Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 08-08-2021 (Kids Special)
Share:

By Village Missionary Movement

Sunday, 08-Aug-2021

ଆଜିର ବାକ୍ୟ (Oriya) 08-08-2021 (Kids Special)

 

ସକ୍ରିୟରେ ରୁହନ୍ତୁ 

 

“ହେ ଅଳସୁଆ, ତୁମ୍ଭେ ପିମ୍ପୁଡ଼ି ପାଖକୁ ଯାଅ, ତାହାର କ୍ରିୟା ବିବେଚନା କର ଓ ଜ୍ଞାନୀ ହୁଅ।“ - ହିତୋପଦେଶ 6:6

 

ସକାଳୁ ସକାଳୁ ଉଠି ମାଆ କରିବା ସମସ୍ତ କାର୍ଯ୍ୟ ଶେଷ କରି, ରହିତ..ରହିତ କହି ଡାକିଲା !ରହିତ ସକାଳରେ ଉଠି, ସେଲଫୋନ ଧରି ଖେଳୁଥାଇ ମାଆ ଡାକିଲେ ମଧ୍ୟ ନ ଶୁଣି ବସିଥାଏ !ମାଆ ଭାବିଲା ରହିତ ଏବେ ପର୍ଯ୍ୟନ୍ତ ଉଠିନାହିଁ ବୋଲି ଚା'ଧରି ଆସିଲା !ମାଆ ପଚାରିଲା, କଣ ରହିତ ଆଗ ତୁମ୍ଭେ ସକାଳୁ ଉଠିବା କ୍ଷଣି,ଦାନ୍ତଘଷି, ଚା'ମାଗି, ମାଆଙ୍କୁ ଖୋଜି ଖୋଜି ଆସୁଥିଲୁ, ବର୍ତ୍ତମାନ ତୁମେ ବହୁତ ଅଳସୁଆ ହୋଇ ଗଲ !ଅନ୍ଲାଇନ କ୍ଲାସ ସରିଲା କ୍ଷଣି, ଟି. ବି., ସେଲଫୋନ ଧରି ବସିଥାଉଛୁ !ଭୋଜନ, ସ୍ନାକସ ଓ ନିଦ କହି ଅଳସୁଆ ହୋଇ ରହୁଛୁ !ଏହିପରି ରହିବାକୁ ନାହିଁ ବୋଲି ମାଆ କହିବା କ୍ଷଣି,, ରହିତକୁ ରାଗ ଆସିଲା !

 

ଚା'ବଢ଼ାଇ ରହିତ କହିଲା, କଣ ମାଆ ମୋ କାମ ମୁଁ ହିଁ କରୁଛିତ !ସବୁଦିନ ଦାନ୍ତଘସୁଛି, ଭୋଜନ କରୁଛି, କ୍ଲାସରେ ଉପସ୍ଥିତ ହେଉଛି, ପରୀକ୍ଷା ଲେଖୁଛି, ଯାଆ... ମାଆ କହି, ବଗିଚା ନିକଟକୁ ଯାଇ ବସିଲା !ସୁନ୍ଦର ପକ୍ଷୀର ଶବ୍ଦ, ସହଜ ପାଣିପାଗ ଓ ପବନ ବହୁଥିବା ବଗିଚାର ସୌନ୍ଦର୍ଯ୍ୟ ଦେଖି ଆନନ୍ଦିତ ହେଉଥାଏ !ହଠାତରେ ତାଙ୍କ ଗୋଡ଼କୁ ପିମ୍ପୁଡି କାମୁଡ଼ିଲା !ମାଆ...ଲୋ.. ପିମ୍ପୁଡି କାମୁଡିଲା କହି ତଳକୁ ଅନାଇଲା !ବହୁତ ପିମ୍ପୁଡି ଦୋଳ ଦୋଳ ହୋଇ ଅଛି !ତାଙ୍କୁ କାମୁଡିଲା କହି ପାଦରେ ଦଳି ଚକଟି ଦେଲା !ପିମ୍ପୁଡି ଗୁଡିକ ଅନ୍ୟ ମାର୍ଗକୁ ଚୟନ କରି ସକ୍ରିୟରେ ଯିବାକୁ ଆରମ୍ଭ କଲେ !ଆଉ କିଛି ପିମ୍ପୁଡି ରୋହିତର ଗୋଡ଼ ଉପରେ ଚଡିଲେ !ଏହା ଦେଖି ରୋହିତ ଶିକ୍ଷା ପାଇଲା !ପାଦରେ ଦଳି ଦେଲେ ମଧ୍ୟ ମିଶି ଯାଉଥିବା ପିମ୍ପୁଡି ଗୁଡିକ,ଯାହା ଘଟିଲେବି ତାଙ୍କ ନିମନ୍ତେ ଏକ ମାର୍ଗ ଚୟନ କରି ଦୋଳ ଦୋଳ ହୋଇ ତାଙ୍କ କାର୍ଯ୍ୟ କରୁଥାନ୍ତିତ ବୋଲି ରହିତ ଆଲୋଚନା କରିବା ଆରମ୍ଭ କଲା !ମାଆଙ୍କର ନିକଟକୁ ଧାଇଁ ଧାଇଁ ଯାଇ ଏସବୁ ଘଟଣା ବିଷୟରେ କହିଲା !ମାଆ ମୁଁ ଆଜିଠାରୁ ପିମ୍ପୁଡି ପରି ସକ୍ରିୟ ହୋଇ ରହି ଉତ୍ତମ ଗୁଣଗୁଡିକ ଶିଖିବି, ଆଉ ଅଳସୁଆ ହୋଇ ରହିବିନି ବୋଲି କହିବା ରୋହିତକୁ ମାଆ ପ୍ରଶଂସା କଲେ !ପିମ୍ପୁଡିମାନଙ୍କ ଦ୍ଵାରା ରୋହିତକୁ ପରିବର୍ତ୍ତନ କରିଥିବାରୁ ଯୀଶୁବାପାଙ୍କୁ ମାଆ କୃତଜ୍ଞତା ଜଣାଇଲେ !

 

ଛୋଟପିଲାମାନେ, ତୁମ୍ଭେ ମଧ୍ୟ ଅଳସୁଆଙ୍କ ପରି ଭୋଜନ କରି, ନିଦ୍ରା ଯାଇ, ତୁମ୍ଭ ପିତାମାତା କହିବା କଥାଟିକୁ ନ ଶୁଣି ରହୁଛ କି ? ତାହା ତୁମ୍ଭ ସ୍ୱାସ୍ଥ୍ୟ ନିମନ୍ତେ ଉତ୍ତମ ନୁହେଁ !ଆଉ ଛୋଟ ପିଲାମାନେ ତୁମ୍ଭେ ସ୍କୁଲରେ ହେଉକି, ଛୁଟି ଦିନରେ ହେଉ ସବୁବେଳେ ସକ୍ରିୟ ହୋଇ ହିଁ ରହିବାକୁ ହେବ, ହଁ ତ !

 

ଶ୍ରୀମତୀ ଆନଭି ଜ୍ୟୋତି ଷ୍ଟାଲିନ

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet