Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 03-10-2021 (Kids Special)
Share:

By Village Missionary Movement

Sunday, 03-Oct-2021

ଆଜିର ବାକ୍ୟ (Oriya) 03-10-2021 (Kids Special)

 

ବିଶେଷ କରି ଛୋଟପିଲାମାନଙ୍କ ପାଇଁ 

 

“ମାତ୍ର ଧାର୍ମିକମାନଙ୍କ ପଥ ପ୍ରଭାତର ଆଲୁଅ ତୁଲ୍ୟ, ଯାହା ମଧ୍ୟାହ୍ନ ପର୍ଯ୍ୟନ୍ତ ଆହୁରି ଆହୁରି ତେଜସ୍କର ହୁଏ।“ – ହିତୋପଦେଶ 4:18

 

    ହାଇ ପିଲାମାନେ, ଗାଁକୁ ଯିବା କହିଲେ ତୁମ୍ଭଙ୍କୁ ବହୁତ ଖୁସିତ !ସେଥି ମଧ୍ୟରେ ତୁମର ମାମୁଁଙ୍କ, ଅଜାଙ୍କ ଗାଁକୁ ଗଲେ ଆଉ ଅଧିକ ଖୁସିରେ ଥିବତ !ଏମିତି ଦୀପକ ନାମକ ଭାଇ ତାଙ୍କ ମାମୁଁଙ୍କ ଘରକୁ ଗଲା !ମାମୁଁଙ୍କ ଘରେ ଥିବା ଛୋଟ ବାବୁ ସହ ଖୁସିରେ ଖେଳିଲା !ମାମୁଁ ଦୀପକଙ୍କୁ ସପିଙ୍ଗକୁ, ପାର୍କକୁ ଏମିତି ଅନେକ ସ୍ଥାନକୁ ବୁଲାଇବାକୁ ନେଲା !ଏହିସବୁ ଦୀପକକୁ ବହୁତ ଖୁସି ଥିଲା !ମାମୁଁ ଦୀପକକୁ ପଚାରିଲା, ଦୀପକ ତୁମେ ସବୁବେଳେ ବହୁତ ଭଲରେ ବାଇଵଲ ପଢି, ପ୍ରାର୍ଥନା କରୁଛ କି ନା ନାହିଁ, ପ୍ରଭୁଙ୍କର ସନ୍ତାନ ହୋଇ ଜୀବନଯାପନ କରୁଛ କି ? ଦୀପକ ଉତ୍ତର କଲା, ପ୍ରଥମେ ବନ୍ଧୁଙ୍କ ସହ ଖୁସିରେ ବୁଲାବୁଲି କରି ତାପରେ ଯୀଶୁଙ୍କ ପଥରେ ଚାଲିବି କହିଲା !ମାମୁ ମଧ୍ୟ ମୁଣ୍ଡ ହଲାଇଲା !

 

   ତାପରେ ମାମୁଁ ଓ ଦୀପକ ମିଶି କାରରେ ଦୀପକଙ୍କ ଘରକୁ ବାହାରିଲେ !ଗ୍ରାମ ସମିପରେ ଦୁଇଟି ରାସ୍ତା ଥିଲା !ଗୋଟିଏ ରାସ୍ତା ଗାଁକୁ ଯାଏ ଓ ଅନ୍ୟଟି ସୁନ୍ଦର ଅରଣ୍ୟକୁ ଯାଏ !ମାମୁଁ ସେହି ଅରଣ୍ୟ ଯିବା ରାସ୍ତାରେ କାରକୁ ଡ୍ରାଇଭ କରି ନେଲା !ଦୀପକ ମାମୁଁଙ୍କୁ କହିଲା, ମାମୁଁ ମାମୁଁ ତୁମେ ଭୁଲ ରାସ୍ତାରେ ଯାଉଛ, ଏହା ଅରଣ୍ୟ ମଧ୍ୟକୁ ଚାଲିଯାଏ, ଉତ୍ତମ ରାସ୍ତା ନୁହେଁ !ମାମୁଁ କହିଲା, ହଁ ମୁଁ ଜାଣେ ଦୀପକ !ଏହି ଅରଣ୍ୟ ବହୁତ ସୁନ୍ଦର ଥିବ !ଅଳ୍ପ ରାସ୍ତା ଅରଣ୍ୟକୁ ଯାଇ ତାହାର ସୌନ୍ଦର୍ଯ୍ୟକୁ ଦେଖି, ଅନୁଭବ କରି, ଆନନ୍ଦରେ ପୁଣି ଫେରିବା ଓକେ ତ କହିଲା !ସୂର୍ଯ୍ୟ ଅସ୍ତ ହେବାକୁ ଯାଉଛି !ସନ୍ଦ୍ୟା ସମୟ ବହୁତ ସୁନ୍ଦର ଅଛି !କିନ୍ତୁ ଦୀପକକୁ ଭୟ ଲାଗୁଛି !ଦୀପକ କହିଲା, ମାମୁଁ ମାମୁଁ ଆଉ ଅଳ୍ପ ସମୟ ପରେ ଅନ୍ଧାର ହୋଇଯିବ, ମୋତେ ବହୁତ ଭୟ ଲାଗୁଛି, ଫେରି ଯିବା କହିଲା !ମାମୁଁ କହିଲା, ଏଠାରେ ପୁଣି ଏଠାରେ ଭୟଙ୍କର ବନ୍ୟଜନ୍ତୁ କେତେ ଅଛନ୍ତିତ, ଯେକୌଣସି ଗୋଟିଏ ବନ୍ୟଜନ୍ତୁକୁ ଦେଖିବା ପରେ ଫେରିବା !ଦୀପକ କହିଲା, ମାମୁଁ ଯଦି ହାତୀ ଆସିବ ତେବେ ଆମ କାରକୁ ମଧ୍ୟ ଚକଟି ଦଳି ଦେବ !ଗତ ସପ୍ତାହରେ ଗୋଟିଏ ଚିତାବାଘ ଗଛ ଆଡୁଅରେ ଠିଆ ହୋଇ ହଠାତରେ ଆସି ଜଣକୁ ହତ୍ୟା କରିଦେଲା !ଆସନ୍ତୁ ମାମୁଁ ଫେରିଯିବା କହିଲା !ସଂଗେ ସଙ୍ଗେ ମାମୁଁ ଦୀପକକୁ କହିଲା, ତୁମେ ତ କହିଲ, ଏହି ଜଗତର ଆନନ୍ଦ କିଛି ଦିନ ଅନୁଭବ କରି, ତାପରେ ଖ୍ରୀଷ୍ଟଙ୍କ ମାର୍ଗରେ ଚାଲିବି !ତୁମେ ଫେରିଗଲେ, ତାହା ତୁମ୍ଭର ଅଭିମାନକୁ ବିନାଶ କରିଦେବତ !ତେଣୁକରି ଆଜି ଠାରୁ ଯୀଶୁଙ୍କ ପିଲା ହୋଇ ରହିବୁ ତ ବୋଲି ପଚାରିଲା !ତେବେ ଦୀପକ ତାହାର ଭୁଲକୁ ଜାଣି ପାରିଲା !ପ୍ରିୟ ଭାଇ ଓ ଭଉଣୀମାନେ ଆପଣମାନେ ମଧ୍ୟ ଯୀଶୁବାପାଙ୍କର ଇଚ୍ଛାର ମାର୍ଗରେ ଚାଲିବ ତ !ଧନ୍ୟବାଦ !ପବିତ୍ର ଜୀବନ ହିଁ ଖୁସିର ଜୀବନ !

- ଏ. ବିହୁଲା

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet