By Village Missionary Movement
Wednesday, 06-Oct-2021ଆଜିର ବାକ୍ୟ (Oriya) 06-10-2021
ଅଭାଵୀକୁ ସାହାଯ୍ୟ କର
“ଉପକାର କରିବାର ସାମର୍ଥ୍ୟ ତୁମ୍ଭ ହସ୍ତରେ ଥିଲେ, ଉଚିତ ଦାନପାତ୍ରମାନଙ୍କୁ ମନା କର ନାହିଁ।“ - ହିତୋପଦେଶ 3:27
ଜଣେ ଯୁବକକୁ ତାର ସାମର୍ଥ୍ୟ ଅନୁଯାୟୀ ଚାକିରୀ ଗଣ୍ଡେ ନ ଥାଇ, ବହୁତ କମ ଦରମା ପାଇବା ଦ୍ଵାରା, ଗାଁରେ ରହିଥିବା ପିତାମାତାଙ୍କୁ ଟଙ୍କା ପଠାଇ ନ ପାରି ଚିନ୍ତାରେ ରହୁଥାଏ !ମୋର କଣ ଶେଷ ନାହିଁକି ବୋଲି ପ୍ରାର୍ଥନା କରି, ସେ ଯାଉଥିବା ଚର୍ଚ୍ଚରେ ଛୋଟ ଛୋଟ ସେବା କରି ଆସୁଥାଏ !ଦିନେ ତାହାର ଅଧିକାରୀ ତାହାର ବନ୍ଧୁଙ୍କୁ ଖାଦ୍ୟ ଦିଅ ବୋଲି ସରକାରୀ ଡାକ୍ତରଖାନାକୁ ପଠାଇଲା !ତାହା କରୋନା ୱାର୍ଡ ଯୋଗୁ ମାସ୍କ, ହାତରେ ଗ୍ଲୋବ ପିନ୍ଧି, ଇଏ ଯାଇ କେଉଁ ଆଡେ ବୁଲି ଦେଖିଲେବି ଜଣ ଗହଳି, ସ୍ଥାନ ଅଭାବରେ ବ୍ୟାଧିରେ ଶୋଇ ରହିଥିବା ପ୍ରତ୍ୟେକ ଆଖିରେ ଏକ ଅପେକ୍ଷା !କିଏ ହେଲେ କିଛି ସାହାଯ୍ୟ କରିବେ ନାହିଁକି !ସେଠାରେ ଥିବା ନର୍ସ ଓ କାର୍ଯ୍ୟରତ କର୍ମୀ ସକ୍ରିୟରେ ଭ୍ରମଣ କରି ସମସ୍ତ ଜାଣି ନ ପାରି ବିଚଳିତରେ ରହିଥାନ୍ତି !ବନ୍ଧୁଙ୍କୁ ଖାଦ୍ୟ ଦେଇ, ତୃସାରେ ବିକଳ ହେଉଥିବା ଲୋକଙ୍କୁ ପାଣି ଯୋଗାଇ, ସେମାନଙ୍କର ଆବଶ୍ୟକତାକୁ ଜାଣି ପାରି ସାହାଯ୍ୟ କରିବା ଆରମ୍ଭ କଲା !ପାଣି ଓ ଖାଦ୍ୟ ପାଇବା ଲୋକେ, ତାଙ୍କ ହାତକୁ ହଜାର ହଜାର ଟଙ୍କା ଦେଲେ !କେବଳ ସେତିକି ନୁହେଁ, ସେମାନେ କହିଲେ, ବାବୁ ଏହି କରୋନା ୱାର୍ଡରେ ଆମେ ରହିବା ପର୍ଯ୍ୟନ୍ତ ଦୟାକରି ସାହାଯ୍ୟ କରି ପାରିବୁକି ? ସେହି ଯୁବକ ତିରସ୍କାର କରିବାକୁ ଇଚ୍ଛା ନ ଥାଇ, ତାହାର ଜୀବନକୁ କ୍ଷଣିକ ବୋଲି ଭାବନା କରି, ସାହାଯ୍ୟ କରିବାକୁ ଆରମ୍ଭ କଲା !ଦୁଇ ମାସ ସେଠାରେ କାମ କଲା !ଜୀବନରେ ବଂଚିବା ଲୋକ ଟଙ୍କା ଦେଇ କୃତଜ୍ଞତା ଜଣାଇଲେ !ଦୁଇ ମାସ ମଧ୍ୟରେ ଦୁଇ ଲକ୍ଷ ଟଙ୍କା ସେ ରୋଜଗାର କଲା !ତାହାର ପାଲକଙ୍କ ନିକଟକୁ ଆସି ଘଟିଥିବା ଘଟଣା ବିଷୟରେ ସାକ୍ଷ ଦେଲା !
ଦାଉଦ ମହା ରାଜା ଅରଣ୍ୟରେ ଥିବା ବେଳେ ମେଣ୍ଢା କେଶ କାଟିବା ନାବଲଙ୍କ ନିକଟକୁ ତାଙ୍କ ଦାସଙ୍କୁ ପଠାଇ ତାଙ୍କ ଓ ତାହାର ଦାସମାନଙ୍କ ନିମନ୍ତେ ସାହାଯ୍ୟ ଓ ଖାଦ୍ୟ ମାଗିବାରୁ, ନାବଲ ରାଗିକି କଥା ହୋଇ, କୌଣସି ସାହାଯ୍ୟ ନ କରି ପଠାଇ ଦେଇ ରାଜାଙ୍କ ରାଗକୁ ପୁନଃ ପାଇଲା !ଏହା ଶୁଣି ଥିବା ନାବଲର ସ୍ତ୍ରୀ ଅବିଗଏଲ, ଭୋକିଲା ଥିବା ଦାଉଦଙ୍କୁ ଓ ତାହାର ଦାସମାନଙ୍କୁ ଖାଦ୍ୟ ପ୍ରସ୍ତୁତି କରି, ସମ୍ମୁଖୀନ ହୋଇ, ଯାଇ ଖାଦ୍ୟ ଦେଇ ରାଜାଙ୍କ ଦୟାକୁ ପାଇଲା !ଅନ୍ୟର ଉପକାର କରିବାକୁ ଆମ୍ଭର ସାମର୍ଥ୍ୟ ଥିଲେ, ଆମ୍ଭେ ସେହି ସୁଯୋଗକୁ ଉତ୍ତମ ରୂପେ ବ୍ୟବହାର କରିବାକୁ ହେବ !ଅବିଗଏଲ ଜ୍ଞାନରେ ଚାଲି, ସାହାଯ୍ୟ କରି ଆଶୀର୍ବାଦକୁ ପାଇଲା !
ଅନେକ ସମୟରେ ଆମ୍ଭେ କଷ୍ଟ, ବେଦନାର ଅବସ୍ଥାରେ ଚାଲୁ ଥିବା ବେଳେ କଣ କରିବାକୁ ପଡିବ ଜାଣି ନ ପାରି ଚିନ୍ତାରେ ଥିବା ବେଳେ, ଆମ୍ଭ ନିମନ୍ତେ ଚିନ୍ତା ଓ ବୋଝ ହିଁ ଆମ୍ଭଙ୍କୁ ବିଚଳିତ କରିବ !କିନ୍ତୁ ସେହି ପରିସ୍ଥିତିରେ ମଧ୍ୟ ସ୍ୱାର୍ଥପର ନ ଦେଖାଇ, ଅନ୍ୟର ଉପକାର ନିମନ୍ତେ, ସେମାନଙ୍କୁ କଣ କରିପାରିବି ବୋଲି ଭାବନାରେ ଆମ୍ଭର ସାମର୍ଥ୍ୟ ଅନୁସାରେ ସାହାଯ୍ୟ କଲେ ପ୍ରଭୁଙ୍କର ପ୍ରେମ ପ୍ରକାଶିତ କରିବା ସଦୃଶ୍ୟ, ପ୍ରଭୁଙ୍କର ନାମ ମହିମା କରିବା ଲୋକ ପରି ଦେଖା ଯିବା !
- ଶ୍ରୀମତୀ ବାସନ୍ତୀ ରାଜ ମୋହନ
ପ୍ରାର୍ଥନାର ଅଂଶ :-
ମିଡ଼ିଆ ସେବାରେ ସେବା କରୁଥିବା ସେବକମାନଙ୍କୁ ପରମେଶ୍ୱର ବିଶେଷ ଜ୍ଞାନରେ ପୂର୍ଣ୍ଣ କରିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.