By Village Missionary Movement
Tuesday, 17-Aug-2021ଆଜିର ବାକ୍ୟ (Oriya) 17-08-2021
ନିବୃତ କରିବା ହସ୍ତ
“ତୁମ୍ଭେ ଆମ୍ଭ ନିକଟରେ ପ୍ରାର୍ଥନା କର, ତହିଁରେ ଆମ୍ଭେ ତୁମ୍ଭକୁ ଉତ୍ତର ଦେବା, ପୁଣି ତୁମ୍ଭର ଅଜ୍ଞାତ ମହତ ଓ ଦୁଷ୍କର ବିଷୟମାନ ତୁମ୍ଭକୁ ଦେଖାଇବା।“ - ଯିରିମୀୟ 33:3
ରିଚାର୍ଡ ଉମରଣ ନାମକ ରୋମିୟ ଯୋଦ୍ଧା ଯୀଶୁଙ୍କୁ ବିଶ୍ୱାସ କରିବା ଦ୍ଵାରା କମ୍ୟୁନିଷ୍ଟ କାରାଗାରରେ ବନ୍ଧି ହୋଇ, ବାର ବର୍ଷ କାଳ ସର୍ବଦା ଭୟଙ୍କର ପଦ୍ଦତିରେ ଶାସିତ ହୋଇ ସେ ସଦାପ୍ରଭୁଙ୍କର ଉପରେ ରଖି ଥିବା ବିଶ୍ୱାସକୁ ପରିତ୍ୟାଗ କରିବାକୁ ବାଧ୍ୟତା କଲେ !କିନ୍ତୁ ସେ ଜେଲରୁ ମୁକ୍ତି ହେବା ପର୍ଯ୍ୟନ୍ତ ପ୍ରଭୁଙ୍କୁ ପରିତ୍ୟାଗ କଲା ନାହିଁ !ସେ ଲେଖିଥିବା ପୁସ୍ତକ "ଦା ଅର୍ଡସ ଅଫ ଗଡ଼ "ରେ ସେ ସେହି ଜେଲରେ ଭୟଙ୍କର ପରିସ୍ଥିତିରେ, ନିଃଶବ୍ଦରେ, ଦୁଃଖରେ ସେ କିପରି ରହିପାରିଥିଲା, ଏହି ବିଷୟରେ ଏକ ଛୋଟ କାହାଣୀ ଦ୍ଵାରା ବର୍ଣ୍ଣନା କରି ଲେଖିଛନ୍ତି !
ଗୋଟିଏ ନୌକାରେ ନାବିକଙ୍କ ସହ ତାହାର ସ୍ତ୍ରୀ ମଧ୍ୟ ଯାତ୍ରା କରୁଥାଏ !ସେତେବେଳେ ସେଠାରେ ସୃଷ୍ଟି ହୋଇଥିବା ତୋଫାନ ଦ୍ଵାରା ନୌକାଟି ଏପଟେ ସେପଟେ ଦହଳିବା ଆରମ୍ଭ ହେଲା !ସେତେବେଳେ ସେହି ନାବିକର ସ୍ତ୍ରୀ ତାଙ୍କ ନିକଟକୁ ଯାଇ ପଚାରିଲା, ଏହିପରି ନୌକାଟି ଦହଲୁ ଥିଲେ, ତୁମ୍ଭେ କିପରି ନିଃଶବ୍ଦରେ ରହିପାରୁଛ ? ତେବେ ସେହି ନାବିକ ନିକଟରେ ଥିବା ଏକ ଛୁରୀଟି କାଢି ତାଙ୍କ ସ୍ତ୍ରୀର ବେକରେ ରଖିଲା !ମାତ୍ର ସ୍ତ୍ରୀ କିଛି ବି ଭୟ ନ ହୋଇ ଦେଖୁଥାଏ !ନାବିକ ପଚାରିଲା, ତୁମ୍ଭେ କିପରି ଏବେ ଭୟ ନ କରି ରହିଛ ? ତେବେ ସ୍ତ୍ରୀଟି ଉତ୍ତର କଲା, ମୁଁ କାହିଁକି ଭୟ କରିବି ? ଏହି ଛୁରୀଟି ମୋର ପ୍ରିୟ ସ୍ୱାମୀଙ୍କ ଠାରେ ଅଛିତ !ତୁମ୍ଭେ ମୋତେ ପ୍ରେମ କରୁଛ, ତେଣୁ ତୁମ୍ଭେ ମୋତେ ହତ୍ୟା କରିବ ନାହିଁ ତାହା ମୁଁ ନିଁଚିତ ଜାଣିଛି !
ନାବିକ କହିଲା, ସେହିପରି ମୁଁ ମଧ୍ୟ ନିଃଶବ୍ଦରେ ରହିବାର କାରଣ !ଏହି ଟହଲିବା, ହଲିବା ସମସ୍ତ ମୋର ପ୍ରିୟ ପିତାଙ୍କ ହସ୍ତରେ ରହିଅଛି !ତାଙ୍କୁ ଏହି ତୋଫାନ ନତ ହେବ, ତେଣୁ ମୁଁ ଭୟ ନ କରି ଅଛି !
ପ୍ରିୟ ବନ୍ଧୁଗଣ, ଆପଣଙ୍କ ଜୀବନରେ ତୋଫାନ, ପବନ ବହୁଛି କି ? କଣ କରିବାକୁ ପଡିବ ବୋଲି ଜାଣି ନ ପାରି ବିଚଳିତ ହେଉଛନ୍ତି କି ? କେଉଁଠିକୁ ଯିବାକୁ ହେବ ବୋଲି ଜାଣି ନ ପାରି ଦହଲୁଛ କି ? ଆମ୍ଭଙ୍କୁ ଏକ ପରମେଶ୍ୱର ଅଛନ୍ତି !ସେ ପବନକୁ, ସମୁଦ୍ରକୁ ଗର୍ଜନ କରି ନିଃଶବ୍ଦରେ ରହିବାକୁ ଆଜ୍ଞା କରି, ତୋଫାନକୁ ସୁସ୍ଥିର କରିବେ !ସେ ଆପଣଙ୍କ ଜୀବନରେ ସୃଷ୍ଟି ହୋଇଥିବା ତୋଫାନକୁ, ହଟହଟାକୁ, ପବନକୁ ସୁସ୍ଥିର କରିବା ଶକ୍ତିମାନ !ବିଚଳିତ ହୁଅ ନାହିଁ କି କ୍ଲାନ୍ତ ହୁଅନ୍ତୁ ନାହିଁ, ମୋ ଠାରେ ପ୍ରାର୍ଥନା କର, କହିବା ପରମେଶ୍ୱର, ସର୍ବଦା ଅପରିବର୍ତ୍ତିତ ଅଟନ୍ତି !ଆମକୁ ନିବୃତ କରିବା ସର୍ବ ଶକ୍ତିଶାଳୀ ଅଟନ୍ତି !ଆମେନ୍ !
- ଶ୍ରୀମତୀ ଯିବା ବିଜୟ
ପ୍ରାର୍ଥନାର ଅଂଶ :-
ସଇତାନ ଓ ବ୍ୟାଧି ଦ୍ଵାରା ବନ୍ଦନ ହୋଇଥିବା ଲୋକଙ୍କୁ ସୁସ୍ଥତା ସେବା ଯୋଗାଇବାକୁ, ଏହା ଦ୍ଵାରା ଅନେକ ଲୋକ ଅଦଭୂତ ଭାବେ ସୁସ୍ଥ ହେବା ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.