେ ଏକ ବଡ଼ ଶବ୍ଦ ଶୁଣାଗଲା, ତାହା ଶୁଣି ମାଲିକ କବାଟ ଖୋଲିକି ଦେଖିବାରୁ ହଜିଯାଇ ଥିବା ସେହି ଘୋଡା ସହିତ ଆଉ ବାରଟି ଘୋଡା ଆସି ଠିଆ ହୋଇଛି !ଏହା ଦେଖି ଗାଁ ସମସ୍ତେ ଆଚର୍ଯ୍ୟ ହୋଇଗଲେ !ସେହି ଘୋଡାଗୁଡିକୁ ଦୌଡ଼ ପ୍ରତିଯୋଗିତା ନିମନ୍ତେ, ବିବାହ ସଵାରୀ ନିମନ୍ତେ ଭଡାରେ ଦେଲା !ଏହି କାର୍ଯ୍ୟ ଦ୍ଵାରା ପ୍ରଭୁ ତାଙ୍କ ପରିବାରକୁ ଆଶୀର୍ବାଦ କଲେ !ଯେକୌଣସି ପରିସ୍ଥିତିରେ ନିରୁଉଚ୍ଚାହିତ ନ ହୋଇ ପ୍ରଭୁଙ୍କୁ ଧନ୍ୟବାଦ କରିବା ଦ୍ଵାରା ସେମାନେ ଆଶୀର୍ବାଦ ପାଇଲେ ଏହା ସେହି ଗାଁ ଲୋକମାନେ ବୁଝିପାରିଲେ !

 

ଗେଲ୍ଲୀପିଲାମାନେ ତୁମ୍ଭେ ମଧ୍ୟ ତୁମ୍ଭ ପରିବାରର କଠିନ ପରିସ୍ଥିତିରେ ତୁମ୍ଭେ ପ୍ରଭୁଙ୍କୁ ଧନ୍ୟବାଦ ଦେବା ଶିଖିବା ଦ୍ଵାରା ଅସୁବିଧାକୁ ମଧ୍ୟ ପ୍ରଭୁ ସୁବିଧାକୁ ବଦଳାଇବେ !ତୁମ୍ଭେ ସେହିପରି ଧନ୍ୟବାଦ ଜଣାଇବତ !

- ଭଉଣୀ. ଦେବୋରା

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al deneme bonusu deneme bonusu veren siteler online casino online casino Online casino nz Best payout online casino nz meritking meritking giriş meritking güncel giriş perabet perabet giriş perabet güncel giriş holiganbet holiganbet giriş holiganbet güncel giriş Meritking Perabet Holiganbet jojobet jojobet giriş jojobet güncel giriş perabet perabet giriş perabet perabet giriş holiganbet holiganbet giriş holiganbet holiganbet giriş alobet alobet giriş bahissenin bahissenin giriş bayconticasino bayconticasino giriş atlasbet atlasbet giriş betcio betcio giriş grandpashabet grandpashabet giriş marsbahis marsbahis giriş matbet matbet giriş nakitbahis nakitbahis giriş pashagaming pashagaming giriş Meritking Meritking giriş imajbet imajbet giriş İmajbet Prizmabet Yakabet Betsat Betnano Restbet Perabet Perabet Giriş Perabet Güncel Giriş Cratosroyalbet romabet nakitbahis matbet matbet