By Village Missionary Movement
Wednesday, 11-Aug-2021ଆଜିର ବାକ୍ୟ (Oriya) 11-08-2021
ଇଚ୍ଛାକୁ ପରିତ୍ୟାଗ କରିବା
“ପାପର କ୍ଷଣିକ ସୁଖଭୋଗ ଅପେକ୍ଷା ଈଶ୍ୱରଙ୍କ ଲୋକମାନଙ୍କ ସହିତ ବରଂ ଦୁଃଖଭୋଗ କରିବାକୁ ସେ ପସନ୍ଦ କଲେ !” - ଏବ୍ରୀ 11:25
ବହୁ ବର୍ଷ ପୂର୍ବେ ଆମେରିକା ଦେଶର ବାସିନ୍ଦା ଜଣେ ଚୀନ ଦେଶରେ ମିଶିନାରୀ କାର୍ଯ୍ୟ କରୁଥାଏ !ତାଙ୍କୁ ଚୀନର ଭାଷା ଅତି ଉତ୍ତମ ରୂପେ ବୁଝିବା ଦ୍ଵାରା ବିଖ୍ୟାତ ଗୋଟିଏ ତୈଳ କମ୍ପାନୀକୁ ପ୍ରତିନୀଧିତ୍ଵ କରିବାକୁ ନିଯୁକ୍ତି ପାଇଁ ଇଚ୍ଛା କଲେ !ସେହି ମିଶିନାରୀର ଦରମା ଠାରୁ ଅଧିକ ଦରମା ଦେବାକୁ କହିଲେ ! ମିଶିନାରୀଟି ସେହି କାର୍ଯ୍ୟ କରିବାକୁ ମନା କଲା !ସେ ମନା କରିବାର କାରଣ ତାଙ୍କୁ ପଚାରିବାରୁ ସେ କହିଲା, ମୁଁ ଅନନ୍ତ ଜୀବନ ନିମନ୍ତେ ଆତ୍ମା ଗୁଡିକ ରୋଜଗାର କରୁଅଛି !ନର୍କ ଅଗ୍ନିକୁ ଯାଉଥିବା ପ୍ରଜାଙ୍କୁ ରକ୍ଷା କରୁଅଛି !ଏହିପରି ମହାନ କାର୍ଯ୍ୟକୁ ଛାଡି ପାରିବିନି !
ମୋଶା ରାଜ ଭବନରେ ଫାରୋ ରାଜାଙ୍କର ପୁତ୍ର ହୋଇ ବଢିବା ବେଳେ ଏହି ଜଗତର ଆନନ୍ଦ କେତେ ଅନୁଭବ କରିଥିବ ଆଲୋଚନା କରି ଦେଖନ୍ତୁ !(ପ୍ରେରିତ :-7:22)ରେ ମୋଶା ମିସରୀୟମାନଙ୍କ ସମସ୍ତ ବିଦ୍ୟାରେ ଶିକ୍ଷିତ ହୋଇ ବାକ୍ୟ ଓ କର୍ମରେ ପରାକ୍ରମୀ ହେଲେ ବୋଲି ଲେଖା ଯାଇଛି !ମାତ୍ର ମୋଶା ବଡ଼ ହେଲା ପରେ ମିଶରରେ ପ୍ରଭୁଙ୍କର ପ୍ରଜାଗଣ ଅନୁଭବ କରୁଥିବା ଦୁଃଖକୁ ଦେଖିଲା !ମିଶରରେ ଥିବା ଧନ ଠାରୁ ପ୍ରଭୁଙ୍କ ଲୋକମାନଙ୍କର ଦୁଃଖକୁ ହିଁ ବାଛି ନେଲା !ସେଥିପାଇଁ ମୋଶା ଦାସତ୍ଵ ହୋଇ ଥିବା ପ୍ରଭୁଙ୍କର ସୈନ୍ୟକୁ ମିଶସରରୁ ବାହାର କଲା !
ଖ୍ରୀଷ୍ଟଙ୍କ ଠାରେ ପ୍ରିୟ ବନ୍ଧୁଗଣ, ବର୍ତ୍ତମାନ ଶୁଣିଥିବା ଏହି ଦୁଇ ଜଣ ଏକାକୀ ଅଟନ୍ତି !କିନ୍ତୁ ଖ୍ରୀଷ୍ଟଙ୍କ ପ୍ରେମ ସେମାନଙ୍କ ଦ୍ଵାରା ଲୋକମାନଙ୍କୁ ଜଣାଇବା ପାଇଁ ନିର୍ଣ୍ଣୟ କରି ନିଜକୁ ନିଜେ ସମର୍ପିତ ହେଲେ !ସେମାନଙ୍କର ପ୍ରେମର କାର୍ଯ୍ୟ ହେଲା, ମଣିଷ ପଡିଯାଇଥିବା ପାପରପରିସ୍ଥିତିରୁ ଉଠାଇ, ସେମାନଙ୍କୁ ସ୍ୱର୍ଗରେ ପହଞ୍ଚାଇବା !ଏହି ପରିତ୍ରାଣର ମାର୍ଗକୁ ଲୋକଙ୍କ ନିକଟକୁ ପହଞ୍ଚାଇବାକୁ ଆମେ ସମର୍ପିତ ହେବା କି ? ମନପରିବର୍ତ୍ତନ ପାଇ ନ ଥିବା ଲୋକଙ୍କ ବିଷୟରେ ସଂରକ୍ଷଣ ଆମ ଠାରେ ଅଛି କି ? ଆମ୍ଭେ ଆମର ବ୍ୟକ୍ତିଗତ ପସନ୍ଦକୁ ପୂର୍ଣ୍ଣ କରିବାକୁ ଆଉ ଉଚ୍ଚାହ ଦେଖାଇବା ଲୋକଙ୍କ ସଦୃଶ୍ୟ ନ ରହି ବିଶ୍ୱାସରେ, ଏକାକୀ, ଭୟରେ ଥିବା ଅନେକ ପରମେଶ୍ୱରଙ୍କ ପ୍ରେମ ଓ ଯୋଜନା ଜାଣିବାକୁ ଆମ୍ଭ ସମୟକୁ ପ୍ରତିଭାକୁ ଆମ୍ଭ ଠାରେ ଥିବା ସମସ୍ତକୁ ଉପଯୋଗ କରିବା କି ? ଅନେକ ଲୋକଙ୍କୁ ବିଶ୍ୱାସରେ କଢାଇ ନେବା ବେଳେ ଆମେ ନକ୍ଷତ୍ର ସଦୃଶ୍ୟ ପ୍ରକାଶିତ ହେବା !ହାଲେଲୁୟା !
- ଭଉଣୀ ଏ. ବିହୁଲା
ପ୍ରାର୍ଥନାର ଅଂଶ :-ଗେତସମଣି କ୍ୟାମ୍ପସ ଆସି ପ୍ରତିଦିନ ମଧ୍ୟାହ୍ନ ଭୋଜନ ନେଉଥିବା ବ୍ୟକ୍ତିମାନେ ପ୍ରଭୁଙ୍କର ପ୍ରେମ ଜାଣିବା ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.