By Village Missionary Movement
Sunday, 11-Jul-2021ଆଜିର ବାକ୍ୟ (Oriya) 11-07-2021 (Bible Characters Special)
ତିନୋଟି କୃଶ
"...ଯେ ମନ ପରିବର୍ତ୍ତନ କରେ, ଏପରି ଜଣେ ପାପୀର ନିମନ୍ତେ ସ୍ୱର୍ଗରେ ଅଧିକ ଆନନ୍ଦ ହେବ ।“ - ଲୂକ 15:7
ଛୋଟ ପିଲାମାନେ ଆଜି ଆମେ ଯେରୁଯାଲେମ ସହରର ବାହାରେ ଥିବା ଗୋଲଗୋତା ନାମକ ପାହାଡ ନିକଟରେ କଣ ଘଟିଲା, ତାହା ଜାଣିବାକୁ ଦୁଇ ହଜାର ବର୍ଷ ପଛକୁ ଯାଉଅଛୁ !ପ୍ରସ୍ତୁତ କି ?
ସେହି ପାହାଡ଼ ଉପରେ ତିନୋଟି କୃଶ ଠିଆ କରି ରଖାଯାଇଛି !ଗୋଟିଏ ଗୋଟିଏ କୃଶରେ ଜଣ ଜଣକୁ ଝୁଲାଇ ରଖା ହୋଇଛି !ମଝିରେ ଥିବା କୃଶ ହିଁ ତୁମ୍ଭଙ୍କୁ ଓ ମୋତେ ପରିତ୍ରାଣ କରିବା ପ୍ରଭୁଯୀଶୁଖ୍ରୀଷ୍ଟ ଝୁଲି ରହିଥିବା କୃଶ !ତାହାଙ୍କର ଦୁଇ ପାର୍ଷରେ ଦୁଇ ଜଣ ଚୋରଙ୍କୁ କୃଶରେ ଝୁଲାଇ ଦିଆଯାଇଛି !ତାଙ୍କ ମଧ୍ୟରୁ ଜଣେ ଯୀଶୁଙ୍କୁ ଦେଖି, ରାଗରେ ଗର୍ଜନ କରି କହୁଛି, ତୁମ୍ଭେ ଯୀଶୁଖ୍ରୀଷ୍ଟ ତ, ତୁମ୍ଭେ ତୁମ୍ଭଙ୍କୁ ଉଦ୍ଧାର ହୁଅ ଏବଂ ଆମକୁ ମଧ୍ୟ ଉଦ୍ଧାର କର !କିନ୍ତୁ ଯୀଶୁ କୌଣସି ଉତ୍ତର ନ ଦେଇ ନିଶବ୍ଦରେ ହାତ ଓ ଗୋଡ଼ର ଆଘାତର ବେଦନାକୁ ସହ୍ୟ କରୁଥାନ୍ତି !
ମାତ୍ର ଦେଖନ୍ତୁ ଅନ୍ୟ ଜଣେ ଚୋର କପଟ କରୁଥିବା ଵ୍ୟକ୍ତିଙ୍କୁ ଦେଖି କହିଲା, ତୁମ୍ଭେ କଣ ସଦାପ୍ରଭୁଙ୍କୁ ଭୟ କରିବ ନାହିଁକି ? କିନ୍ତୁ ଆମେ ଦୋଷ କରିବା ଯୋଗୁ ଦଣ୍ଡ ପାଉଛୁ !କିନ୍ତୁ ସେ ଦୋଷ ନ କରି ଦଣ୍ଡ ପାଉଛି !ତାଙ୍କୁ କପଟ କରିବା ବନ୍ଧ କର !କିଛି କ୍ଷଣ ପରେ ସେ ଯୀଶୁଙ୍କ ଆଡକୁ ଅନାଇ ଲୁହ ଭରା ନୟନରେ କହିଲା, ଯୀଶୁ ତୁମ୍ଭେ ତୁମ୍ଭ ରାଜ୍ୟରେ ଆସିଲେ ମୋତେ ମନେପକାଅ !ଯୀଶୁବାପା ତାହାଙ୍କୁ ବହୁତ ଭଲ ପାଇଲେ !ଅତି ଉତ୍ତମ ରୂପେ ଲକ୍ଷ୍ୟ କରିବା, ଯୀଶୁଖ୍ରୀଷ୍ଟ ବହୁତ ଆଚର୍ଯ୍ୟ କର୍ମ କରିବା ବେଳେ ଅର୍ଥାତ ରୋଗୀଙ୍କୁ ସୁସ୍ଥ କଲା ବେଳେ, ମୃତ୍ୟୁକୁ ଉଠାଇବା ବେଳେ ମଧ୍ୟ କିଛି ଲୋକ ତାଙ୍କ ଠାରେ ବିଶ୍ୱାସ କରିନାହାନ୍ତି !ମାତ୍ର ଏଠାରେ ବହୁତ ଠକାମୀ ଏହି ଚୋର, ଯୀଶୁ ବହୁତ ଦୁର୍ବଳ ହୋଇ ମଣିଷ ଭାବେ କୃଶରେ ଝୁଲୁଥିବା ବେଳେ ଯୀଶୁଙ୍କୁ ବିଶ୍ୱାସ କଲା !ସୁପର ତ !ଯୀଶୁ ତାଙ୍କୁ କହିଲେ, ଆଜି ତୁମ୍ଭେ ମୋ ସହିତ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବ !ହଁ ସେ ତାଙ୍କର ସମସ୍ତ ପାପରୁ କ୍ଷମା ପାଇଥିବା ଯୋଗୁ ଜୀବନର ଶେଷ ମିନିଟରେ ମନପରିବର୍ତନ କରି ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବାକୁ ଯୋଗ୍ୟତା ପାଇଲା !
ଲାମାନେ, ଏହି ପୃଥିବୀରେ ଅନେକ ଲୋକ ଯୀଶୁଙ୍କର ଆଶୀର୍ବାଦ ନିମନ୍ତେ, ଆବଶ୍ୟକତା ନିମନ୍ତେ, ସମସ୍ୟାର ସମାଧାନ ନିମନ୍ତେ, ରୋଗରୁ ସୁସ୍ଥତା ନିମନ୍ତେ ଖୋଜୁଛନ୍ତି !ମାତ୍ର ସେହି ଚୋର ଏଥିରୁ କିଛି ମାଗିଲା ନାହିଁ !ମାତ୍ର ସେ କେବଳ ପରିତ୍ରାଣ ହିଁ ମାଗିଲା !ତୁମ୍ଭେମାନେ ମଧ୍ୟ ଏହି ପୃଥିବୀର ଆଶୀର୍ବାଦକୁ ନ ଖୋଜି, ତୁମ୍ଭ ଜୀବନରେ ଯୀଶୁ ହିଁ ପୂର୍ଣ୍ଣ ହେବା ନିମନ୍ତେ, ତୁମ୍ଭ ପାପ ଗୁଡିକ କ୍ଷମା ନିମନ୍ତେ, ତାଙ୍କୁ ଖୋଜିଲେ, ତୁମ୍ଭେ ବହୁମୂଲ୍ୟ ସ୍ୱର୍ଗରାଜ୍ୟର ଅଧିକାରୀ ସନ୍ତାନ ହେବ !କଣ ହଁ ତ !
- ଶ୍ରୀମତୀ ଅନିତା ଆଲ୍ଲାଗାର ସ୍ୱାମୀ
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.