Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 06-08-2021
Share:

By Village Missionary Movement

Friday, 06-Aug-2021

ଆଜିର ବାକ୍ୟ (Oriya) 06-08-2021

 

ଟାଟା ବାଇବାଇ 

 

“ମୁଁ ତୁମ୍ଭମାନଙ୍କୁ ଅନାଥ କରି ଛାଡ଼ିଯିବି ନାହିଁ, ମୁଁ ତୁମ୍ଭମାନଙ୍କ ନିକଟକୁ ଆସୁଅଛି ।“ - ଯୋହନ 14:18

 

ଆଜିର ପୃଥିବୀରେ ରହିଥିବା ସମ୍ପର୍କ ବିଷୟରେ ଆଲୋଚନା କଲେ ଭୟଙ୍କର ଅଟେ !ସର୍ବଦା ଆନନ୍ଦର ଏକ ସମ୍ପର୍କକୁ ଟାଟା ବାଇବାଇ ବୋଲି କହୁଛନ୍ତି !ପ୍ରତ୍ୟେକ ଭାବେ ପୁରୁଷକୁ ବିଶ୍ୱାସ କରି ଠକରେ ପଡ଼ିଥିବା ଥିବା ସ୍ତ୍ରୀ ଏବଂ ସ୍ତ୍ରୀଙ୍କୁ ବିଶ୍ୱାସ କରି ଠକରେ ପଡ଼ିଥିବା ଥିବା ପୁରୁଷମାନେ ହିଁ ଅଧିକା !ଜୀବନର ଶେଷ ପର୍ଯ୍ୟନ୍ତ ମିଳିମିଶି ରହିବାକୁ କହନ୍ତି, ମାତ୍ର ମଝିରେ ଟାଟା ବାଇବାଇ କରି ଛାଡି ଚାଲିଯାଆନ୍ତି !ସେଥିମଧ୍ୟରୁ ଆଜିର ଦିନରେ ସମୂହ ୱେବସାଇଟରେ ନକଲି ଖାତା ଆରମ୍ଭ କରି, ଆଶା ଜନ୍ମାଇବା କଥା କହି, ସେମାନଙ୍କର କାର୍ଯ୍ୟ ସଫଳ ହେବା କ୍ଷଣି ବାଇବାଇ ବୋଲି କହନ୍ତି !ଆମ୍ଭେ ଏହିପରି କାର୍ଯ୍ୟରୁ ଆମ୍ଭମାନଙ୍କର ଓ ଆମ୍ଭର ସନ୍ତାନମାନଙ୍କୁ ଦୁରେଇ ରଖିବାକୁ ହେବ !

 

ପବିତ୍ର ଗ୍ରନ୍ଥରେ ଯୀଶୁଖ୍ରୀଷ୍ଟଙ୍କର ଜଗତର କାର୍ଯ୍ୟର ସମ୍ପର୍କ ପୂର୍ଣ୍ଣ ହେବା ପରେ ସେ ତାଙ୍କ ଶିଷ୍ୟମାନଙ୍କୁ ଟାଟା ବାଇବାଇ କରି ଛାଡି ଚାଲିଯାଇ ନାହାନ୍ତି !ତାହା ବଦଳରେ ସର୍ବଦା ଆମ୍ଭ ନିକଟରେ ରହିବାକୁ ଆମ୍ଭ ନିମନ୍ତେ ପବିତ୍ର ଆତ୍ମାକୁ ପଠାଇଲେ !ଯୀଶୁଖ୍ରୀଷ୍ଟ ତାଙ୍କ ବାକ୍ୟ ଅନୁସାରେ ପିତାଙ୍କ ନିକଟକୁ ଯାଇ ପବିତ୍ର ଆତ୍ମା ଇଶ୍ୱରଙ୍କୁ ପଠାଇଲେ !ପବିତ୍ର ଆତ୍ମା ଆମ୍ଭ ଠାରେ ରହି ସକଳ ସତ୍ୟତା ଆଡକୁ ଆମ୍ଭଙ୍କୁ ପ୍ରତିଦିନ କଢାଇ ନେଉଛନ୍ତି !

 

ଏହା ଶ୍ରବଣ କରୁ ଥିବା ମୋର ପ୍ରିୟ ବନ୍ଧୁଗଣ, ଯୀଶୁଖ୍ରୀଷ୍ଟଙ୍କର ସଦୃଶ୍ୟ ଏହି ପୃଥିବୀରେ କେହି ଆମ୍ଭଙ୍କୁ ପ୍ରେମ କରନ୍ତି ନାହିଁ !ସେ ଆମ୍ଭଙ୍କୁ ମଝି ରାସ୍ତାରେ ଛାଡି ଦେଇ ଟାଟା ବାଇବାଇ ବୋଲି କହିବା ଲୋକ ନୁହନ୍ତି !ପ୍ରଭୁ ଯୀଶୁଙ୍କର ଓ ଆମ୍ଭ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଆଲୋଚନା କରି ଆମ୍ଭେ ଉଚ୍ଚାହିତ ହେବା !କାରଣ, ସେ ଏହି ପୃଥିବୀରେ ବଂଚିବା ଥିବାବେଳେ ହିଁ ନୁହେଁ, ସ୍ୱର୍ଗ ରାଜ୍ୟକୁ ପହଂଚିବା ପର୍ଯ୍ୟନ୍ତ ଆମ୍ଭ ସହ ରହି ଆମ୍ଭଙ୍କୁ କଢାଇ ନେବେ !ସେଥିପାଇଁ ଆମ୍ଭେ ଆନ୍ଦୋଳିତ ହେବା ଆବଶ୍ୟକତା ନାହିଁ !କେବଳ ଯୀଶୁ ହିଁ, ଆମ୍ଭେ ଯେକୌଣସି ପରିସ୍ଥିତିରେ ଥିଲେ ମଧ୍ୟ ଆମ୍ଭଙ୍କୁ ଛାଡି ନ ଦେଇ ପାଖକୁ କଡାଇ ନେଇ ଚଲାଇବ !ସେଥିପାଇଁ ତାଙ୍କୁ ଅନୁସରଣ କରି ଜୀବନଯାପନ କରିବା !

- ଶ୍ରୀ ଟି. ଶଙ୍କର 

 

ପ୍ରାର୍ଥନାର ଅଂଶ :-

ମାଦକ ଦ୍ରବ୍ୟର ଦାସତ୍ଵ ହୋଇ ଥିବା ଲୋକଙ୍କ ନିମନ୍ତେ ଆରମ୍ଭ କରାଯାଇ ଥିବା ଫି କେନ୍ଦ୍ର ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet