Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 20-08-2021
Share:

By Village Missionary Movement

Friday, 20-Aug-2021

ଆଜିର ବାକ୍ୟ (Oriya) 20-08-2021

 

କ୍ଷମା 

 

“କାରଣ ଯେବେ ଲୋକମାନଙ୍କର ଅପରାଧସବୁ କ୍ଷମା କର, ତେବେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ତୁମ୍ଭମାନଙ୍କୁ ମଧ୍ୟ କ୍ଷମା କରିବେ;” - ମାଥିଉ 6:14

 

ସ୍କଟଲାଣ୍ଡ ଦେଶ ନିବାସୀ ରୋବଟ ନାମକ ଜଣେ ଛୋଟ ବାଳକ ତାଙ୍କ ସହପାଠୀ ଜାକବଙ୍କ ସହିତ ଗଣ୍ଡଗୋଲ ହୋଇ ତାଙ୍କୁ ତଳକୁ ଠେଲି ଦେବା ଯୋଗୁ ଜାକବ ମରିଗଲା !ଏହି ଦୋଷ ଯୋଗୁ ଛୋଟ ବାଳକ ହୋଇ ଥିବା ରୋବଟ ସାତ ବର୍ଷ ଛୋଟ ପିଲାଙ୍କ ସଂସ୍କାର କାରାଗାର ବିଦ୍ୟାଳୟକୁ ପାଠ ପଡ଼ିବାକୁ ପଠାଇ ଦିଆଗଲା !କାରାଗାରକୁ ଯିବା ପୂର୍ବରୁ ଜାକବର ମାଆ ରୋବଟଙ୍କ ସହ ଦେଖା କରି କ୍ରନ୍ଦନ କରି କହିଲା, ତୁମ୍ଭେ ମୋର ପୁଅର ମୃତ୍ୟୁର କାରଣ ଅଟ !କିନ୍ତୁ ମୁଁ ତୁମ୍ଭଙ୍କୁ କ୍ଷମା ଦେଉଛି !ମୁଁ ତୁମ୍ଭଙ୍କୁ ମୋର ପୁଅ ସଦୃଶ୍ୟ ଦେଖିବି !ତୁମ୍ଭ ଭାଇ ଓ ଭଉଣୀମାନଙ୍କୁ ମଧ୍ୟ ମୋର ସନ୍ତାନ ସଦୃଶ୍ୟ ଅଟନ୍ତି !ମୋର ଏକମାତ୍ର ପୁଅ ଜାକବଙ୍କୁ ମୁଁ ଆଉ ଏହି ପୃଥିବୀରେ ଦେଖି ପାରିବିନି !ତେଣୁ ତୁମ୍ଭଙ୍କୁ ଓ ତୁମ୍ଭର ଭାଇ ଓ ଭଉଣୀମାନଙ୍କୁ ମୁଁ ସନ୍ତାନ ସଦୃଶ୍ୟ ପୋଷ୍ୟ ଗ୍ରହଣ କରିବି !ରୋବଟ ଓ ତାଙ୍କର ପରିବାର ଜାକବର ମାଆଙ୍କୁ ଆଲିଙ୍ଗନ କରି କାନ୍ଦିଲେ !

 

ପବିତ୍ର ବାଇବଲରେ, ତାଙ୍କର ସବୁଠୁ ସାନ ଭାଇ ହୋଇଥିବା ଯୋଶେଫଙ୍କୁ ତାଙ୍କର ଭାଇମାନେ ବଧକରି ଗର୍ତ୍ତରେ ପିଙ୍କି ଦେଇ, ମିସର ଦେଶକୁ କ୍ରିତଦାସ ନିମନ୍ତେ ବିକ୍ରୟ କରିଦେଲେ !କିନ୍ତୁ ଭବିଷ୍ୟତ ଦିନରେ ଯୋଶେଫ ଆଶୀର୍ବାଦ ଯୁକ୍ତ ହେଲା ପରେ, ତାଙ୍କ ଭାଇମାନଙ୍କ ପ୍ରତି, ପ୍ରତିଶୋଧ ନ ନେଇ ଯୋଶେଫ କହିଲା, ଏଥିପାଇଁ ତୁମ୍ଭେମାନେ ଏବେ ଭୀତ ହୁଅ ନାହିଁ, ମୁଁ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ବାଳକଗଣକୁ ପ୍ରତିପାଳନ କରିବି। ଏହି ପ୍ରକାରେ ଚିତ୍ତପ୍ରବୋଧକ କଥା କହି ସେ ସେମାନଙ୍କୁ ସାନ୍ତ୍ୱନା ଦେଲେ ବୋଲି (ଆଦିପୁସ୍ତକ 50:21)ରେ ଆମ୍ଭେ ପଡୁଛୁ !

 

ପ୍ରିୟ ବନ୍ଧୁଗଣ, ଆମ୍ଭ ଜୀବନରେ ଅନ୍ୟମାନେ କରିଥିବା ଦୋଷ ଦ୍ଵାରା ଆମ୍ଭେ ଦୁଃଖ ଓ କଷ୍ଟ ଅନୁଭବ କରିଥାଇ ପାରୁ !ଆମ୍ଭେ ସେମାନଙ୍କୁ ପ୍ରଭୁଙ୍କର ପ୍ରେମରେ କ୍ଷମା କଲେ ହିଁ ତାଙ୍କ ପ୍ରତି ରହିଥିବା ହିଂସା, ବଚସା, ପୌରଶ ବଦଳିବ !ଏହା ଏତେ ସହଜ ନୁହେଁ, ମାତ୍ର ଆମ୍ଭେ ତାକୁ କ୍ଷମା ନ କରିବା ତେବେ ସଦାପ୍ରଭୁ ମଧ୍ୟ ଆମ୍ଭଙ୍କୁ କ୍ଷମା କରିବେ ନାହିଁ !ଯୋଶେଫଙ୍କ ସଦୃଶ୍ୟ କ୍ଷମା କରିବା, ସଦାପ୍ରଭୁ ଆମ୍ଭ ଦ୍ଵାରା ଅନେକଙ୍କୁ ପୋଷଣ କରିବେ !ଆମ୍ଭମାନଙ୍କୁ ତାଙ୍କ ସେବାରେ ଉପଯୋଗୀ କରିବେ, ଆମେନ୍ !

- ଭାଇ. ଟି. ଶଙ୍କର ରାଜ 

 

ପ୍ରାର୍ଥନାର ଅଂଶ :-ନାମ୍ବିକୈ ଟି. ବି.ରେ ପ୍ରସାରଣ ହେଉଥିବା କାର୍ଯ୍ୟକ୍ରମକୁ ଦେଖୁଥିବା ବିଜାତିୟମାନେ ପ୍ରଭୁଙ୍କର ପ୍ରେମକୁ ଜାଣିବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet