Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 03-08-2021
Share:

By Village Missionary Movement

Tuesday, 03-Aug-2021

ଆଜିର ବାକ୍ୟ (Oriya) 03-08-2021

 

ତୁମ୍ଭେମାନେ ଶ୍ରେଷ୍ଠ ଅଟ 

 

“ଏଣୁ ଭୟ କର ନାହିଁ, ତୁମ୍ଭେମାନେ ଅନେକ ଘରଚଟିଆ ଠାରୁ ଶ୍ରେଷ୍ଠ ।“ - ମାଥିଉ 10:31

 

ଆମ୍ଭ ମସ୍ତକରେ ଥିବା ସମସ୍ତ କେଶ ସଦାପ୍ରଭୁ ଗଣନା କରିଛନ୍ତି !ଏହି ବିଷୟ ଆମ୍ଭଙ୍କୁ କେତେ ଆଚର୍ଯ୍ୟ କରୁଛି !ଆମ୍ଭଙ୍କୁ ଏତେ ସଂରକ୍ଷଣ କରିଥିବା ପରମେଶ୍ୱର ଆମ୍ଭ ଶରୀର ଅଂଶକୁ ଓ ଆମ୍ଭ ପ୍ରାଣ ନିମନ୍ତେ କେତେ କର୍ତ୍ତବ୍ୟରେ ଅଛନ୍ତି ବୋଲି ଗଣନା କରି ଦେଖି ପ୍ରଭୁଙ୍କୁ କୃତଜ୍ଞତାର ସହ ସ୍ତୁତି କରିବାକୁ ୠଣୀ ହୋଇ ଅଛୁ !ତାଙ୍କର ଅନୁମତି ନ ଥାଇ କୌଣସି ଅସୁବିଧା ଆମ୍ଭର ହେବ ନାହିଁ !

 

ବର୍ତ୍ତମାନ ଏବେ ରହିଥିବା ଏହି ଭୟଙ୍କର ବ୍ୟାଧି ଆମ୍ଭଙ୍କୁ ଭୟ କରାଉଛି !ଟୀକାକରଣ, ଅନେକ ପ୍ରକାର ସେବା, ଅନେକଙ୍କୁ ପରାଜୟ ଦେଇଛୁ !ଏହି ପରିସ୍ଥିତିରେ ବି ପ୍ରଭୁଙ୍କର ଇଚ୍ଛା ନ ଥାଇ, ମୋ ପ୍ରଭୁ ମୋ ଜୀବନରେ କୌଣସି ଅନୁମତି ଦେବେ ନାହିଁ ବୋଲି ବାସ୍ତବ ଆମ୍ଭେ ତାଙ୍କ ସହ ମିଶି ଥିବା ସମ୍ପର୍କରେ ମାତ୍ର ରହିଛି ! ବୋଝ, ସମସ୍ୟା, ବେଦନା, ମରଣ, ବ୍ୟାଧିଗୁଡିକ ରହିଥିବା କାଳରେ ଉପକାର ଆମ୍ଭେ ଦେଖିପାରିବା ଓ ତାହାକୁ ଅନୁଭବ କରିପାରିବା !ସେଥିପାଇଁ କୌଣସି ପରିସ୍ଥିତିରେ ମଧ୍ୟ ପରମେଶ୍ୱରଙ୍କୁ କୃତଜ୍ଞତା ଜଣାଇବା ଭୁଲିବାକୁ ହେବ ନାହିଁ !

 

କୃତଜ୍ଞତା ଜଣାଇବା ଲୋକଙ୍କୁ କଣ କଣ ଉପକାର ହେବ:-ରକ୍ତଚାପ କମିଯିବ, ଧୀରସ୍ଥିରରେ ରହିପାରିବା, ସୃଜନାଆତ୍ମ ଆଲୋଚନା ମିଳିବ, ସଦାବେଳେ ସକ୍ରିୟ ହୋଇ ରହିପାରିବ, ସବୁବେଳେ ଖୁସି ହୋଇ ଦେଖା ଯିବ, ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବା, ଅତି ସହଜରେ କ୍ଷମା କରିବା ସ୍ଵଭାଵ ଦେଖାଯିବ, ଯେକୌଣସି ପରିସ୍ଥିତିରେ ମଧ୍ୟ ଅନ୍ୟ ଉପରେ ଦୋଷ ଟେଲି ପାରିବା ନାହିଁ !

 

ପ୍ରିୟ ବନ୍ଧୁଗଣ, ପରମେଶ୍ୱରଙ୍କୁ କୃତଜ୍ଞତା ଜଣାଇବା ଦ୍ଵାରା, ଉପରେ କୁହାଯାଇ ଥିବା ଉତ୍ତମ ସ୍ଵଭାଵ ପାଇଁ ଖୁସିରେ ଜୀବନ ଯାପନ କରି ପାରିବା !ଆଜିର ଦିନରେ ଆମ୍ଭେ ସମସ୍ତ ବିଷୟରେ ଆମ୍ଭ ଆଖି ସାମ୍ନାନା ଆଣି, ପରମେଶ୍ୱରଙ୍କୁ ପୂର୍ଣ୍ଣ ହୃଦୟରେ କୃତଜ୍ଞତା ଜଣାଇ ତାଙ୍କରି ମହିମା କରିବା !ତାଙ୍କୁ ସ୍ତୁତି କରିବାର ଅର୍ଥ, ଆମ୍ଭେ ତାଙ୍କୁ ପ୍ରେମ କରିବାର ଚି଼ହ୍ନ !ଆନ୍ତରିକତାରେ ଆମ୍ଭେ ସଦାପ୍ରଭୁଙ୍କର ସ୍ତୁତି କରି, ପ୍ରେମ କରି, ସେ ଦେଇ ଥିବା ସ୍ଵଭାଵରେ ଜୀବନ ଯାପନ କରିବା !ସଦାପ୍ରଭୁ ହିଁ ମୋର ଆଶ୍ରୟ, ମୋର,ସଂଗୀ, ମୋର ପରିତ୍ରାଣ, ମୋର ସୁସ୍ଥତା, ମୋର ସ୍ବାନ୍ତନା ବୋଲି ତାଙ୍କ ଠାରେ ଆମେ ମିଳନ ହୋଇ ବଂଚିବା !ତାଙ୍କର ସଂରକ୍ଷଣରେ ବଂଚିବା ଆମ୍ଭେ ଶ୍ରେଷ୍ଠ ଅଟୁ !ସଦାପ୍ରଭୁଙ୍କର ସ୍ୱାସ୍ଥ୍ୟତା ଆମ୍ଭଙ୍କୁ ରକ୍ଷା କରୁ, ଆମେନ୍ !

- ଶ୍ରୀମତୀ ସାରୋଜା ମୋହନ ଦାସ 

 

ପ୍ରାର୍ଥନାର ଅଂଶ :-

ମିଶିନାରୀ ପିଲାମାନଙ୍କର ସ୍କୁଲ ଫିସ ଜମା କରିବାକୁ ଆବଶ୍ୟକତା ହେଉଥିବା ସହାୟକ ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet