By Village Missionary Movement
Monday, 27-Sep-2021ଆଜିର ବାକ୍ୟ (Oriya) 27-09-2021
ଆମ୍ଭ ଘରକୁ ନୂତନୀକରଣ କରିବା
"...ଦେଖ, ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ...।“ - ପ୍ରକାଶିତ 21:5
ଭଗ୍ନ ଅବସ୍ଥାରେ ଗୋଟିଏ ଘରଟି ଥିଲା !ଯେଉଁମାନେ ସେହି ଘରକୁ ଦେଖୁ ଥାନ୍ତି, ସେମାନେ ବହୁତ କଷ୍ଟରେ ଦେଖୁଥାନ୍ତି !କେତେ ବଢିଆ ଘର, କିନ୍ତୁ ତାର ମାଲିକ ତାହାକୁ ଜାଗ୍ରତ ନ କରିବା ହେତୁ ଏହି ପରିସ୍ଥିତି ବୋଲି ବଚସା କରୁଥାନ୍ତି !ସେହି ଘରଟି ଅନ୍ୟ ଜଣେ ବ୍ୟକ୍ତି କ୍ରୟ କଲା !ସମସ୍ତେ ତାଙ୍କୁ ଏହି ଘରଟି କିଣୁଛ କି ବୋଲି ହାସ୍ୟାସ୍ପଦ କଲେ !କିନ୍ତୁ ନୂତନ ମାଲିକ ସେହି ଘରକୁ ନୂତନୀକରଣ କରିବାକୁ ଆରମ୍ଭ କଲା !ଆଗରୁ ସେହି ଘରଟି ବହୁତ ଗଦର୍ଜରେ ଥିଲା !ତାହା ଦେଖିଥିବା ସମସ୍ତେ ଭାବିଲେ, ଏହି ନୂତନ ମାଲିକକୁ ଭୂତ ଧରିଲା !କିନ୍ତୁ କିଛି ମାସ ପରେ ସେହି ଘରଟିକୁ ଦେଖି ରାସ୍ତାରେ ଯାଉଥିବା ଲୋକେ ଆକର୍ଷଣରେ ଦେଖିବା ଆରମ୍ଭ କଲେ !ହଁ ସେହି ପରିସ୍ଥିତିରେ ରହିଥିବା ଘର ନୂଆ ମାଲିକ ନିକଟକୁ ଆସିବା ବେଳେ, ସେ ତାହାକୁ ଅନେକ ଆକର୍ଷିତ ହେବା ପରି ଚକଚକ ରଙ୍ଗୀନର ଘରରେ ବଦଳାଇ ଦେଲା !
ଆଜି ଏହା ଶୁଣୁଥିବା ମୋର ପ୍ରିୟ ବନ୍ଧୁଗଣ, ତୁମ୍ଭଙ୍କୁ ମଧ୍ୟ ସଦାପ୍ରଭୁ ଅତ୍ୟଧିକ ଭାବେ ପ୍ରେମ କରୁଛନ୍ତି !ଯଦି ପ୍ରଭୁଙ୍କର ଇଚ୍ଛା ନ ଥାଏ, ତେବେ ଆଜି ଏହା ତୁମ୍ଭେ ଶୁଣି ପାରି ନ ଥାନ୍ତ !ଦାଉଦ ଗଲ୍ୟତ ସମୁଖରେ ଠିଆ ହେବା ସମୟରେ,ପଚାରିଲା, କଣ ମୁଁ ଏଠାକୁ ଆସିବାର ପ୍ରୟୋଜନ ନାହିଁ କି ? ଏହା ଶୁଣିବାକୁ ତୁମ୍ଭର ଏକ ପ୍ରୟୋଜନ ଅଛି !ମୁଁ ଖରାପ ଲୋକ, ଆଜିଠାରୁ ମୋତେ ଓ ମୋ ଜୀବନକୁ ଭଲ କରି ପାରିବେନି !ମୋତେ ଦେଖିବା ପ୍ରତ୍ୟେକ ଜଣ ହାସ୍ୟାସ୍ପଦ କରି ହସୁଛନ୍ତି !ଇଏ ସେତିକି ହିଁ, ଏହାର ଜୀବନ ଶେଷ ହୋଇଗଲା ବୋଲି ବିଚଳିତ ହେଉଛ କି ? ଏହି ସନ୍ଦେଶ ତୁମ୍ଭ ନିମନ୍ତେ !ତୁମ୍ଭର ଶାରୀରିକ ମନ୍ଦିରକୁ ତୁମ୍ଭେ ଜାଗ୍ରତ ନ କରି ପରିତ୍ୟାଗ କରିବା ଦ୍ଵାରା, ତୁମ୍ଭର ଜୀବନ ବିଚଳିତ ଅଛି !ତୁମ୍ଭର ଚେଷ୍ଟା ଦ୍ଵାରା ସଜାଡ଼ିବାକୁ ଚେଷ୍ଟା କରି, ଅହରି ଯାଇ ଲୁହ ଝରାଇ ଥାଇପାର !ଲୁହ ଝରାଇବା ତୁମ୍ଭଙ୍କୁ ଦେଖି, ସଦାପ୍ରଭୁ କହନ୍ତି, ତୁମ୍ଭର ଜୀବନକୁ ମୋ ନିକଟରେ ଦିଅ, ମୁଁ ତାହାକୁ ନୂତନୀକରଣ କରିବି !ଏବେ ତୁମ୍ଭ ଜୀବନକୁ ତାହାଙ୍କ ହସ୍ତରେ ସମର୍ପଣ କରିବାକୁ ସିଦ୍ଧ କି ? ତୁମ୍ଭେ ପ୍ରଭୁଙ୍କର ନିକଟରେ, ମୁଁ ସଂପୂର୍ଣ୍ଣ ରୂପେ ସମର୍ପିତ ହେଲି, ହେ ପ୍ରଭୁ ତୁମ୍ଭ ହସ୍ତରେ ସମର୍ପିତ ହେଲି !ସମସ୍ତ ତୁମ୍ଭର ହେଉ, ମୁହିଁ ତୁମ୍ଭ ଠାରେ ସମର୍ପିତ ହେଲି, ସବୁ ଖ୍ରୀଷ୍ଟଙ୍କ ନିମନ୍ତେ, ମୋର ପ୍ରତ୍ୟେକ ଅପେକ୍ଷା ଖ୍ରୀଷ୍ଟଙ୍କ ନିମନ୍ତେ, କହି ଆମ୍ଭେ ସମର୍ପିତ ହେଲେ, ଅନେକେ ଦେଖିବା ପ୍ରକାଶିତ ରଙ୍ଗୀନର ଜୀବନ ସଦୃଶ୍ୟ ଆମ୍ଭ ଜୀବନ ବଦଳିବା ନୀଚୀତ !
- ଶ୍ରୀମତୀ ଦାୱାମଣି ୱାଇରାୱାଲ
ପ୍ରାର୍ଥନାର ଅଂଶ :-
ୟୁଟୁବ,ୱାଟ୍ସଅପରେ ପ୍ରଭୁଙ୍କର ସୁସମାଚାର ଶୁଣୁଥିବା ପ୍ରତ୍ୟେକ ଜଣ ପ୍ରଭୁଙ୍କର ନିମନ୍ତେ ସେବା କରିବାକୁ ସୈନିକ ଭାବେ ଉଭା ହେବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.