By Village Missionary Movement
Sunday, 15-Aug-2021ଆଜିର ବାକ୍ୟ (Oriya) 15-08-2021 (Kids Special)
ମୁକ୍ତି, ମୁକ୍ତି
“ଅତଏବ, ପୁତ୍ର ଯଦି ତୁମ୍ଭମାନଙ୍କୁ ମୁକ୍ତ କରିବେ, ତାହାହେଲେ ତୁମ୍ଭେମାନେ ପ୍ରକୃତରେ ମୁକ୍ତ ହେବ ।“ - ଯୋହନ 8:36
ହାଇ ପିଲାମାନେ, ସମସ୍ତେ କେମିତି ଅଛ ? ଭଲ ଅଛ କି ? ଆଜିର ବିଶେଷ ଦିନ କଣ ଜାଣିଛନ୍ତି କି ? ହଁ ଆଜିର ଦିନରେ ଆମ ଭାରତ ଦେଶକୁ ସ୍ୱାଧୀନତା ଆସିଥିଲା !ପ୍ରତ୍ୟେକ ବର୍ଷ ଏହି ଦିନରେ ଆମେ ସମସ୍ତେ ସ୍କୁଲକୁ ଯାଇ ପତାକା ଉତ୍ତୋଳନ କରି ଦେଶ ପାଇଁ ସମ୍ମାନ ଜଣାଉ ଥାଉ !ମିଠା, ଚକଲେଟ ସମସ୍ତଙ୍କୁ ବଣ୍ଟନ କରୁଥାଉ !କିନ୍ତୁ ବିତିଯାଇ ଥିବା ଦୁଇ ବର୍ଷ ହେବ ସ୍କୁଲକୁ ଯାଇ ପାରି ନାହୁତ ?
ପଞ୍ଚସ୍ତରୀ ବର୍ଷ ପୂର୍ବେ ଆମ ପୂର୍ଵ ପୁରୁଷମାନେ ଯୁଦ୍ଧ କରି ଇଂରେଜମାନଙ୍କ ଶାସନ କବଳରୁ ଆମ ଦେଶକୁ ଛଡାଇ ଆଣିଲେ !ତଦ୍ରୁପ ଯୀଶୁଖ୍ରୀଷ୍ଟ ମଧ୍ୟ ଆମକୁ ପାପ ଠାରୁ ଆମକୁ ମୁକ୍ତ କଲେ !ଆଜିର ଦିନରେ ଅନେକ ଲୋକେ ଭିଡିଓ ଗେମ, ସୋସିଆଲ ମିଡ଼ିଆକୁ ଦାସତ୍ୱ ହୋଇ ଯାଇଛ କି ? ଚିନ୍ତା କରନ୍ତୁ ନାହିଁ, ଯୀଶୁଖ୍ରୀଷ୍ଟ ସେଥିରୁ ନିଁଛିତ ମୁକ୍ତ କରିବେ !ବାଇବଲ କହୁଛି, ପୁତ୍ର ଯଦି ତୁମ୍ଭମାନଙ୍କୁ ମୁକ୍ତ କରିବେ, ତାହାହେଲେ ତୁମ୍ଭେମାନେ ପ୍ରକୃତରେ ମୁକ୍ତ ହେବ ।କେବଳ ଏତିକି ନୁହେଁ, ଆଜିର ଦିନରେ ତୁମ୍ଭେ ବହୁତ ରାଗୁଛ କି, କାହାକୁ ହେଲେ ଦେଖି ଇର୍ଷା ହେଉଛନ୍ତି କି ? ନିଚୟ ଯୀଶୁବାପା ଏଥିରୁ ମଧ୍ୟ ତୁମ୍ଭଙ୍କୁ ମୁକ୍ତ କରିବେ !ପଚାରୁଛନ୍ତି କି କିପରି ମୁକ୍ତ କରିବେ ? ଯେତେବେଳେ ତୁମ୍ଭେ ଯୀଶୁଙ୍କ ନିକଟକୁ ଯାଇ କ୍ଷମା ମାଗି ପ୍ରାର୍ଥନା କରୁଛ, ତେବେ ଯୀଶୁ ବାପା ନିଚୟ ମୁକ୍ତ କରିବେ !ଆମ୍ଭେ ଯୀଶୁଙ୍କ ନିକଟକୁ ଯାଇ ପାଇଥିବା ମୁକ୍ତକୁ ଅନ୍ୟମାନଙ୍କୁ ମଧ୍ୟ କହି, ସେମାନେ ମଧ୍ୟ ମୁକ୍ତ ହେବାକୁ ପ୍ରାର୍ଥନା କରିବାକୁ ହେବ !କେବଳ ସେତିକି ନୁହେଁ, ଆମ୍ଭେ ମିଛ କହିବାକୁ ନାହିଁ, ଚୋରି କରିବାକୁ ହେବ ନାହିଁ, କାହାକୁ ଠକିବାକୁ ହେବ ନାହିଁ, କାହା ସହ ଗଣ୍ଡଗୋଲ କରିବାକୁ ହେବ ନାହିଁ, ପିତାମାତାଙ୍କୁ ସମ୍ମାନ କରିବାକୁ ହେବ, ବିଦ୍ୟାଳୟରେ ଶିକ୍ଷକ ଦେଉଥିବା ହୋମୱାର୍କକୁ ଠିକରେ କରିକି ଶେଷ କରିବାକୁ ହେବ, ଯେକୌଣସି ଲୋକ କୌଣସି କାମ କରିବାକୁ ସମର୍ପଣ କଲେ ଦାଇତ୍ୱରେ କରିବାକୁ ହେବ,ପ୍ରତିଦିନ ନିଚୟ ପ୍ରାର୍ଥନା କରିବାକୁ ହେବ, ବାଇବଲ ପଡ଼ିବାକୁ ହେବ, ଏହିପରି କଲେ ଆମ୍ଭେ ଯୀଶୁଙ୍କର ପ୍ରିୟ ହୋଇ ଜୀବନଯାପନ କରିପାରିବା !ଯୀଶୁଙ୍କର ପ୍ରିୟ ହୋଇ ଜୀବନଯାପନ କଲେ ଯୀଶୁ ତୁମ୍ଭ ପରିବାରକୁ ଆଶୀର୍ବାଦ କରିବେ !ଦେଶରେ, ତୁମ୍ଭେ ବାସ କରୁଥିବା ସ୍ଥାନରେ, ତୁମ୍ଭଙ୍କୁ ଆଶୀର୍ବାଦ କରି ରଖିବେ, ହଁ ତ !
ଆମେରିକାର ରାଷ୍ଟ୍ରପତି ଯୋହନ ଏଫ କେନେଡ଼ି ଏପରି କହିଲା, ତୁମ୍ଭ ଦେଶ ତୁମ୍ଭ ନିମନ୍ତେ କଣ କରୁଛି ବୋଲି ପଚାରନ୍ତୁ ନାହିଁ, ତୁମ୍ଭ ଦେଶ ପାଇଁ ତୁମ୍ଭେ କଣ କରିପାରିବ ବୋଲି ପଚାରି ଦେଖନ୍ତୁ !ଆମ୍ଭେ ଦେଶ ନିମନ୍ତେ କଣ କରି ପାରିବା ବୋଲି ପଚାରୁଛନ୍ତି କି ? ଆମ୍ଭେ ଆମ୍ଭ ଦେଶର ଲୋକଙ୍କ ନିମନ୍ତେ ପ୍ରାର୍ଥନା କରିପାରିବା !ଆମ୍ଭ ପରି ଅସୁବିଧାରେ ଥିବା ଲୋକଙ୍କ ନିମନ୍ତେ, ଛୋଟ ପିଲାମାନଙ୍କ ନିମନ୍ତେ ପ୍ରାର୍ଥନା କରିପାରିବା !ଯଦି ସୁବିଧା ହୁଏ, ସେମାନଙ୍କ ନିମନ୍ତେ ସାହାଯ୍ୟ କରିପାରିବା !ବିଶେଷକରି, ଆମ୍ଭେ ସମସ୍ତେ ଆମ୍ଭ ଦେଶର ଉଯୋଗୀ ନିମନ୍ତେ ପ୍ରାର୍ଥନା କରିବାକୁ ହେବ !କେବଳ ପ୍ରାର୍ଥନା କଲେ ଯଥେଷ୍ଟ କି ? ନିଚୟ ନୁହେଁ !ଆମ୍ଭ ସହପାଠୀକୁ, ଆମ୍ଭ ସହ ଖେଳୁ ଥିବା ଲୋକଙ୍କୁ ଯୀଶୁଙ୍କ ବିଷୟରେ କହିବାକୁ ହେବ ହଁ କି ପିଲାମାନେ !ସମସ୍ତଙ୍କୁ ପଞ୍ଚସ୍ତରୀ ବର୍ଷ ସ୍ୱାଧୀନତା ଦିବସର ନମସ୍କାର !
- ଦିବ୍ୟା ଏ ଟିଫା
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.