Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 25-07-2021 (Kids Special)
Share:

By Village Missionary Movement

Sunday, 25-Jul-2021

ଆଜିର ବାକ୍ୟ (Oriya) 25-07-2021 (Kids Special)

 

ମରିୟମର ଜ୍ଞାନ 

 

"...ପୁଣି, ଯେ ଜ୍ଞାନବାନ, ସେ ଅନ୍ୟମାନଙ୍କର ଆତ୍ମା ଲାଭ କରେ।" - ହିତୋପଦେଶ 11:30

 

କୁଆଁ କୁଆଁ ଶବ୍ଦରେ ଜଣେ ସୁନ୍ଦର ପୁତ୍ରସନ୍ତାନ ଜନ୍ମ ହେଲା !ଛୁଆଁଟି ହାତକୁ ଖେଳାଇ ଗୋଡ଼ଟି ହଲାଉ ଥାଏ !ମାତ୍ର ସେହି ଘରେ ସମସ୍ତେ ଚିନ୍ତାରେ ରହିଥାନ୍ତି !ତାଙ୍କର ମାତା ଛୁଆଁଟି ନ କାନ୍ଦି ରହିବାକୁ ଆଲିଙ୍ଗନ କଲା !ଆନନ୍ଦରେ ରହିବା ମାତା ଚିନ୍ତାରେ ଓ ଭୟରେ ରହିଥାଏ !କାହିକି ଜାଣିଛ କି ? ମିଶର ଦେଶର ରାଜା ଆଜ୍ଞା କଲେ, ଇଶ୍ରାଏଲମାନେ ଅଧିକ ଭାବେ ବିସ୍ତାର ହେବା ଯୋଗୁ, ସେମାନଙ୍କୁ ଜନ୍ମ ହେଉ ଥିବା ପୁତ୍ର ସନ୍ତାନମାନଙ୍କୁ ହତ୍ୟା କରନ୍ତୁ !ଏବେ କୁହନ୍ତୁ ସେମାନେ କିପରି ଖୁସିରେ ରହିପାରିବେ, ରହିପାରିବ ନାହିଁ ତ !ସେହି ଛୁଆଁଙ୍କୁ ହାରୋଣ ନାମକ ନନା ଓ ମରିୟମ ନାମକ ନାନୀ ରହି ଥିଲେ !ଭାଇ ଜନ୍ମ ହେଲା ବିଷୟକୁ ମରିୟମ କାହାକୁ ନ ଜଣାଇ ଗୁପ୍ତ ଭାବରେ ଲୁଚେଇ ରଖିଲା !

 

ଛୁଆଁଟି ବଢ଼ି ବଢ଼ି ବହୁତ ଭାବେ ଶବ୍ଦ କରୁଥାଏ !ନନା ଓ ନାନୀଙ୍କୁ ଦେଖି ହସିବା ଆରମ୍ଭ କଲା !ଏଥର ଅଉ ଏହି ଛୁଆଁକୁ ଲୁଚେଇ ରଖି ପାରିବିନି ବୋଲି ତାର ମାତା ଆଲୋଚନା କଲା !ସଂଗେ ସଂଗେ ମରିୟମକୁ ଡାକି କହିଲା, ନଦୀ ତୀର ବାଉଁଶ କାଠ ଆଣ ଓ ହାରୋଣକୁ ଡାକି କହିଲା, ତାହା ଯୋଡିବା ପାଇ ଲୁହାର କଣ୍ଟା ଆଣନ୍ତୁ !ଏହି ସମସ୍ତ ଛଡା ମାଆ କଣ କରିବା ବୋଲି ଆଲୋଚନା କରି କରି, ଦୁଇ ଜଣ ମାଆଙ୍କ କଥାକୁ ସଂପୂର୍ଣ୍ଣ କଲେ !ମାଆ ଗୋଟିଏ ନଳନିର୍ମିତ ପେଡି ଶୀଘ୍ର ତିଆରି କଲା !ସେହି ଭିତରକୁ ପାଣି ନ ଯିବାକୁ କଞ୍ଚିଟି ଦେଇ ଛୁଆଟିକୁ ସେହି ପେଡିରେ ରଖିଲା !ମରିୟମ ଓ ହାରୋଣକୁ ଦୁଃଖ ଆସିଲା !କିନ୍ତୁ ଅଉ ଅନ୍ୟ ଉପାୟ ନାହିଁ !ନଳବଣରେ ସେହି ପେଡିକୁ ଥୋଇ ଦେଲେ !ମରିୟମ ନଦୀ ତୀରରେ ଠିଆ ହୋଇ ଭାଇର କି ଦଶା ହେବ ବୋଲି ଦେଖୁଥାଏ !ଅଳ୍ପ ସମୟରେ ଯୁବରାଣୀ ସେହି ରାସ୍ତା ଦେଇ ଆସିଲା !ଏହି ପେଡିଟି କଣ ଅଟେ ବୋଲି ଦେଖିଲା !ସୁନ୍ଦର ଛୁଆଁଟି ଭୋକରେ କାନ୍ଦୁଚି !ଦୂରରେ ଠିଆ ହୋଇଥିବା ମରିୟମ ଧାଇଁ ଧାଇଁ ଆସି କହିଲା, ରାଣୀ ତୁମ୍ଭର ସାହାଯ୍ୟ ନିମନ୍ତେ କାହାକୁ ଆଣିବି କି, ଜ୍ଞାନରେ କଥା ହେଲା !ରାଣୀ ହଁ କହିବା ସଂଗେ ସଂଗେ ଧାଇଁ ଧାଇଁ ଯାଇ ତାର ମାଆକୁ ଆଣିଲା !ରାଣୀ ଆଜ୍ଞା କରି କହିଲା, ଏହି ସନ୍ତାନଟି ବଢିବା ପର୍ଯ୍ୟନ୍ତ ଏହାକୁ ମୋ ନିମନ୍ତେ ଲାଳନ ପାଳନ କରି ମୋତେ ଦିଅନ୍ତୁ !ତାର ସନ୍ତାନକୁ ରକ୍ଷା କରିଥିବା ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉ ଦେଉ ମରିୟମ ଓ ତାର ମାଆ ଘରକୁ ବାହୁଡ଼ିଲେ !

 

ପିଲାମାନେ, ତୁମ୍ଭେମାନେ ମରିୟମ ତାଙ୍କ ଭାଇଙ୍କୁ ରକ୍ଷା କରିବାରେ କେତେ ଜ୍ଞାନରେ ଚାଳିଲା ଦେଖିଲ କି ? ହଁ ତୁମ୍ଭେ ମଧ୍ୟ ମରିୟମଙ୍କ ସଦୃଶ୍ୟ ଜ୍ଞାନରେ କଥା ହେବାକୁ ହେବ ବୋଲି ମୁଁ ତୁମ୍ଭଙ୍କୁ ଏହି କାହାଣୀ କହୁଅଛି !ତୁମ୍ଭେ କଣ କରିବାକୁ ହେବ ଜାଣିଛ କି ? ଛୁଟି ଦିନରେ ତୁମ୍ଭ ଘରକୁ ଆସିଥିବା ତୁମ୍ଭ ପିଇସୀଙ୍କର ପିଲାମାନଙ୍କୁ, ତୁମ୍ଭ ମାଉସୀଙ୍କର ପିଲାମାନଙ୍କୁ ସମସ୍ତଙ୍କ ସହିତ ଜ୍ଞାନରେ କଥା ହୋଇ ତୁମ୍ଭ ଗ୍ରାମରେ ହେଉଥିବା ଭି.ଭି.ଏସ.କୁ ନେଇ, ସେମାନଙ୍କର ଆତ୍ମାକୁ ନର୍କରୁ ଉଦ୍ଧାର କରନ୍ତୁ, ହଁ ତ !

 

ଶ୍ରୀମତୀ ଯିୱା ବିଜୟ

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet