Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 05-09-2021 (Kids Special)
Share:

By Village Missionary Movement

Sunday, 05-Sep-2021

ଆଜିର ବାକ୍ୟ (Oriya) 05-09-2021 (Kids Special)

 

ବିଶେଷକରି ପିଲାଙ୍କ ନିମନ୍ତେ

 

"...ପିତାମାତାଙ୍କ ପ୍ରତି ଉପକାର କରିବାକୁ ଶିକ୍ଷା କରନ୍ତୁ;..." - ୧ ତୀମଥି 5:4

 

ହାଇ ପିଲାମାନେ, ଆଜି କେଉଁ ଦିନ ଜାଣିଛ କି ? ଆଜି ହେଉଛି ଗୁରୁଦିବସ, ସ୍କୁଲକୁ ନ ଯିବା ଯୋଗୁ ଭୁଲି ଗଲଣି କି ? ଭୁଲିବାକୁ ହେବନି, ତୁମ୍ଭଙ୍କୁ ଶିକ୍ଷା ଦେଇ ଥିବା ଶିକ୍ଷକବୃନ୍ଦ ମହାନ ଅଟନ୍ତି ତ !ସେମାନଙ୍କ ନିମନ୍ତେ ପ୍ରଭୁଙ୍କ ଠାରେ କୃତଜ୍ଞତା ଜଣାଅ !ଓକେ ତ!

 

ପଞ୍ଚମ ଶ୍ରେଣୀ ସମାପ୍ତ ହେବା କ୍ଷଣି ଷଷ୍ଠ ଶ୍ରେଣୀକୁ ଯାଉ ଥିବା ଛାତ୍ରଛାତ୍ରୀ ସୁନ୍ଦର ରୂପରେ ୟୁନିଫରମ ପରିଧାନ କରି ଧାଡିରେ କମଳା ଶିକ୍ଷୟତ୍ରୀଙ୍କୁ ଅନୁସରଣ କରି ଗଛ ନିକଟକୁ ଗଲେ !ଉପସ୍ଥାପନ ଖାତାରୁ ନାମ ଡାକରା ହେଉଛି !କାନ୍ନାଙ୍କ ନାମ ଡାକରା ହେବାରୁ, ସେ ଅନୁପସ୍ଥିତ ମାମ ବୋଲି ସମସ୍ତ ଛାତ୍ରଛାତ୍ରୀ କହିଲେ !ରମେଶ ସଂଗେ ସଂଗେ ଠିଆ ହୋଇ କହିଲା, କାନ୍ନା ଭଲରେ ପଡିବ, ସେ ଷଷ୍ଠ ଶ୍ରେଣୀରେ ପ୍ରଥମ ଶ୍ରେଣୀ ଆଣିଲେ !ତିନି ଦିନ ପରେ, ମସ୍ତକରେ ତେଲ ନ ଥାଇ,ମଇଲା ପୋଷାକ ପରିଧାନ କରି ବିଦ୍ୟାଳୟକୁ କାନ୍ନା ଆସିଲା !ସମସ୍ତେ ଭାବିଲେ, କାନ୍ନା ସବୁଦିନ ସଫା ଡ୍ରେସ ପିନ୍ଧି ଆସିବ ତ !ତାହାର କଣ ହେଲା? ତାପର ମାସରେ ହୋଇଥିବା ପରୀକ୍ଷାରେ ସମସ୍ତ ପାଠରେ କମ ମାର୍କ କାନ୍ନା ଆଣିଲା !

 

କମଳା ଶିକ୍ଷୟତ୍ରୀ କାନ୍ନାକୁ ଡାକି ପ୍ରେମରେ ତାଙ୍କ ସହିତ କଥା ହେଲା !କାନ୍ନା କାନ୍ଦି କାନ୍ଦି କହିଲା, କିଛି ମାସ ପୂର୍ବରୁ ମୋର ମାଆ କ୍ୟାନ୍ସର ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କଲା !କମଳା ଶିକ୍ଷୟତ୍ରୀ ତାକୁ ସ୍ୱାନ୍ତନା ଦେଇ ପାଠ ପଡ଼ିବାକୁ ଉଚ୍ଚାହିତ କଲା !ଅଧିକା ପାଠ ପାଇଁ ଆବଶ୍ୟକ ହେଉଥିବା ସମସ୍ତ ମୁଁ ଦେବି କହି, ସମସ୍ତ ସାହାଯ୍ୟ କମଳା ଶିକ୍ଷୟତ୍ରୀ କାନ୍ନାକୁ କଲା !ମାଆଙ୍କ ମୃତ୍ୟୁକୁ ଭୁଲି ଯାଇ କାନ୍ନା ଉତ୍ତମ ରୂପରେ ପାଠ ପଡ଼ିବାକୁ ଆରମ୍ଭ କଲା !ବର୍ଷ ବର୍ଷ ବିତିଯାଇ, ଦଶମ ଶ୍ରେଣୀ ଓ ଦ୍ଵାଦଶ ଶ୍ରେଣୀରେ ପ୍ରଥମ ଶ୍ରେଣୀ ରଖିଲା !ଆଉ ଅଧିକା ପାଠ ନିମନ୍ତେ ବିଦେଶକୁ ଯାଇ ଉତ୍ତମ ରୂପେ ପଡି, ସେଥିରେ ଅଧିକ ମାର୍କ ପାଇଲା !ଡାକ୍ତର ପାଠ ଶେଷ ହେବା କ୍ଷଣି ତାଙ୍କ ମହାବିଦ୍ୟାଳୟରେ ପ୍ରଶଂସା ସଂମ୍ମାନର ସଭା ଏକ କରାଯାଇଥିଲା !କାନ୍ନାଙ୍କୁ ସମସ୍ତ ପ୍ରକାର ସାହାଯ୍ୟରେ ରହିଥିବା, କମଳା ଶିକ୍ଷୟତ୍ରୀଙ୍କୁ ସେହି ମଞ୍ଚ ନିକଟକୁ ଡାକିଲା !ବୟସ ବିତିଯାଇ ଥିବା ମାଆ ସେହି ମଞ୍ଚ ନିକଟକୁ ଆସିବା ସମସ୍ତେ ଆଚର୍ଯ୍ୟରେ ଦେଖୁଥାନ୍ତି !କାନ୍ନା ଶୀଘ୍ର ଶୀଘ୍ର ଯାଇ ଶିକ୍ଷୟତ୍ରୀଙ୍କ ହାତକୁ ଧରି ଆଣି କହିଲା, ଏହି ଶିକ୍ଷୟତ୍ରୀଙ୍କ ପ୍ରେରଣା ଓ ଉଚ୍ଚାହ ହିଁ ଆଜି ମୋତେ ଏଠାରେ ଠିଆ କରାଇଛି !ଇଏ ମୋର କେବଳ ଶିକ୍ଷୟତ୍ରୀ ନୁହେଁ, ମୋର ମାଆ !ମୋତେ ଉତ୍ତମ ମାର୍ଗ ଦେଖାଇ ଥିବା ଲୋକ !ମୋର ଗୌରବର କାରଣ ଇଏ ବୋଲି କହିବା କ୍ଷଣି କରତାଳିରେ ସେହି ମଞ୍ଚ ଦୋହଲିଲା !

 

ହେ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ତୁମ୍ଭେମାନେ ମଧ୍ୟ ଉତ୍ତମ ପିଲାଙ୍କ ସଦୃଶ୍ୟ ବୁଦ୍ଧିମତା ହୋଇ ରହିବା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ କାରଣ ତ !ଆଜି ତୁମ୍ଭଙ୍କୁ ପାଠ ପଡାଉ ଥିବା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ମନେ କରି ସେମାନଙ୍କ ନିମନ୍ତେ ପ୍ରାର୍ଥନା କରବା ତୁମ୍ଭେମାନେ ଭୁଲି ଯାଅ ନାହିଁ !ପ୍ରାର୍ଥନା କରିବତ !ଭେରୀ ଗୂଡ଼ !

- ଶ୍ରୀମତୀ ଏଲିଯେବେତ ୱାସୁ

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking meritking giriş perabet perabet giriş casibom casibom giriş holiganbet holiganbet giriş galabet casibom casibom giriş grandpashabet perabet perabet giriş padişahbet padişahbet giriş grandpashabet grandpashabet giriş kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet betplay jojobet esbet sonbahis tambet grandpashabet betgit mercurecasino matbet