Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 19-07-2021 (Bible Characters Special)
Share:

By Village Missionary Movement

Monday, 19-Jul-2021

ଆଜିର ବାକ୍ୟ (Oriya) 19-07-2021 (Bible Characters Special)

 

ନାମାନ୍

 

"...ମାତ୍ର ଯେ ଜ୍ଞାନବାନ, ସେ ପରାମର୍ଶ ଶୁଣେ " - ହିତୋପଦେଶ 12:15

 

ଆମ ପ୍ରତିଦିନ ଜୀବନରେ ଆମ ମଧ୍ୟରେ ଅନେକ ଲୋକଙ୍କୁ, ଆମଠାରୁ ଛୋଟ ଅର୍ଥାତ ବୟସରେ, ଅନୁଭୂତିରେ ଛୋଟ ଲୋକଙ୍କୁ ଯେକୌଣସି ଗୋଟିଏ କାମକୁ କରନ୍ତୁ କହିଲେ, ତାହା ଗ୍ରହଣ କରିବାକୁ କିଛି ଲୋକଙ୍କୁ ନୀଚତ୍ଵ ଲାଗୁଥାଏ !ଆଉ କିଛି ଲୋକଙ୍କୁ ବହୁତ ନୀଚତ୍ଵ ଲାଗୁଥାଏ !ପରମେଶ୍ୱର ପ୍ରତିଦିନ ଆମେ ସମ୍ପର୍କ କରୁଥିବା ବ୍ୟକ୍ତିମାନଙ୍କ ସହ ମିଶି ତାଙ୍କ କାର୍ଯ୍ୟ ସିଦ୍ଧ ହେବାକୁ ଯୋଜନା କରିଥାନ୍ତି !ସେଥିପାଇଁ ଅନ୍ୟର ସାହାଯ୍ୟ ଓ ଆଲୋଚନାକୁ ଗ୍ରହଣ କରିବା ଏକ ବଡ଼ ଗୁରୁତ୍ୱ !ନ ହେଲେ ତାଙ୍କ ଦ୍ଵାରା ପରମେଶ୍ୱର ଆମକୁ ରଖି ଥିବା ଆଶୀର୍ବାଦକୁ ହାତ ଛଡା କରିବାର ସୁଯୋଗ ଅଛି !କିଛି ସମୟରେ ଛୋଟମାନେ ଆମକୁ ସାହାଯ୍ୟ କରିପାରନ୍ତି !ଛୋଟମାନଙ୍କର ସାହାଯ୍ୟ ପାଇବା ମାନେ ଉତ୍ତମ ପରିପୂର୍ଣ୍ଣ ସ୍ଥାନ ଦେଖାଇବାକୁ ଜଗତ ଆଲୋଚନା କରୁଛି !କିନ୍ତୁ ଆମେ ଜାଗତିକ ନୁହଁ, ଆମେ ଜଗତକୁ ବିଜୟୀ କରିବା ବ୍ୟକ୍ତି !

 

ଆରାମୀୟ ରାଜାର ସେନାପତି ନାମାନ୍ ଗୃହରେ ଇଶ୍ରାଏଲ ଦେଶରୁ ବନ୍ଦୀ କରି ଆଣିଥିବା ଏକ ଛୋଟ ବାଳିକା ଥିଲା !ସେ ମହାବିକ୍ରମଶାଳୀ ଲୋକ ଥିଲା, ମାତ୍ର ସେ କୁଷ୍ଠ ରୋଗୀ ଅଟେ !ଏହା ଜାଣି ପାରିଥିବା ବାଳିକା ଶମରୀୟାରେ ଯେଉଁ ଭବିଷ୍ୟଦବକ୍ତା ଅଛନ୍ତି, ତାଙ୍କ ସଂଗେ ଯେବେ ମୋ ପ୍ରଭୁ ଥାଆନ୍ତେ, ତେବେ ତାଙ୍କୁ ସେ ତାଙ୍କ କୁଷ୍ଠରୋଗରୁ ସୁସ୍ଥ କରନ୍ତେ !ଏହି ବାଳିକାର କଥା ଶୁଣି, ରାଜାଙ୍କ ନିକଟରୁ ଏକ ପାତ୍ର ଧରି ବାହାରି ଗଲା !ମାତ୍ର ଏଲୀଶାୟ ତାଙ୍କ ଦୂତକୁ ପଠାଇ ଯର୍ଦ୍ଧନ ନଦୀରେ ସାତ ଥର ସ୍ନାନ କର ବୋଲି କହିକି ପଠାଇଲା !ନାମାନ୍ ଗୋଟିଏ ଦେଶର ସେନାପତି !ରାଜାଙ୍କ ଘନିଷ୍ଠ !ଅନ୍ୟ ଦେଶଠାରୁ ଆସିଥିଲା !ମାତ୍ର ମିଶିବା ବ୍ୟକ୍ତିଙ୍କ ସହିତ ମିଶି ନାହିଁ !ଗୃହର ଦୂତ ସହିତ ମିଶି ପାରିଲା !ଏହି ପରିସ୍ଥିତିକୁ ଆମେ କିଛି ହୃଦୟର ଦର୍ଶନକୁ ଆଗକୁ ଆଣିବା !ତାହାର କୋଠା ଓ ଅଧିକାର ଦ୍ଵାରା ଏଲୀଶାୟ ଆସି ତାଙ୍କୁ ସ୍ବର୍ଷ କରି ପ୍ରାର୍ଥନା କରି ସୁସ୍ଥ କରିବ ବୋଲି ନାମାନ୍ ଭାବିଲା !ମାତ୍ର ତାଙ୍କ ଦୂତ ଆସିଥିଲା ! ଯର୍ଦ୍ଧନ ନଦୀରେ ସାତଥର ସ୍ନାନ କରିବା ସାଧାରଣ କାର୍ଯ୍ୟ !କ୍ରଦ୍ଧ ହୋଇ ଫେରି ଯିବାକୁ ଆଲୋଚନା କରୁଥିଲା !ସେତେବେଳେ ତାଙ୍କ ସହ ରହିଥିବା ଦାସ ସହାନୁଭୂତିସହ, ଧଉର୍ଯ୍ୟରେ କହିଲେ,ଯେବେ ସେ ଭବିଷ୍ୟଦବକ୍ତା କୌଣସି ବଡ଼ କାର୍ଯ୍ୟ କରିବାକୁ ଆପଣଙ୍କୁ ଆଜ୍ଞା କରିଥାନ୍ତେ, ତେବେ କି ଆପଣ କରି ନ ଥାନ୍ତେ ? ଏହି କଥା ଶୁଣି ନତ ହୋଇ ନାମାନ୍ ଯର୍ଦ୍ଧନ ନଦୀରେ ସାତ ଥର ସ୍ନାନ କଲା !କୁଷ୍ଠ ରୋଗରୁ ଶୁଚି ହୋଇ ସୁସ୍ଥ ହୋଇ ପୁନର୍ବାର ଫେରିକି ଗଲା !

 

ଏହା ପଡ଼ୁଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ, ତୁମ୍ଭଙ୍କୁ ସାହାଯ୍ୟ କରିବାକୁ ତୁମ୍ଭ ପରିବାରରେ, ଗ୍ରାମରେ, ସଭା ସମିତିରେ, ସାଙ୍ଗସାଥୀ ମଧ୍ୟରେ ଅନେକଙ୍କୁ ପରମେଶ୍ୱର ନିରୂପଣ କରିଛନ୍ତି !ତାଙ୍କରି ଆଲୋଚନାକୁ ଶୁଣୁଛୁ କି ? ନା ନାମାନଙ୍କ କାର୍ଯ୍ୟ ଏଲୀଶାୟ ଆସି କରିବାକୁ ହେବ ବୋଲି ଅପେକ୍ଷା କରିଥିବା ପରି ପ୍ରଭୁ ହିଁ କରିବାକୁ ହେବ, ପ୍ରଭୁ ହିଁ କହିବାକୁ ହେବ ବୋଲି ଅନ୍ୟମାନଙ୍କର ବାକ୍ୟକୁ ନ ଶୁଣି ଅବହେଳା କରୁଛୁ କି ? ଛୋଟ କାମ, ସେଥିରେ ବନ୍ଦୀ, ସେହି ତଳେ ଥିବା ସେବକ !ଏହି ଦୁଇ ଜଣଙ୍କ ବାକ୍ୟ ନାମାନ୍ ଶୁଣିଲା !ନତ ହେଲା ଅଦଭୂତ ପାଇଲା !ଆଉ ଆମ ସାମନାରେ ସାକ୍ଷୀ ହୋଇ ଠିଆ ହେଲା !ଆମକୁ ସଦାପ୍ରଭୁଙ୍କ ବିଷୟରେ ଆଲୋଚନା ଅନେକ ଆସୁଥିବ !ଶୁଣିକି ନତ ହେଲେ ଅଦଭୂତ, ନୋହିଲେ ପ୍ରତିଫଳ ଆମ ହସ୍ତରେ !

- ଏଲ. ଆଲ୍ଲାଗାର ସ୍ୱାମୀ 

 

ପ୍ରାର୍ଥନାର ଅଂଶ :-

ଆମେ ସେବା କରୁଥିବା ଗ୍ରାମଗୁଡିକରେ ଛୋଟ ପିଲାମାନେ, ଯୌବନମାନେ ପରମେଶ୍ୱରଙ୍କ ନିକଟରେ ସ୍ଥାୟୀ ହେବାକୁ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet