By Village Missionary Movement
Saturday, 02-Oct-2021ଆଜିର ବାକ୍ୟ (Oriya) 02-10-2021
ଅଳିଆ ଗାଡି
“ଯେ ଆପଣା ପ୍ରତିବାସୀକୁ ତୁଚ୍ଛ କରେ, ସେ ନିର୍ବୋଧ; ମାତ୍ର ବୁଦ୍ଧିମାନ ତୁନି ହୋଇ ରହେ।“ - ହିତୋପଦେଶ 11:12
ଦିନେ ଫିଲିପ ଭଡାଟିଆ ଗାଡିରେ ବସି ତାହାର ଯାତ୍ରା ଆରମ୍ଭ କରିବା ବେଳେ, ଗାଡିଟି ଠିକ ରାସ୍ତାରେ ଯାଉଥିବା ବେଳେ, ଅକସ୍ମାତରେ ଗୋଟିଏ କଳା ରଙ୍ଗୀନର କାର ଖୀପ୍ର ଗତିରେ ବିପରୀତ ଦିଗରେ ଆସିଲା ! ଫିଲିପର ଗାଡି ଚାଳକ ଠିକରେ ଗାଡିକୁ ଚଲାଇ ଗୋଟିଏ ଛୋଟ ସ୍ଥାନରେ ଦୁର୍ଘଟଣାରୁ ବଞ୍ଚାଇ ଦେଲା !କିନ୍ତୁ କଳା ରଙ୍ଗୀନର ଗାଡି ଚାଳକ ଡ୍ରାଇଭରକୁ ଗାଳିଗୁଳା କରିବା ଆରମ୍ଭ କରିଦେଲା !ମାତ୍ର ଡ୍ରାଇଭର ମୁରୁକି ହସି ହାତକୁ ଟେକି ତାହାର ରାସ୍ତାରେ ଯିବାକୁ ଆରମ୍ଭ କଲା !ଫିଲିପ ଡ୍ରାଇଭର ସହ କହିଲା, କାହିଁକି ତାଙ୍କୁ ଛାଡି ଦେଲ, ମୋତେ ହିଁ ରକ୍ତ ଗରମ ହୋଇଗଲା ବୋଲି ବହୁତ ପ୍ରଶ୍ନ ପଚାରିବାରୁ ସେହି ଡ୍ରାଇଭର କହିଲା, ଅନେକ ଲୋକ ଅଳିଆ ନେଉଥିବା ଲରୀ ପରି ଅଛନ୍ତି !ତାହାଙ୍କର ହୃଦୟ ସାରା ବହୁତ ଠକ, ରାଗ ଓ ବିରକ୍ତିରେ ଦେଖାଯାଉଛନ୍ତି !ସେହି ଅଳିଆ ଗାଡି ଯେକୌଣସି ଗୋଟିଏ ସ୍ଥାନରେ ସେହି ଅଳିଆକୁ ଫୋପାଡ଼ିବା ପରି ଏମାନେ ଅଳିଆକୁ ତାଙ୍କ ହୃଦୟରେ ରଖି କାହାରି ପ୍ରତି ପକାଇବା ବୋଲି ଚାହିଁ ରହୁଛନ୍ତି !କିଛି ସମୟରେ ଆମ୍ଭ ଉପରେ ପକାଇ ଦିଅନ୍ତି !ସେତିକି ମନରେ ରଖିବାକୁ ନାହିଁ !ସେହି ଅଳିଆକୁ ବୋହି ତାହାକୁ ଘରକୁ ନାହିଁତ ଅଫିସ ପରି ସ୍ଥାନକୁ ଯାଇ ଦେଖାଇବାକୁ ନାହିଁ !ସେହି ଅଳିଆକୁ ସେହି ସମୟରେ ହିଁ ପାସୋରି ଯାଇ ତ୍ୟାଗ କରିବା ଉତ୍ତମ ଅଟେ ବୋଲି କହିଲା !
ଦାଉଦ ରାଜା ତାହାଙ୍କ ସମସ୍ତ ଜନତା, ସୈନିକଗଣ ଚାଲି ଚାଲି ଆସୁଥିବା ବେଳେ, ଶାଉଲ ପରିବାରକୁ ସିମି ଦାଉଦଙ୍କୁ ରାଜା ରୂପେ ଗ୍ରହଣ କରିବାକୁ ଇଚ୍ଛା ନ ଥାଇ, ତାହାଙ୍କୁ ଘୃଣା କରି ପଥର ଓ ମାଟି ଫୋପାଡ଼ି ଆସିଲେ !ଦାଉଦଙ୍କ ଚାରିପଟେ ଥିବା ଲୋକେ ରାଗିକି ତାହାର ମସ୍ତକ ଛେଦନ କରି ଆସିବୁ ବୋଲି ପଚାରିବାରୁ, ଦାଉଦ କହିଲା, ସେ ଘୃଣା କଲେ କରୁ, ଏହା ସଦାପ୍ରଭୁଙ୍କର ଆଜ୍ଞା ନ ହେଲେ କିଛି ଘଟିବ ନାହିଁ !ଏହା ମନ ଭିତରେ କିଛି ନ ରଖି ଦାଉଦ କହିଲା !
କେତେକ ଥର ଆମେ କାର୍ଯ୍ୟ କରୁଥିବା ସ୍ଥାନରେ, କେତେକ ଥର ଏହିପରି ଭାଷା ଶୁଣି କଷ୍ଟ ହୋଇଛୁ !ମୁଁ ଗୋଟିଏ ଭୁଲ ବି କରିନାହିଁ, ମାତ୍ର ମୋର ବିଷୟରେ ଏହିପରି କହୁଛନ୍ତି ବୋଲି ରାତି ସାରା ଅନିଦ୍ରା ହୋଇ ତାହାକୁ ମନେ ପକାଇ ରହୁଛୁ !ସେହି ଡ୍ରାଇଭର କହିବା ସଦୃଶ୍ୟ ଆପଣା ଅଳିଆକୁ କାହାରି ଉପରେ ଫିଙ୍ଗିବା ବୋଲି ଖୋଜି ବୁଲିବା ବେଳେ ଆମେ ଛନ୍ଦି ହୋଇ ଯାଉଛୁ !ବିଚଳିତକୁ ପରିତ୍ୟାଗ କର, ଏହା ତୁମ୍ଭଙ୍କୁ ହିଁ ହୋଇଥିବା ବ୍ୟକ୍ତିଗତ ଅନୁଭୂତି ନୁହେଁ !ଯେ ଆପଣା ପ୍ରତିବାସୀକୁ ତୁଚ୍ଛ କରେ, ସେ ନିର୍ବୋଧ; ମାତ୍ର ବୁଦ୍ଧିମାନ ତୁନି ହୋଇ ରହେ ବୋଲି ପବିତ୍ର ବାଇଵଲରେ କୁହାଯାଇଛି !କିଏ ହେଲେ ଶବ୍ଦ କଲେ ନାହିଁତ ନିନ୍ଦା କଲେ ଦାଉଦଙ୍କ ସଦୃଶ୍ୟ ଏକ ମୁରୁକି ହସରେ ଗ୍ରହଣ କରି, ସେହିପରି ପରିତ୍ୟାଗ କର !ତାହାକୁ ମନେ ପକାଇ ପଚିସଡ଼ି ଯାଅ ନାହିଁ !ସେମାନଙ୍କ ନିମନ୍ତେ ପ୍ରାର୍ଥନା କରନ୍ତୁ !ତୁମ୍ଭ ପରିବାରର ଲୋକ ହେଲେ ଗଣ୍ଡଗୋଲ ଦିନକୁ ବୃଥା ନ କରି ତାହାଙ୍କୁ କ୍ଷମା ଦେଇ ପ୍ରେମ କରନ୍ତୁ !ସଦାପ୍ରଭୁ ଦୟା କରିଥିବା ଅଦଭୂତ ଦିନକୁ ଆନନ୍ଦରେ ଅନୁଭବ କର !
- ଭାଇ ଆରୀସ ଶାମୂଏଲ
ପ୍ରାର୍ଥନାର ଅଂଶ :-
ନାମ୍ବିକେ ନାମକ ଚାନେଲର କାର୍ଯ୍ୟକ୍ରମ ଦେଖୁଥିବା ଅନେକ ଲୋକେ ପ୍ରଭୁଙ୍କର ପ୍ରେମକୁ ଜାଣିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.