Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 02-08-2021
Share:

By Village Missionary Movement

Monday, 02-Aug-2021

ଆଜିର ବାକ୍ୟ (Oriya) 02-08-2021

 

ହରାଇ ଥିବା ଫେରି ପାଇବା 

 

“ଆଉ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ଆପଣାର ଯେଉଁ ମହା ସୈନ୍ୟଦଳ, ଅର୍ଥାତ୍‍ ପଙ୍ଗପାଳ, ପତଙ୍ଗ, ଘୁର୍ଘୁରିଆ ଓ ଶୂକ କୀଟ ପଠାଇଲୁ, ସେମାନେ ଯେଉଁ ବର୍ଷର ଶସ୍ୟାଦି ଖାଇଅଛନ୍ତି, ତାହା ଆମ୍ଭେ ତୁମ୍ଭମାନଙ୍କୁ ଫେରାଇ ଦେବା।“ - ଯୋୟେଲ 2:25

 

ବିତିଯାଇଥିବା କିଛି ମାସରେ ପ୍ରାୟ ଆମେ ଅନେକ ବିଷୟରେ ନଷ୍ଟ ହୋଇଯାଇଛୁ !କରୋନାର ଦ୍ୱିତୀୟ ଲହରୀରେ କିଛି ଲୋକ ତାଙ୍କ ପରିବାରର ଅଦଭୂତ ଗୁଡିକ ହରାଇଛନ୍ତି !ଆଉ କିଛି ଲୋକ ରୋଗ ବ୍ୟାଧିର ପ୍ରଭାହ ଦ୍ଵାରା ତାଙ୍କ ଶାରୀରିକ ବଳ ଓ ଆରୋଗ୍ୟ ହରାଇଛନ୍ତି !ଆଉ କିଛି ଲୋକ ତାଙ୍କ କାର୍ଯ୍ୟ ଭାର ଓ ଚାକିରୀ ହରାଇଛନ୍ତି !ବହୁତ ଲୋକଙ୍କର ଜୀବନ ଜୀବିକା ବାଧାପ୍ରାପ୍ତ ହୋଇଛି !ଛୋଟ ପରିଶ୍ରମରେ କାର୍ଯ୍ୟ କରିବା ଲୋକ, ପ୍ରତ୍ୟେକ ଦିନ ଅର୍ଜନ କରି, ତାଙ୍କ ପରିବାରକୁ ପୋଷଣ କରିବା ଲୋକ, ପ୍ରତ୍ୟେକ ଲୋକଙ୍କର ବାଧାପ୍ରାପ୍ତ ହୋଇଛି !ଅନେକ ଲୋକ ତାଙ୍କର ଅର୍ଜନକୁ ହରାଇଲେ !ଏହିପରି ବହୁତ ପ୍ରକାର ନଷ୍ଟ ମଧ୍ୟରେ, ଏଠାରୁ କେବେ ମୁକ୍ତି ମିଳିବ ବୋଲି ଯଗିକି ରହିଥିବା ଲୋକଙ୍କୁ ସଦାପ୍ରଭୁ ଦେଉଥିବା ଚୁକ୍ତିର ସାମ୍ବାଦ ମନକୁ ଉଚ୍ଚାହିତ କରୁଛି !ସଦାପ୍ରଭୁ କହନ୍ତି, ପଙ୍ଗପାଳ, ପତଙ୍ଗ, ଘୁର୍ଘୁରିଆ ଓ ଶୂକ କୀଟ ,ଖାଇଦେଇ ଥିବା ବର୍ଷର ଶସ୍ୟାଦି ତାହା ଆମ୍ଭେ ତୁମ୍ଭମାନଙ୍କୁ ଫେରାଇ ଦେବା !

 

ସେଥିପାଇଁ ଆମ୍ଭେ ଆଜିର ପରିସ୍ଥିତି ପାଇଁ ଚିନ୍ତା କରି, ମାନସିକ ଭାବେ ଦୁଃଖିତ ହେବାର ଆବଶ୍ୟକତା ନାହିଁ !ସଦାପ୍ରଭୁ ଦେଇଥିବା ଏହି ସଫଥକୁ ତୁମ୍ଭେ ବିଶ୍ୱାସର ସହିତ ଧରି ରଖ !ସଫଥ କରିଥିବା ପ୍ରଭୁ, କଥା ଫେରାନ୍ତି ନାହିଁ !ଆର୍ଥିକ ନଷ୍ଟରୁ ସୁଧାର ହୋଇ ଦ୍ୱିଗୁଣ ଆଶୀର୍ବାଦ ପାଇପାରିବ !ଏହା କିପରି ସମ୍ଭବ ? ସଦାପ୍ରଭୁଙ୍କର ବାକ୍ୟକୁ ବିଶ୍ୱାସ କଲେ ଯଥେଷ୍ଟ !

 

ଏହା ଶୁଣୁ ଥିବା ପ୍ରିୟ ଭାଇ ଓ ଭଉଣୀମାନେ ତୁମ୍ଭ ଜୀବନରେ କରୋନା କଣ ସ୍ବର୍ଶ କରିଥିଲା ?ଆର୍ଥିକ କି, ଆରୋଗ୍ୟ ପରିସ୍ଥିତି କି, ପରିଶ୍ରମ ବିନାଶ କି, ଉତ୍ତମ ଵ୍ୟକ୍ତିଙ୍କୁ ହରାଇଲ କି, କାର୍ଯ୍ୟ ଭାରରେ ନଷ୍ଟ କି, ନା ପରିବାରରେ ଶାନ୍ତି କି ? ପ୍ରଭୁଙ୍କ ଠାରେ ବିଶ୍ୱାସ ରଖନ୍ତୁ !ପରମେଶ୍ୱରଙ୍କ ହସ୍ତକୁ ଓ ତାଙ୍କ ଚୁକ୍ତିକୁ ବିଶ୍ୱାସର ସହିତ ଧରି ରଖିଲେ କରୋନା ସ୍ବର୍ଶର ପ୍ରଭାବ ଦ୍ଵାରା ହରାଇ ଥିବା ଶକ୍ତିକୁ ପୁଣିଥରେ ଫେରି ପାଇ ପାରିବା !ତାଙ୍କରି ହସ୍ତକୁ ଧରିବା, ହରାଇଥିବା ଜିନିଷକୁ ପୁଣିଥରେ ପାଇ ସଦାପ୍ରଭୁଙ୍କର ମହିମା କରିବା, ଆମେନ୍ !

- ଶ୍ରୀମତୀ ଭୁବନ ଧାନାବାଲାନ 

 

ପ୍ରାର୍ଥନାର ଅଂଶ :-

ଏହି ମାସ ସାରା କରାଯାଉ ଥିବା ସେବାରେ ପରମେଶ୍ୱରଙ୍କର ହସ୍ତ ନିକଟରେ ରହି କଢାଇ ନେବାକୁ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet