By Village Missionary Movement
Tuesday, 24-Aug-2021ଆଜିର ବାକ୍ୟ (Oriya) 24-08-2021
ମଧୁ ମିଶ୍ରିତ
“ପୁଣି, ଇସ୍ରାଏଲ ବଂଶ ସେହି ଖାଦ୍ୟର ନାମ ମାନ୍ନା ଦେଲେ; ତାହା ଧନିଆ ପରି ଶୁକ୍ଳବର୍ଣ୍ଣ ଓ ତାହାର ଆସ୍ୱାଦ ମଧୁ ମିଶ୍ରିତ ରୁଟି ତୁଲ୍ୟ ଥିଲା।“ - ଯାତ୍ରା ପୁସ୍ତକ 16:31
ଉତ୍ତମ ଖାଦ୍ୟ ସମସ୍ତଙ୍କର ପସନ୍ଦ ଅଟଇ !ଘରରେ ମିଠା ଖାଦ୍ୟ କରିବା ବେଳେ ଛୋଟ ପିଲାଙ୍କଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରୁଥାନ୍ତି !କାକରା ପିଠା ବହୁତ ଇଚ୍ଛା କରନ୍ତି !ଘରେ ପିଠା ଭାଜୁ ଥିଲେ ଖାଇ ଖାଇ ଆଉ କାହିଁ ବୋଲି ପଚାରନ୍ତି !କାକରା ପିଠା ବହୁତ ସୁସ୍ୱାଦ ଅଟେ !ସ୍ୱାଦ ଥିବା ଯୋଗୁ ବୟସ୍କମାନେ ମଧ୍ୟ ତାହା ମନ ପସନ୍ଦରେ ଖାଆନ୍ତି !ସେଥିମଧ୍ୟରେ ମହୁ ମିଶାଇ ପ୍ରସ୍ତୁତ କରିଥିବା କାକରା ପିଠା କହିଲେ, ତୁମ୍ଭେ ତାହାର ସ୍ୱାଦକୁ ଆଲୋଚନା କରି ପାରୁଛ କି, ଦେଖନ୍ତୁ ?
ପବିତ୍ର ବାଇବଲ ପୁରାତନ ନିୟମର ଯାତ୍ରା ପୁସ୍ତକ ଶୋହଳ ଅଧ୍ୟାୟରେ ଇଶ୍ରାଏଲ ବଂଶକୁ ମାନ୍ନା ନାମକ ଏକ ଆହାରକୁ ସଦାପ୍ରଭୁ ପରମେଶ୍ୱର ଦୟା କରିଥିବା ଦେଖୁଅଛୁ !ତାହାର ଆସ୍ୱାଦ ମଧୁ ମିଶ୍ରୀତ ରୁଟି ତୁଲ୍ୟ ବୋଲି ବାକ୍ୟରେ ପଡୁଛୁ !ସେମାନେ ତାହାକୁ ସକାଳୁ ସକାଳୁ ଉଠି, ତାଙ୍କୁ ଆବଶ୍ୟକତା ଅନୁଯାୟୀ ସଂଗ୍ରହ କରୁଥାନ୍ତି !ତାହା ସେମାନଙ୍କୁ ସର୍ବଦା ସୁସ୍ୱାଦୁ ଥିଲା ଏବଂ ସେହି କାର୍ଯ୍ୟ ହେବା ଦ୍ଵାରା ଇଶ୍ରାଏଲ ଜନତା ପରମେଶ୍ୱରଙ୍କର ପ୍ରେମ ଓ ତାଙ୍କର ଦୟା ସର୍ବଦା ଜାଣି ପାରିଲେ !
ପ୍ରିୟ ବନ୍ଧୁଗଣ, ଆଜିର ଦିନରେ ଅନେକଙ୍କ ଜୀବନରେ ପିତା ଲାଗୁଛି !ତାହାର କାରଣ, ସବୁଠି ତରବର,ସବୁକିଛି ସଂଗେ ସଂଗେ ହୋଇଯିବାକୁ ହେବ ବୋଲିବା ଆଲୋଚନା, ଏଥିଯୋଗୁ ଅନେକ ସମୟରେ ଆମ୍ଭମାନଙ୍କ ଜୀବନରେ ନିରୁଉଚ୍ଚାହ ଓ ସ୍ୱାଦ ବିହୀନ ହୋଇ ଯାଉଛି !ଆମ୍ଭ ଜୀବନକୁ ସୁସ୍ୱାଦୁରେ ବଦଳାଇ ଥିବା ମାନ୍ନା, " ପ୍ରଭୁଙ୍କର ବାକ୍ୟ "ଅଟେ !ଆମ୍ଭେ ସମୟ ବାହାର କରି ପ୍ରଭୁଙ୍କର ବାକ୍ୟକୁ ପଢିବା, ଧ୍ୟାନ କରିବାକୁ ଅଭ୍ୟାସ କରିବା !ଏହି ଅଭ୍ୟାସ ଆମ୍ଭର ଆଲୋଚନା, ଭାବନା ଓ ସମସ୍ତ କାର୍ଯ୍ୟକୁ ନୂତନୀକରଣ କରିବ !ପରମେଶ୍ୱର ବାକ୍ୟ ହିଁ ଆମ୍ଭ ଜୀବନରେ ସ୍ୱାଦ ଦେଇ ପାରିବ !ତାହା ".... ଆଉ ମଧୁ ଓ ମଧୁଚାକଠାରୁ ସୁମିଷ୍ଟ ! (ଗୀତ ସଂହିତା :-19:10 )"ଏହାକୁ ଆମ୍ଭେ ଖୋଜିବାକୁ ହେବ, ଆଶା କରିବାକୁ ହେବ !ଏହିପରି ଆଶାରେ ବାଇବଲକୁ ହସ୍ତରେ ନେଇ, ଧ୍ୟାନ କରନ୍ତୁ !ସେହି ପ୍ରକାରେ ଜୀବନଯାପନ କରନ୍ତୁ !ତାହା ଫୁର୍ତ୍ତି ଥିବ !
- ଟି. ଶଙ୍କର ରାଜ
ପ୍ରାର୍ଥନାର ଅଂଶ :-
ମିଡ଼ିଆ ସେବାରେ ସେବା କରୁଥିବା ସେବକମାନଙ୍କୁ ସଦାପ୍ରଭୁ ଜ୍ଞାନରେ ପୂର୍ଣ୍ଣ କରି, ବ୍ୟବହାର କରିବା ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.