By Village Missionary Movement
Saturday, 04-Sep-2021ଆଜିର ବାକ୍ୟ (Oriya) 04-09-2021
ଗୁରୁଙ୍କ ଠାରେ ଶିଖିବା
"...ପୁଣି, ମୋ'ନିକଟରୁ ଶିଖ..."! - ମାଥିଉ 11:29
ଜଣେ ଶିକ୍ଷକ ତାଙ୍କ ଜୀବନରେ ଅନୁଭବ କରିଥିବା କଷ୍ଟ, ତାଙ୍କ ଛାତ୍ରମାନେ ଅନୁଭବ କରିବାକୁ ହେବନି ବୋଲି ଭାବିଲା !ସେଥିପାଇଁ ସେ ପାରୁ ପର୍ଯ୍ୟନ୍ତ ସେମାନଙ୍କୁ ପାଠଗୁଡିକ ଉତ୍ତମ ରୂପେ ଶିଖାଇଲା !ତାଙ୍କ ଛାତ୍ରମାନଙ୍କ ନିମନ୍ତେ ଅନେକ କାର୍ଯ୍ୟ ଗୁଡିକ ତ୍ୟାଗ କଲା !ଛାତ୍ରମାନେ ତାହାଙ୍କ ଠାରେ ପରିଶ୍ରମ କରିବା, ତ୍ୟାଗ ଏହିପରି ସମସ୍ତ ଶିଖିଲେ !ଜୀବନରେ ଉତ୍ତମ ଵ୍ୟକ୍ତି ରୂପେ ସମାଜରେ ସୁନାମ ପାଇଲେ !ସେମାନଙ୍କ ଜୀବନ ଆଶୀର୍ବାଦ ହେଲା !
ଯଦି ଆମେ ପବିତ୍ର ଗ୍ରନ୍ଥରେ ଦେଖିବା, ପ୍ରଭୁଯୀଶୁଖ୍ରୀଷ୍ଟ ଜଣେ ଉତ୍ତମ ଗୁରୁ ରୂପରେ ଅଛନ୍ତି !ସେ ତାଙ୍କ ତିନି ବର୍ଷ ଛଅ ମାସ କାଳ ସାମାଜିକ ସମ୍ପର୍କ ଜୀବନରେ ଶିଷ୍ୟମାନଙ୍କୁ ବଢ଼ାଇଲେ, ପ୍ରାର୍ଥନା କରିବା ଶିଖାଇଲେ, ସହନଶିଲତା ଶିଖେଇଲେ, ବିଧେଇତା ରହିବା ଶିଖେଇଲେ !ଏହିପରି ଯୀଶୁଖ୍ରୀଷ୍ଟ କେବଳ ତାଙ୍କ ଶିଷ୍ୟମାନଙ୍କୁ ହିଁ ନୁହେଁ, ଅନନ୍ତ ଜୀବନଦାୟକ ଜଳର ନିର୍ଝର ମୁଁ ହିଁ ବୋଲି ସମିରୋଣିୟା ସ୍ତ୍ରୀଙ୍କୁ ଯୋହନ ସୁସମାଚାର ଚାରି ଅଧ୍ୟାୟରେ ଏବଂ ନୂତନ ଜନ୍ମର ଅନୁଭୂତି ବିଷୟରେ ଯୋହନ ସୁସମାଚାର ତିନି ଅଧ୍ୟାୟରେ ଶିଖେଇଲେ !ଯୀଶୁଙ୍କ ଠାରେ ଶିକ୍ଷା ପାଇଥିବା ପ୍ରତ୍ୟେକ ଜଣ ତାଙ୍କ ଜୀବନରେ ପ୍ରକାଶିତ ହେବେ !
ପ୍ରିୟ ବନ୍ଧୁଗଣ, ଆମକୁ ଶିକ୍ଷକ ଏକ ଗୁରୁତ୍ୱ ଲୋକ ଅଟନ୍ତି !ଏହି ପୃଥିବୀରେ ଆମ୍ଭେ ଏକ ଉତ୍ତମ ଜୀବନ ବଞ୍ଚିବା ପାଇଁ ଯୀଶୁଙ୍କ ଠାରେ ଶିଖିବା ବହୁତ ଗୁରୁତ୍ୱପୂର୍ଣ ଅଟେ !ସେ ଆମ୍ଭଙ୍କୁ ଜୀବନର ମୂଲ୍ୟତା, ସୂଚନା ପବିତ୍ର ଗ୍ରନ୍ଥ ଦ୍ଵାରା ଶିଖାଇବେ !ନୂତନ ନିୟମର ମାଥିଉ ସୁସମାଚାର ପାଞ୍ଚ, ଛଅ, ସାତ ଅଧ୍ୟାୟ ଗୁଡିକ ପଡି, ତାହା ଦ୍ଵାରା ଏବେ ପର୍ଯ୍ୟନ୍ତ ଅନେକ ଅଧିପତିମାନେ ଶିଖିକି ଆସୁଛନ୍ତି !ତାଙ୍କ ଜୀବନରେ ରହିଥିବା ଭୁଲ ଗୁଡିକୁ ସଜାଡୁଛନ୍ତି !ଯୀଶୁ ନାମକ ଗୁରୁଙ୍କ ଠାରେ ଶିଖିବା, ଏକ ଉତ୍ତମ ଜୀବନଯାପନ କରିବା !
- ଟି. ଶଙ୍କର ରାଜ
ପ୍ରାର୍ଥନାର ଅଂଶ :-
ଇଂରାଜୀରେ ଦିନଧ୍ୟାନ ସନ୍ଦେହ ଅନୁବାଦ କରୁଥିବା ଏଚ.ସି. ଆମ୍ମାକୁ ଚକ୍ଷୁ ଅପେରସନ ହେଲା ଯଥା ଶୀଘ୍ର ସୁସ୍ଥ ହୋଇ ଅନୁବାଦରେ ସହଯୋଗ କରିବା ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.