Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 30-09-2021
Share:

By Village Missionary Movement

Thursday, 30-Sep-2021

ଆଜିର ବାକ୍ୟ (Oriya) 30-09-2021

 

ଗଭୀରତମ ମାର୍ଗଦର୍ଶୀ 

 

“କାରଣ ତୁମ୍ଭେ ମୋହର ଶୈଳ ଓ ମୋହର ଦୁର୍ଗ ଅଟ; ଏଥିପାଇଁ ନିଜ ନାମ ସକାଶୁ ମୋତେ ପଥ ଦେଖାଇ କଢ଼ାଇ ନିଅ।“ - ଗୀତସଂହିତା 31:3

 

ଭାଇ ଭଗତ ସିଂ କାନାଡା ଦେଶର ମିନିବେକ ନଗରର ଏକ ଆରାଧନାରେ ଅଂଶ ଗ୍ରହଣ କରି, ବାହାରକୁ ଆସୁଥିବା ବେଳେ,ସେ କେବେ କଦାପି ଜାଣି ନ ଥିବା ଜଣେ ବ୍ୟକ୍ତି ତରତର ହୋଇ ଧାଇଁ ଆସି, ତାହାର ହସ୍ତକୁ ଧରି ପଚାରିଲା, ଭାଇ ତୁମ୍ଭେ କାହିଁକି ଭାରତକୁ ଯାଇ ସେଠାରେ ସୁସମାଚାର ପ୍ରଚାର କରୁନ ? ଭଗତ ସିଂ ଉତ୍ତର କଲା, ମୁଁ ଜଣେ ଇଞ୍ଜିନିୟର ଅଟେ, ଇଞ୍ଜିନିୟର କାମ ଶିଖିବା ନିମନ୍ତେ ବହୁତ ବର୍ଷ ହେବ ପଡୁଛି !ଆଉ ମୋର ପାଟି ଖନା ଅଟଇ !ଗୋଟିଏ ଛୋଟ ସମାବେଶ ସମୁଖରେ ମଧ୍ୟ ମୁଁ ଠିଆ ହୋଇ କଥା ହୋଇ ପାରିବିନି !ମୋର ଲଜ୍ୟା ଓ ମଞ୍ଚଭୟ ଅଛି !ମୋର ପରି ମୋ ଗୋଡ଼ ମଧ୍ୟ ବହୁତ ଥରିବ !ଆଉ ମୁଁ ଖନା ବ୍ୟକ୍ତି କିପରି ପ୍ରଚାରକ ହୋଇ ପାରିବି ବୋଲି କହିଲା !କିନ୍ତୁ ଶେଷରେ ଭାରତରେ ଇଏ ଅନେକଙ୍କର ଆଶୀର୍ବାଦ ଯୁକ୍ତ ଓ ପ୍ରଭୁଙ୍କର ନିକଟକୁ ଅନେକଙ୍କୁ କଢ଼ାଇ ନେବା ପବିତ୍ର ମାର୍ଗଦର୍ଶୀ ଭାବେ ପରିବର୍ତ୍ତନ ହୋଇ ମହାନ ରୂପେ ବ୍ୟବହାର ହୋଇଥିଲା !

 

ପବିତ୍ର ଗ୍ରନ୍ଥରେ ମୋଶା ନାମକ ପ୍ରଭୁଙ୍କର ଦାସ ମୁଖରେ ଖନା ଓ ଜିଭ ଖନା ବ୍ୟକ୍ତି !କିନ୍ତୁ ସଦାପ୍ରଭୁ ଏହାକୁ ହଜାର ହଜାର ଇଶ୍ରାଏଲ ପ୍ରଜାଙ୍କୁ କଢାଇ ନେବାକୁ ଅଧିକାରୀ ଭାବେ, ମାର୍ଗଦର୍ଶୀ ଭାବେ, ଜଣେ ଉପଦେଷ୍ଟା ଭାବେ ନିରୁପଣ କଲେ !ମୋଶାଙ୍କର ହସ୍ତ ଦ୍ଵାରା ସଦାପ୍ରଭୁ ଇଶ୍ରାଏଲ ଜନତାଙ୍କ ସମୁଖରେ ଅନେକ ପ୍ରକାର ଅଦଭୂତ ଓ ଆଚର୍ଯ୍ୟ କର୍ମ କଲେ !ମୋଶା ସଦାପ୍ରଭୁଙ୍କର ଯୋଗୁ ଧାର୍ମିକ ବୋଲି ଖ୍ୟାତି ହେଲେ ସୁଧା ଶେଷରେ କାନାନ ଦେଶକୁ ନିଜର କରି ପାରି ନ ଥିଲା !କାରଣ, ମୋଶାଙ୍କ ସହ ସଦାପ୍ରଭୁ ପଥରକୁ ଦେଖି କଥା ହୁଅ ବୋଲି କହିଲେ, କିନ୍ତୁ ମୋଶା ମାତ୍ର ପଥରକୁ ତାଙ୍କର ଯଷ୍ଟି ଦ୍ଵାରା ଦୁଇ ଥର ମାରିଲେ !ସେଥିପାଇଁ ମୋଶା ତାହାର ସହନଶୀଳତାକୁ ହରାଇ ରାଗକୁ ଦେଖାଇବା ଆମ୍ଭେ ଜାଣି ପାରିବା !ଏଥିପାଇଁ ମୋଶା କାନାନକୁ ପ୍ରବେଶ କରି ପାରି ନ ଥିଲା !ଏହା ଶୁଣୁ ଥିବା ତୁମ୍ଭେ, ତୁମ୍ଭର ପରିବାରକୁ କଢାଇ ନେବାକୁ, ପଥ ଦେଖାଇବାକୁ, ଗୁରୁ ଭାବେ, ଅଧିକାରୀ ଭାବେ ରହିପାର !ଆମ୍ଭେ ମଧ୍ୟ ଆମ୍ଭ ଠାରେ ରାଗ, ହିଂସା, କପଟ ଦେଖାଦେଲା ବେଳେ, ସେହି କ୍ଷଣି ହିଁ ସଜାଡ଼ିବା !ନହେଲେ ମହାନ ଆଶୀର୍ବାଦକୁ ହରାଇବା !ଆଉ ସଦାପ୍ରଭୁ ଆମ ସମସ୍ତଙ୍କୁ ଏହି ପୃଥିବୀରେ ପଥ ଦେଖାଇବା ପରି, ଗୁରୁଙ୍କ ପରି ପସନ୍ଦ କରିଛନ୍ତି !ଅନ୍ଧାର ଓ ପାପରେ ଜୀବନଯାପନ କରୁଥିବା ଲୋକଙ୍କୁ ରକ୍ଷା କରି ମାର୍ଗଦର୍ଶୀ ଭାବେ ତାହାଙ୍କର ନାମକୁ ଜଣାଇବା ଗୁରୁଙ୍କ ପରି ଆମ୍ଭଙ୍କୁ ରଖିଛନ୍ତି !ଆମ୍ଭେ ଗଭୀରତମ ମାର୍ଗଦର୍ଶୀ ହୋଇ ରହିଥିଲେ, ସଦାପ୍ରଭୁ ଆମ୍ଭଙ୍କୁ ଉତ୍ତମ ମାର୍ଗଦର୍ଶୀ ହୋଇ ଜୀବନଯାପନ କରିବାକୁ ଆମ୍ଭକୁ ନିଚୟ ସାହାଯ୍ୟ କରିବେ !

- ଶ୍ରୀମତୀ ଶକ୍ତି ଶଙ୍କର ରାଜ 

 

ପ୍ରାର୍ଥନାର ଅଂଶ :-

ଆମ୍ଭ ସେବାରେ ନୂତନ ଭାବେ ମିଳନ ହୋଇଥିବା ସେବକମାନଙ୍କୁ ପରମେଶ୍ୱର ଗୋଟିଏ ପ୍ରକାର ଦର୍ଶନ ଦେବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet