Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 26-09-2021 (Kids Special)
Share:

By Village Missionary Movement

Sunday, 26-Sep-2021

ଆଜିର ବାକ୍ୟ (Oriya) 26-09-2021 (Kids Special)

 

ବିଶେଷକରି ଛୋଟପିଲାମାନଙ୍କୁ 

 

“ହେ ପିଲାମାନେ, ସମସ୍ତ ବିଷୟରେ ପିତାମାତାଙ୍କର ଆଜ୍ଞାବହ ହୁଅ, କାରଣ ଏହା ପ୍ରଭୁଙ୍କ ସହଭାଗିତାରେ ସନ୍ତୋଷଜନକ ବ୍ୟବହାର।“ - କଲସୀୟ 3:20

 

ପିଙ୍କି ଓ ରିଙ୍କି ନାମକ ଦୁଇଟି ମାଙ୍କଡ ଛୁଆଁ ତାଙ୍କ ମାଆଙ୍କ ସହ ମିଶି ଗୋଟିଏ ଗଛରେ ବସବାସ କରୁଥାନ୍ତି !ସେହି ଗଛ ନିକଟରେ ଗୋଟିଏ ପୋଖରୀ ମଧ୍ୟ ଥିଲା !ସେଇ ପୋଖରୀରେ ଗୋଟିଏ କୁମ୍ଭୀର ତାର ଛୁଆମାନଙ୍କ ସହ ରହି ଆସୁଥାଏ !ସବୁବେଳେ ଏହି ପିଙ୍କି ଓ ରିଙ୍କି ତାଙ୍କ ମାଆଙ୍କ ସହ ମିଶି, ସେହି ଗଛର ଡାଲକୁ ଧରି ଏଠାକୁ ସେଠାକୁ ଦୋଳିରେ ଝୁଲି ଆନନ୍ଦରେ ରହିଥାଆନ୍ତି !ପ୍ରତିଦିନ ସେହିପରି ଖେଳିବା ଦେଖି, କୁମ୍ଭୀରଟି ଆଶା କଲା କି, ଏହି ମାଙ୍କଡ ଛୁଆଁଗୁଡିକୁ କିପରି ହେଲେ ଠକି, ତଳକୁ ଆଣି ଖାଇବାକୁ ହେବ !ଦିନେ ମାଁ ମାଙ୍କଡ ଏହି ଛୁଆଁଙ୍କୁ କହିଲା, ମୁଁ ଖାଦ୍ୟ ନିମନ୍ତେ ବାହାରକୁ ଯାଉଛି, ତୁମ୍ଭେ ଦୁଇ ଜଣ ଜାଗ୍ରତରେ ରହିବାକୁ ହେବ, ଗଛରୁ ତଳକୁ ଓଲାଇବାକୁ ହେବ ନାହିଁ ହଁତ !ସଂଗେ ସଂଗେ ମାଙ୍କଡ ଛୁଆଁ ମଧ୍ୟ ହଁ ମାଁ କହିଲେ !ତାପରେ ମାଁ ମାଙ୍କଡ ଖାଦ୍ୟ ନିମନ୍ତେ ଚାଲିଗଲା !ଏହି ସବୁ ଦେଖୁଥିବା କୁମ୍ଭୀରକୁ ମନରେ ବହୁତ ଖୁସି !ଏହା ହିଁ ଏହି ମାଙ୍କଡ ଛୁଆଁଙ୍କୁ ଖାଇବାକୁ ଭଲ ଅବକାଶ ବୋଲି ଭାବି, ପୋଖରୀରୁ ଉପରକୁ ଆସି, ଗଛକୁ ଦେଖି,ମଧୁରସ୍ୱରରେ କହିଲା, ଏ ପିଙ୍କି ଓ ରିଙ୍କି କେମିତି ଅଛ ? ହଁ କଣ ତୁମକୁ ଏହି ଗଛ ଉପରେ ହିଁ ଓହଳି, ଢ଼େଇବାକୁ ବିରକ୍ତି ଲାଗୁନି କି ? ମୋତେ ଦେଖ, ମୁଁ କେତେ ଖୁସିରେ ପାଣିରେ ପହଁରି, ଗାଧୋଉଛି !ତୁମ୍ଭଙ୍କୁ ସେହି ଆଶା ନାହିଁକି ବୋଲି ପଚାରିଲା !ସଂଗେ ସଂଗେ ରିଙ୍କି କହିଲା, ମୋତେ ମଧ୍ୟ ପହଁରି, ଗାଧୋଇବାକୁ ଆଶା ଅଛି !ସଂଗେ ସଂଗେ କୁମ୍ଭୀର କହିଲା, ଆମେ ସମସ୍ତେ ବନ୍ଧୁ ହୋଇ ରହିବା !ଆସ ରିଙ୍କି ତୁମ୍ଭଙ୍କୁ ଧରିକି ନେବି !ରିଙ୍କି ମଧ୍ୟ ପାଣିରେ ଗାଧୋଇବା ଆଶାରେ ତରତରରେ ଗଛରୁ ଓଲାଇ ଚାଲିଗଲା !ପିଙ୍କି କହିଲା, ଏ ରିଙ୍କି ତଳକୁ ଓଲାଉନା ସେଇ କୁମ୍ଭୀର ତତେ ମାରିଦେବ !କିନ୍ତୁ ରିଙ୍କି ନ ଶୁଣି ତଳକୁ ଓଲାଇ କୁମ୍ଭୀରର ପିଠିରେ ଚଡି ବସିଲା !ପିଙ୍କି ସହ ରିଙ୍କି କହିଲା, ତୁ ଏହି ଗଛରେ ହିଁ ଝୁଲି ଝୁଲି ରହିଥା, ମୁଁ ପାଣିକୁ ଯାଇ ପହଁରି ଆସିବି !ରିଙ୍କି ଓ କୁମ୍ଭୀର ମିଶି ପିଙ୍କିକୁ ବାଇ...ବାଇ ବୋଲି କହି ଚାଲିଗଲେ !କୁମ୍ଭୀର ଗଭୀର ପାଣି ନିକଟକୁ ଗଲା ପରେ ମାଙ୍କଡ ଛୁଆଁ ସହ କହିଲା, ମୁଁ ତତେ ପହଁରାଇବାକୁ ଆଣି ନାହିଁ, ତତେ ମାରି ଖାଇବାକୁ ଆଣିଲି ବୋଲି କହିଲା !ରିଙ୍କି ବିକଳ ହୋଇ କହିଲା, ନା ବନ୍ଧୁ ମୋତେ ଛାଡିଦିଅ !ସେଠିକିରେ ସେହି କୁମ୍ଭୀର ମାଙ୍କଡ ଛୁଆଁକୁ ହତ୍ୟା କରି ଖାଇଦେଲା !ଏହିସବୁ ଗଛ ଉପରରୁ ଦେଖୁଥିବା ପିଙ୍କି, ମାଁଙ୍କ କଥାରେ ଆଜ୍ଞାବହ ନ ହୋଇ ତାର ଜୀବନ ହରାଇଲା ବୋଲି ବହୁତ ଦୁଃଖ ହୋଇ କାନ୍ଦିଲା !

 

ହେ ମୋର ଛୋଟ ଭାଇ ଓ ଭଉଣୀମାନେ, ଏହି କୁମ୍ଭୀର ସଦୃଶ୍ୟ ଅଟେ ସଇତାନ !ତୁମ୍ଭ ବନ୍ଧୁମାନଙ୍କ ଦ୍ଵାରା ତୁମ୍ଭ ଠାରେ ମଧୁର କଥା ହୋଇ, ଠକିଦେଇ, ଯୀଶୁଙ୍କ ଠାରୁ ପୃଥକ କରିବାକୁ ଦେଖିବ !ତୁମ୍ଭେ ହିଁ ବହୁତ ଜାଗ୍ରତରେ ରହିବାକୁ ହେବ !ତୁମ୍ଭର ପିତାମାତାଙ୍କର ବାକ୍ୟରେ ମନଯୋଗ କରି, ସେହିପରି ସେମାନଙ୍କର ଆଜ୍ଞାବହ ହେବାକୁ ହେବ, ଓକେ ତ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking meritking giriş perabet perabet giriş casibom casibom giriş holiganbet holiganbet giriş galabet casibom casibom giriş grandpashabet perabet perabet giriş padişahbet padişahbet giriş meritking meritking giriş grandpashabet grandpashabet giriş kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet betplay jojobet esbet sonbahis tambet grandpashabet betgit mercurecasino