By Village Missionary Movement
Monday, 12-Jul-2021ଆଜିର ବାକ୍ୟ (Oriya) 12-07-2021 (Bible Characters Special)
ଦାଉଦ
"...ତାଙ୍କୁ ଛାଡ଼, ସେ ଅଭିଶାପ ଦେଉ; କାରଣ ସଦାପ୍ରଭୁ ତାହାକୁ ଅନୁମତି ଦେଇଅଛନ୍ତି।" - ଦ୍ୱିତୀୟ ଶାମୁୟେଲ 16:11
ଦାଉଦଙ୍କୁ ତାଙ୍କ ନିଜ ପୁଅ ଅବଶାଲୋମ ହତ୍ୟା କରିବାକୁ ଖୋଜିବା ବେଳେ, ତାଙ୍କୁ ଭୟ କରି ଦାଉଦ ରାଜା ପାଦରେ ଦୌଡ଼ିବା ସମୟରେ ଶାଉଲ ବଂଶର ପରିବାରଭୁକ୍ତ ସିମୀୟି ଦାଉଦଙ୍କୁ ଅଭିଶାପ କରି, ପଥର ପକାଇ ଧୂଳି ଉଡ଼ାଇ ଆସି, ନରହତ୍ୟାକାରୀ, ଆରେ ପାପାଧମ ଦୂର ଦୂର ବୋଲି ସେ ତାଙ୍କୁ ଅଭିଶାପ କରୁଥିବା କଥା କଟାଘାଆରେ ଚୂନ ମାରିବା ପରି ଲାଗୁଥାଏ !ଦାଉଦଙ୍କର ସହ ରହିଥିବା ଲୋକ କହିଲେ, ଅନୁମତି ଦେଉନ୍ତୁ, ମୁଁ ପାର ହୋଇ ଯାଇ ତାହାର ମୁଣ୍ଡ କାଟି ପକାଏ।ମାତ୍ର ଦାଉଦ ସମସ୍ତ କାର୍ଯ୍ୟକୁ ସଦାପ୍ରଭୁଙ୍କର ନିକଟରେ ସମର୍ପଣ କରି କହିଲେ, ସେ ତ ଅଭିଶାପ ଦେଉଅଛି, ପୁଣି ଦାଉଦକୁ ‘ଅଭିଶାପ ଦିଅ’ ବୋଲି ସଦାପ୍ରଭୁ ତାହାକୁ କହିଅଛନ୍ତି ? ମୋତେ ବିନାକାରଣରେ ଅଭିଶାପ ଦେଉଥିବା ଲୋକଙ୍କୁ ପ୍ରଭୁ ନୀଚୀତ ବିନାଶ କରିବ ବୋଲି ନ କହି, ଏହି ନିନ୍ଦା ବଦଳରେ ପ୍ରଭୁ ମୋତେ ମଙ୍ଗଳ କରିବେ ବୋଲି କହିଲେ !ଦାଉଦଙ୍କର ସ୍ୱଚ୍ଛ ହୃଦୟକୁ ଦେଖନ୍ତୁ !
ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ପୁଲପିଟରେ କହୁଥିବା କାର୍ଯ୍ୟ କଣ ? ତୁମ୍ଭ ଶତ୍ରୁକୁ ସଦାପ୍ରଭୁ ବିନାଶ କରିବେ !ବିନାଶ କରିବା ତାହାଙ୍କର ଅଂଶ ବୋଲି କହି, ଶତ୍ରୁକୁ ପ୍ରେମ କର ବୋଲି ଶିଖାଇ ଥିବା ଯୀଶୁଖ୍ରୀଷ୍ଟଙ୍କର ସତ୍ୟକୁ ବଦଳାଇଲେ , ସେମାନେ ଯେବେହେଲେ ଢଳି ପଡିବେ !ପରମେଶ୍ୱର ଯେବେହେଲେ ତାଙ୍କୁ ବିନାଶ କରିବେ ବୋଲି ଆଲୋଚନାରେ ଦେଖୁଥିବା ମାନସିକ ସ୍ଥିତିକୁ ଅଭିବୃଦ୍ଧି କଲେ !ତେଣୁ ବିଜାତିୟଙ୍କୁ ଓ ଖ୍ରୀଷ୍ଟିଆନଙ୍କୁ କଣ ଫରକ ଅଛି !ଆମକୁ ଜଣେ ହିଁ ଶତ୍ରୁ ଅଛି, ସେ ହିଁ ସଇତାନ !
ପ୍ରିୟ ବନ୍ଧୁଗଣ, ଯୀଶୁଖ୍ରୀଷ୍ଟଙ୍କର ବିଷୟରେ ପବିତ୍ର ଗ୍ରନ୍ଥ କଣ କହୁଛି ? ସେ ଅଭିଶାପ ପାଇବା ବେଳେ କିଛି ପ୍ରତିବଦଳ ଆସି ନାହିଁ !ଦୁଃଖ ଅନୁଭବ କରିବା ବେଳେ ଭୟ କରି ନାହିଁ !ନ୍ୟାୟରେ ବିଚାର କରିବା ଲୋକଙ୍କୁ ତାଙ୍କେ ସମର୍ପିତ ହେଲେ !ଏହିଁ ଆଲୋଚନା ହିଁ ଦାଉଦଙ୍କର ନିକଟରେ ଦେଖାଗଲା !ଆମେ ମଧ୍ୟ ଏହିପରି ସ୍ଵଭାଵ ରହିବାକୁ ହେବ !କେତେ ଜଣ ଶିମୀୟି ବିରୋଧରେ ଉଠିଲେ ମଧ୍ୟ, ପ୍ରଭୁ ଏହି ଅମଙ୍ଗଳକୁ ମଙ୍ଗଳରେ ବଦଳାଅ ବୋଲି ପ୍ରାର୍ଥନା କରିବା !ତାପର ଦିନମାନଙ୍କରେ ଶିମୀୟୀଙ୍କୁ ଦଣ୍ଡ ଦେବାକୁ ଦାଉଦଙ୍କୁ ସୁଯୋଗ ଆସିବାରୁ ମଧ୍ୟ ସେ ତାହାଙ୍କୁ କ୍ଷମା କଲେ (ଦ୍ୱିତୀୟ ଶାମୂୟେଲ -19:23)!ପ୍ରତିଉତ୍ତର ଦେବାକୁ, କଟା ଘାଆରେ ଚୂନ ମାରିବାକୁ ମନସ୍କାମନା ନ କରି ସାଧାରଣ ଭାବେ ଚାଲୁ ଥିବା ଦାଉଦ ଆମକୁ ଉତ୍ତମ ଉଦାହରଣ ତ !ହଁ ବିଜାତିୟମାନଙ୍କ ନିକଟରେ ଆମେ ଦଇବ ସ୍ୱାଭାବିକ ଦେଖାଇବା !ସଦାପ୍ରଭୁ ଆମର ସହବର୍ତ୍ତି ହୁଅନ୍ତୁ !
- ଟି. ଶାମୂଏଲ
ପ୍ରାର୍ଥନାର ଅଂଶ :-
ଆମକୁ ମୋକ୍ଷ ପ୍ରାୟାନାମ ଦିନଧ୍ୟାନକୁ ଆଠଟି ଭାଷାରେ ଭୁଜାଇବାକୁ ସାହାଯ୍ୟ କରୁଥିବା ଭାଷା ଅନୁବାଦକଙ୍କୁ ପରମେଶ୍ୱରଙ୍କର ଆଶୀର୍ବାଦ ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.