Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 17-09-2021
Share:

By Village Missionary Movement

Friday, 17-Sep-2021

ଆଜିର ବାକ୍ୟ (Oriya) 17-09-2021

 

ଶେଷ ହେବା ତାରିଖ 

 

“ଆମ୍ଭମାନଙ୍କ ଆୟୁର ପରିମାଣ ସତୁରି ବର୍ଷ, ଅବା ବଳ ସକାଶୁ ଅଶୀ ବର୍ଷ ହୁଏ; ତଥାପି ତହିଁର ବଳ ଓ ପରିଶ୍ରମ ଦୁଃଖ ମାତ୍ର; କାରଣ ତାହା ଶୀଘ୍ର ବହିଯାଏ ଓ ଆମ୍ଭେମାନେ ଉଡ଼ିଯାଉ !” - ଗୀତସଂହିତା 90:10

 

ଆମ୍ଭେ ପ୍ରତିଦିନ ବ୍ୟବହାର କରୁଥିବା ଜିନିଷମାନଙ୍କ ମଧ୍ୟରେ, କିଛି ଜିନିଷ ଦୋକାନରୁ କ୍ରୟ କରି ବ୍ୟବହାର କରୁଥିବା, କିଛି ଜିନିଷକୁ ଶେଷ ତାରିଖ ବୋଲି ଲେଖାଯାଇ ଥିବ !ସେହି ଶେଷ ତାରିଖ ସମାପ୍ତି ହେବା ପୂର୍ବରୁ ହିଁ ଆମ୍ଭେ ତାହା ବ୍ୟବହାର କରିବାକୁ ହେବ !ଯଦି ନହେଲେ କେମିତିକା ଜିନିଷ ହେଲେବି, କେତେ ଟଙ୍କା ଦେଇ କିଣା ଯାଇଥିଲେ ମଧ୍ୟ ସେହି ଜିନିଷ ଗୁଡିକ ଆମ୍ଭେ ବ୍ୟବହାର କରି ପାରିବା ନାହିଁ !ବିଶେଷକରି ଖାଇବା ଜିନିଷ ହେଲେ ତାହା ନଷ୍ଟ ହୋଇ ଯାଏ,ନାହିଁତ ତାହା ପୋଚାସଡା ହୋଇ ଯିବ !ସେଥିପାଇଁ ଆମ୍ଭେ ଜିନିଷ କ୍ରୟ କଲା ବେଳେ ତାହାର ଶେଷ ହେବା ତାରିଖକୁ ଦେଖି ଚିନ୍ତା କରି କିଣିବାକୁ ହେବ !ସଦାପ୍ରଭୁଙ୍କର ଦ୍ଵାରା ସୃଷ୍ଟି ହୋଇ ଥିବା ସମସ୍ତଙ୍କୁ ଏହି ପୃଥିବୀରେ ଶେଷ ତାରିଖ ଅଛି !ସଦାପ୍ରଭୁ ଆମ୍ଭଙ୍କୁ କୌଣସି ଯୋଜନା ନ କରି, କୌଣସି ବନ୍ଧୁବାନ୍ଧବ ନ ରଖି ସୃଷ୍ଟି କରି ନାହାନ୍ତି !ସେଥିପାଇଁ ପ୍ରଭୁଙ୍କ ନିମନ୍ତେ, ଆମ୍ଭେ କରିବା ସମସ୍ତ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ପଡିବ !

 

ପବିତ୍ର ଗ୍ରନ୍ଥରେ ଜଣେ ସ୍ତ୍ରୀ ବହୁମୂଲ୍ୟ ସୁଗନ୍ଦ ତୈଳ ଆଣି ସେହି ତୈଳକୁ ଯୀଶୁଙ୍କର ମସ୍ତକରେ ଢାଳିଲା !ସେତେବେଳେ ଯୀଶୁ ସେ ସ୍ତ୍ରୀଙ୍କ ବିଷୟରେ କହିଲେ, ସେ ତାର ଶକ୍ତି ଅନୁଯାୟୀ କଲା କହି ଉତ୍ତମ ସାକ୍ଷୀ ଦେଲେ !ଏହି ସ୍ତ୍ରୀର ଶେଷ ତାରିଖ ସଂପୂର୍ଣ୍ଣ ହେବା ପୂର୍ବରୁ ସ୍ବର୍ଗୀୟ ପିତାଙ୍କ ଦ୍ଵାରା ଉତ୍ତମ ସାକ୍ଷୀ ପାଇ, ତାହାର କାର୍ଯ୍ୟକୁ ସମାପ୍ତ କଲା !

 

ଏହା ଶୁଣୁ ଥିବା ପ୍ରିୟ ବନ୍ଧୁଗଣ, ପ୍ରତ୍ୟେକ ମଣିଷର ଆୟୁ କାଳ ସତୁରି ବର୍ଷ !ବଳ ସକାଶୁ ଅଶୀ ବର୍ଷ ରହିପାରେ !ତେଣୁ ଆମ୍ଭେ ପୃଥିବୀରେ ବଞ୍ଚିଥିବା କାଳରେ, ଆମ୍ଭଙ୍କୁ ପ୍ରଭୁଙ୍କର କୃପା ଦ୍ଵାରା ଦିଆ ଯାଇଥିବା ଜୀବନ କାଳରେ, ଆମ୍ଭେ କରି ପାରିବା ପର୍ଯ୍ୟନ୍ତ, ଆମ୍ଭର ଶେଷ ତାରିଖ ସମାପ୍ତ ହେବା ପୂର୍ବରୁ, ଆମ୍ଭର ପାରୁ ପର୍ଯ୍ୟନ୍ତ କରିବା !ଆମ୍ଭର ଜୀବନ କାଳକୁ ବଳବାନରେ ବଦଳାଇ ଚାଲିବା !ତେଣୁ ପ୍ରତିଦିନ ପ୍ରଭୁଯୀଶୁଖ୍ରୀଷ୍ଟଙ୍କୁ ଭୟ ଓ ଭକ୍ତିରେ ଆରାଧନା କରିବାକୁ ଶିଖିବା !ସଦାପ୍ରଭୁଙ୍କ ଠାରୁ କୃପା ପାଇବାକୁ ଆଶା ହେବା !ସଦାପ୍ରଭୁ ଆଶାକୁ ସଂପୂର୍ଣ୍ଣ କରିବେ !ଆମେନ୍ !

- ଶ୍ରୀମତୀ ଦେବି କାମାରାଜ 

 

ପ୍ରାର୍ଥନାର ଅଂଶ :-

ଆନ୍ଧ୍ରପ୍ରଦେଶର ରେଗାପୁଣ୍ୟ ଗିରି ନାମକ ପାର୍ବତ୍ୟାଅଂଚଳରେ ମଣ୍ଡଳୀ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସଂପୂର୍ଣ୍ଣ ହେବା ନିମନ୍ତେ ଆବଶ୍ୟକତା ପାଇବା ପାଇଁ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet