By Village Missionary Movement
Sunday, 22-Aug-2021ଆଜିର ବାକ୍ୟ (Oriya) 22-08-2021 (Kids Special)
"ଯେ ପ୍ରେମ କରେ ନାହିଁ, ସେ ଈଶ୍ୱରଙ୍କୁ ଜାଣେ ନାହିଁ, କାରଣ ଈଶ୍ୱର ତ ପ୍ରେମ” - 1ମ ଯୋହନ 4:8
ଚିକୁବୁକୁ ଚିକୁବୁକୁ କୂ.. କୂ.. କରି ରେଳଗାଡି ବାହାରିଲା !କଣ ପିଲାମାନେ ରେଳଗାଡି ବୋଲି କହିବା ମାତ୍ରକେ ତୁମ୍ଭେ ରେଳଗାଡିରେ ଖୁସିରେ ଯିବାକୁ ଇଚ୍ଛା ଅଛି କି ? ହଁ ତୁମ ପରି, ଆଲିସ ନାମକ ଚୋଟ ଝିଅଟିକୁ ବହୁତ ଆଶା ଥିଲା !ତାର ଆଶାକୁ ମାଆଙ୍କ ସହ କହିଲା !ଦିନେ ତାଙ୍କ ମାଆ ଓ ଆଲିସ ମିଶି ରେଳଗାଡ଼ିରେ ତାଙ୍କର ଆଇଙ୍କ ଘରକୁ ଗଲେ !ଆଲିସ ବହୁତ ଖୁସି ଥିଲା, ସେ ରେଳଗାଡ଼ିର ଝରକା ନିକଟରେ ବସି ପ୍ରକୃତିକୁ ଦେଖି ଖୁସିରେ ଗଲା !ସେ ଓଲାଇବା ସ୍ଥାନ ଆସିଲା, ସେଠାରେ ଓଲାଇ, ଶୀତ ଋତୁ ହେତୁ ସ୍ଵେଟର ପିନ୍ଧି, ମାଆଙ୍କ ହାତ ଧରି ବାହାରକୁ ଯାଉଥାଏ !ସେତେବେଳେ ଜଣେ ବୃଦ୍ଧ ଵ୍ୟକ୍ତି ଭିକ୍ଷାବୃତ୍ତି କରୁଥାଏ !ସେହି ବୁଡ଼ାକୁ ଦେଖି ଆଲିସର ହୃଦୟ ଭାଙ୍ଗି ପଡିଲା !ତାଙ୍କୁ ତାଙ୍କର ଅଜା ମନେ ପଡିଲା !ସେ ଆମ ଅଜାଙ୍କ ପରି ଜଣେ ଅଜା ବୋଲି ବିଚାର କରି ତାଙ୍କ ମାଆଙ୍କଠୁ ପଇସା ମାଗି ସେହି ବୁଡ଼ା ନିକଟକୁ ଯାଇ ମଧୁର କଥାରେ ଅଜା ନିଅନ୍ତୁ କହି ଟଙ୍କା ଦେଇ ତାଙ୍କୁ ପ୍ରେମରେ ଦେଖି ହସି ହସି ଚାଲିଗଲା !
ତାପରେ ଆଲିସ ଓ ତାଙ୍କ ମାଆ ସେହି ସ୍ଥାନ ଛାଡି ବାହାରକୁ ଚାଲିଗଲେ !ତାପରେ ତାଙ୍କୁ କିଏ ଜଣେ ଅନୁସରଣ କରୁଥିବା ଜାଣିପାରି, ଦୁଇ ଜଣ ପଛକୁ ବୁଲି ଦେଖିଲେ, ସେ ହିଁ ବୁଡ଼ା !ସଂଗେ ସଂଗେ ମାଆ ପଚାରିଲା, ତୁମର କଣ ଆବଶ୍ୟକ, ତୁମକୁ କଣ ଦରକାର, କାହିଁକି ତୁମ୍ଭେ ଆମ୍ଭଙ୍କୁ ଅନୁସରଣ କରି ଆସୁଅଛ ? ସେ ବୁଡ଼ା କହିଲା, ମାଆ ଆଜି ପର୍ଯ୍ୟନ୍ତ ମୋତେ କେହି ଅଜା ବୋଲି ଡାକି ନାହାନ୍ତି, ତୁମର ଛୋଟ ଝିଅ ଅଜା କହି ଡାକିଲା, ପ୍ରେମ ନିମନ୍ତେ ଇଚ୍ଛା ଥିବା ମୋ ଠାରେ, ଏକ ନୂତନ ସମ୍ପର୍କ ଆସିଲା ପରି ଲାଗିଲା, ସେଥିପାଇଁ ଆଉଥରେ ଅଜା ବୋଲି ଡାକିବାକୁ କୁହନ୍ତୁ ବୋଲି ଲୁହ ଝରାଇ କହିଲା !ତାହାର ଲୁହ ଦେଖି ଆଲିସ ଅଜା, ଅଜା କହି ପ୍ରେମରେ ଡାକିଲା !ତାପରେ ତାଙ୍କର ଆଇଙ୍କ ଘରକୁ ନେଇ, ଖାଇବାକୁ ଦେଇ, ଯୀଶୁ ବାପାଙ୍କ ପ୍ରେମକୁ ବର୍ଣ୍ଣନା କରି କହିଲା !
ହେ ମୋର ଛୋଟ ଭାଇ ଓ ଭଉଣୀମାନେ, ଆଲିସର ପ୍ରେମର ଗୁଣକୁ ଦେଖିଲ କି ? ଜଣେ ଭିକ୍ଷାରି ତ ବୋଲି ନୀଚତ୍ଵରେ ନ ଦେଖି, ପ୍ରେମରେ ଅଜା କହି ଡାକି କଥା ହେଲା !ତାଙ୍କ ସଦୃଶ୍ୟ ତୁମେ ବଡ଼ ଲୋକଙ୍କୁ, ଗରିବ ଲୋକଙ୍କୁ, ପରିଶ୍ରମ କରିବା ଲୋକଙ୍କୁ ନିଚରେ ଦେଖ ନାହିଁ !ସେମାନଙ୍କୁ ପ୍ରେମରେ ଦେଖିବାକୁ ହେବ !ସେହିପରି ଦେଖିଲେ ଯୀଶୁବାପା ତୁମ୍ଭଙ୍କୁ ଦେଖି ବହୁତ ଖୁସି ହେବେ ଓକେ ତ !ହଁ ପିଲାମାନେ ବର୍ତ୍ତମାନ ତୁମେ ଶୁଣିଲ ତ, ଏହାକୁ ସମ୍ବନ୍ଧ ଥିବା ଏକ ବାକ୍ୟକୁ ଆମେ ଶିଖିବା କି ? "ଯେ ପ୍ରେମ କରେ ନାହିଁ, ସେ ଈଶ୍ୱରଙ୍କୁ ଜାଣେ ନାହିଁ, କାରଣ ଈଶ୍ୱର ତ ପ୍ରେମ (1ମ ଯୋହନ :-4:8)!"
ଶ୍ରୀମତୀ ସାରା ସୁଭାଷ
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.