Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 03-09-2021
Share:

By Village Missionary Movement

Friday, 03-Sep-2021

ଆଜିର ବାକ୍ୟ (Oriya) 03-09-2021

 

ଅତିଉତ୍ତମ ଶିକ୍ଷକବୃନ୍ଦ 

 

“ଯଥୋଚିତମତେ କଥିତ ବାକ୍ୟ ରୂପା-ପାତ୍ରରେ ସୁବର୍ଣ୍ଣ ନାରଙ୍ଗ ତୁଲ୍ୟ।“ - ହିତୋପଦେଶ 25:11

 

ପେନସିଲ ବର୍ଣିୟାର ଗେତିସବର୍ଗରେ ଥିବା ସୈନିକ ଦୋଳର ଦେଶୀୟ ସମାଧି ବଗିଚା ସମର୍ପଣ 1863ମସିହା ନଭେମ୍ବର 19ତାରିଖରେ ହୋଇଥିବା ବେଳେ, ଦୁଇ ଜଣେ ପ୍ରସିଦ୍ଧ ପ୍ରଚାରକ ପ୍ରଚାର କଲେ !ବିଶେଷ ପ୍ରଚାରକ ଏଡଭେଡ ଏୱାରେଟ ମୁଖ୍ୟ ବକ୍ତା !ତାହାର କାଳରେ ଶ୍ରେଷ୍ଠ ବକ୍ତାଙ୍କ ମଧ୍ୟରେ ଇଏ ଜଣେ ଖ୍ୟାତନାମା ଥିଲା !ଶ୍ରୀ ଏୱାରେଟ ଦୁଇ ଘଣ୍ଟା କାଳ ବକ୍ତୃତା କଲା !ତାହାଙ୍କ ପରେ ଆମେରିକା ଅଧିପତି ଅବ୍ରାହାମ ଲିଙ୍କନ ବକ୍ତୃତା କଲା !ତାହାର ବକ୍ତୃତା କେବଳ ଦୁଇ ମିନିଟ ହିଁ ଥିଲା !

 

ଗେତିସବର୍ଗରେ ଲିଙ୍କନ କରିଥିବା ପ୍ରଚାର ସାରା ପୃଥିବୀ ଜାଣିପାରିବା ପରି, ଅନେକଙ୍କ ଦ୍ଵାରା ଦେଖାଇ ଥିବା ପରି ଥିଲା !ମାତ୍ର ଏୱାରେଟଙ୍କ ପ୍ରଚାର ଅଦୃଶ୍ୟ ହୋଇଗଲା !ଲିଙ୍କନଙ୍କ ସଂକ୍ଷୀପ୍ତ ଓ ଅର୍ଥପୂର୍ଣ୍ଣ ବକ୍ତବ୍ୟ ତାହାର କାରଣ ନୁହେଁ !ସେହି ସମୟରେ ଦେଶୀୟ ଯୁଦ୍ଧ ଦ୍ଵାରା ମନ ଭାଙ୍ଗିଯାଇ, ଅପଘଟ ସ୍ଥିତିରେ ରହି, ସେହି ଦେଶର ପ୍ରଜାଙ୍କୁ ଭବିଷ୍ୟତରେ ବିଶ୍ୱାସ ଜନ୍ମାଇବାକୁ ତାହାର ବକ୍ତୃତା ଥିବା ଯୋଗୁ ସେମାନଙ୍କ ମନକୁ ଛୁଇଲା !

 

ଯଦି ଆମେ (ଯିଶାଇୟ :-50:4)ପଡିବା, ମୁଁ ଯେପରି କ୍ଳାନ୍ତ ଲୋକକୁ ବାକ୍ୟ ଦ୍ୱାରା ସୁସ୍ଥିର କରି ପାରିବି, ଏଥିପାଇଁ ପ୍ରଭୁ, ସଦାପ୍ରଭୁ ମୋତେ ଶିକ୍ଷିତ ଲୋକମାନଙ୍କର ଜିହ୍ୱା ଦେଇଅଛନ୍ତି; ସେ ପ୍ରତି ପ୍ରଭାତ ଜାଗ୍ରତ କରାନ୍ତି, ଶିକ୍ଷିତ ଲୋକ ପରି ଶୁଣିବା ପାଇଁ ସେ ମୋହର କର୍ଣ୍ଣକୁ ଜାଗ୍ରତ କରାନ୍ତି ବୋଲି ପାଠ କରୁଅଛୁ !ପବିତ୍ର ବାଇବଲରେ ପ୍ରଭୁଙ୍କର ଆତ୍ମା ଆମ୍ଭଙ୍କୁ ଏକ ଅତିଉତ୍ତମ ବକ୍ତୃତା ଭାବେ ଦେଖା ଯାଉଛି !ଆମ୍ଭେ କେଉଁ ସ୍ଥାନରେ କିପରି କଥା ହେବାକୁ ହେବ, କେଉଁ ପ୍ରକାରରେ ବୁଲିବାକୁ ହେବ, କେଉଁ ପ୍ରକାରରେ ବକ୍ତବ୍ୟ କରିବାକୁ ହେବ ଏହିପରି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଜଣେ ଶିକ୍ଷକ ସଦୃଶ୍ୟ ଆମ୍ଭ ସହ କଥୋପଥନ କରୁଛନ୍ତି !ପବିତ୍ର ଯୋହନ ତାଙ୍କର ସୁସମାଚାର ପୁସ୍ତକରେ ଲେଖିବା ବେଳେ ପବିତ୍ର ଆତ୍ମା ଆମ୍ଭଙ୍କୁ ଉତ୍ତମ ରୂପେ ଶିକ୍ଷା ଦେଇ କଢ଼ାଇ ନିଅନ୍ତି ବୋଲି କହନ୍ତି !

 

ଖ୍ରୀଷ୍ଟଙ୍କ ଠାରେ ମୋର ପ୍ରିୟ ବନ୍ଧୁଗଣ, ଆମ ସମସ୍ତଙ୍କୁ ଶିକ୍ଷକ ନେତା ହୋଇ ଥିବା ସଦାପ୍ରଭୁଙ୍କ ଚରଣେ ଜାଗି ରହି,ବକ୍ତୃତା କରିବାକୁ ଶିଖିବା !ଯୀଶୁଙ୍କ ବିଷୟରେ ଜାଣି ନ ଥିବା ଲୋକଙ୍କୁ ସତ୍ୟ ବିଷୟରେ ପ୍ରଚାର କରି, ଅତିଉତ୍ତମ ଶିକ୍ଷକ ରୂପେ ଆମ୍ଭେ ବଦଳିବାକୁ ହେବ ବୋଲି ଆମ୍ଭ ଠାରୁ ପ୍ରଭୁ ଆଶା କରୁଛନ୍ତି !ସେଥିପାଇଁ ସଦାପ୍ରଭୁ କୃପା କରନ୍ତୁ, ଆମେନ୍ !

- ପି. ଯାକୋବ ଶଙ୍କର 

 

ପ୍ରାର୍ଥନାର ଅଂଶ :-ଦୁଇଶହ ଲୋକଙ୍କ ସୁସମାଚାର ସମାବେଶ ଦ୍ଵାରା ନୂତନ ରୂପେ ଏକ ହଜାର ଗ୍ରାମରେ ସୁସମାଚାର ବିସ୍ତାର ହେବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban holiganbet setrabet marsbahis giriş vaycasino giriş