By Village Missionary Movement
Wednesday, 29-Sep-2021ଆଜିର ବାକ୍ୟ (Oriya) 29-09-2021
ପିତାମାତାଙ୍କ ଆଦର୍ଶ
"ତୁମ୍ଭେ ନିଜେ ଆପଣା ଆଚରଣରେ ସତ୍କର୍ମର ଆଦର୍ଶ ଦେଖାଅ...!" - ତୀତସ 2:7
ଗୋଟିଏ ମହାବିଦ୍ୟାଳୟରେ ଗରିବ ପରିବାରର ଦୁଇ ଜଣ ଭାଇ ପଢୁଥିଲେ !ବଡ଼ ଭାଇ ପଡ଼ିବାକୁ ମନଯୋଗ ନ କରି, ମଦୁଆ ହୋଇଗଲା !ପରିବାର ସହ ଝଗଡା କରି ଟଙ୍କା ଆଣି ମଦ ପିଇବା ହିଁ ତାର କାମ !କିନ୍ତୁ ସାନ ଭାଇ ଉତ୍ତମ ପାଠ ପଡି ମହାବିଦ୍ୟାଳୟର ଗୌରବ ଆଣୁଥାଏ !ସେହି ମହାବିଦ୍ୟାଳୟର ଅଧ୍ୟାପକ ଆଚର୍ଯ୍ୟ ଅଟେ !ଗୋଟିଏ ପରିବାରର ଗୋଟିଏ ଅବସ୍ଥାରେ ଜୀବନଯାପନ କରୁଥିବା ଦୁଇ ଜଣକୁ ଏତେ ଭିନ୍ନତା କି ? ସାନଭାଇ ଉତ୍ତମ, କିନ୍ତୁ ବଡଭାଇ ଗାଁକୁ ଅପମାନିତ କରି ଖରାପ ବ୍ୟକ୍ତି ଭାବେ ଅଛନ୍ତି ବୋଲି ଅଧ୍ୟାପକ ଦୁଇ ଜଣକୁ ଡାକି ପଚାରିଲା, ଏହିପରି ହେବାକୁ କାରଣ କିଏ ? ତେବେ ଦୁଇ ଜଣ ଯାକ ଗୋଟିଏ ଉତ୍ତର ଦେଲେ,!ମୋର ବ୍ୟବହାର ଚାଲିଚଲଣର କାରଣ ମୋର ବାପା !ବାପା କଣ କଲେ ବୋଲି ବଡଭାଇକୁ ପଚାରିବାରୁ, ସେ କହିଲା, ମୁଁ ଜ୍ଞାନ ପାଇବା ଦିନଠୁ ମୋର ବାପା ରାତିଦିନ ମଦ ପିଇ, ଗଣ୍ଡଗୋଲ ହୁଏ !ମୁଁ ଅନୁଭବ କରିଥିବା ମାଡର ଦିନ ହିଁ ନ ଥିଲା !ତାହାର ସନ୍ତାନ ମୁଁ କିପରି ଥିବି, ତେଣୁ ମୁଁ ମଧ୍ୟ ମଦୁଆ ହୋଇଗଲି !ସାନଭାଇକୁ ପଚାରିବାରୁ, ସେ ମଧ୍ୟ ଏହି ଉତ୍ତର ଦେଲା !ଭୟଙ୍କର ସ୍ଵଭାଵ ହୋଇଥିବା ପିତାଙ୍କର ସନ୍ତାନ ହୋଇଥିବା ମୁଁ ଖରାପ ବ୍ୟକ୍ତି ହେବାକୁ ନାହିଁ ବୋଲି ମୁଁ ଭାବିଲି !ଏହାହିଁ ମୋର ପରିବର୍ତ୍ତନର ସଂପୂର୍ଣ୍ଣ କାରଣ !
ହେ ମୋର ପ୍ରିୟ ପିତାମାତାମାନେ, ତୁମ୍ଭର ସନ୍ତାନମାନଙ୍କୁ କିପରି ଲାଳନପାଳନ କରୁଛ ? ଆମ୍ଭେ ଶୁଣିବାକୁ ପାଇଲୁ, ସନ୍ତାନମାନଙ୍କ ଚକ୍ଷୁ ସମୁଖରେ କିପରି ସାକ୍ଷୀ ହୋଇ ରହୁଛ ? ପିତାମାତାମାନେ, ତୁମ୍ଭର ସନ୍ତାନ ତୁମ୍ଭଙ୍କୁ ଅନୁସରଣ କରି ତ ବଢ଼ୁଛନ୍ତି !ତୁମ୍ଭର ଚାଲିଚଲନ କିପରି ଅଛି, ସେହିପରି ତୁମ୍ଭର ସନ୍ତାନମାନେ ମଧ୍ୟ ରହିବେ !ପିଲାମାନଙ୍କ ନିକଟରେ ପକ୍ଷପାତ ଦେଖାଉଛ କି ? ଏହା ମହାନ ଭୁଲ ଅଟେ !ତୁମ୍ଭର କେତୋଟି ସନ୍ତାନ ଥିଲେବି, ସେମାନଙ୍କୁ ସମାନ ଭାବେ କଢାଇ ନେବାକୁ ଅଭ୍ୟାସ କରନ୍ତୁ !ତୁମ୍ଭ ସନ୍ତାନମାନଙ୍କ ସହିତ ଖରାପ କାର୍ଯ୍ୟ ପାଇଁ ନୁହେଁ,ସତକର୍ମ ନିମନ୍ତେ ଉତ୍ତମରେ ରୁହନ୍ତୁ !ସେହିପରି ବଂଚିବାକୁ ସନ୍ତାନମାନଙ୍କୁ ଶିଖାନ୍ତୁ !ଏହା ଦ୍ଵାରା ଦଇବ ଭକ୍ତିର ସନ୍ତାନ ପାଇବ !କାହିଁକିନା ପିତାମାତା ହିଁ ଗୋଟିଏ ସନ୍ତାନକୁ ଉତ୍ତମ ଓ ଖରାପ ମାର୍ଗରେ କଢାଇ ନେବାର କାରଣ !ସେଇଥି ପାଇଁ ପିତାମାତା, ତୁମ୍ଭର ସନ୍ତାନମାନଙ୍କୁ କେଉଁ ମାର୍ଗରେ କଢାଇ ନେଉଛ ? ତୁମ୍ଭର ସନ୍ତାନମାନଙ୍କ ସମୁଖରେ ଉତ୍ତମ ରୂପେ ଜୀବନଯାପନ କରି ଦେଖାନ୍ତୁ !ସଦାପ୍ରଭୁ ତୁମ୍ଭର ଆଶୀର୍ବାଦ କରନ୍ତୁ !ଆମେନ୍ !
- ଶ୍ରୀମତୀ ଏଷ୍ଟେର ଗାନ୍ଧୀ
ପ୍ରାର୍ଥନାର ଅଂଶ :-
ଆମ୍ଭର ରାଗଲାନ ବାଇବଲ କଲେଜରେ ପଡ଼ୁଥିବା ବିଦ୍ୟାର୍ଥୀ ନିମନ୍ତେ, ପବିତ୍ର ଗ୍ରନ୍ଥର ସାଧନାରେ ସେମାନେ ଉପଯୋଗୀ ହେବାକୁ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.