Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 12-10-2021
Share:

By Village Missionary Movement

Monday, 11-Oct-2021

ଆଜିର ବାକ୍ୟ (Oriya) 12-10-2021

 

ସମ୍ପଦର ସୁରକ୍ଷା 

 

“ସଦାପ୍ରଭୁ ବିଷୟକ ଭୟ ଦୃଢ଼ ବିଶ୍ୱାସଭୂମି; ଆଉ, ତାହାଙ୍କ ସନ୍ତାନମାନେ ଆଶ୍ରୟ ସ୍ଥାନ ପାଇବେ।“ - ହିତୋପଦେଶ 14:26

 

ଆମ୍ଭ ଜୀବନରେ ଆମର ପିଲାମାନେ ବହୁତ ଗୁରୁତ୍ୱ ଅଟନ୍ତି !ପିତାମାତା ସନ୍ତାନମାନଙ୍କ ନିମନ୍ତେ ସମ୍ପତି ଅର୍ଜନ କରିବା ଠିକ ଅଟେ !କିନ୍ତୁ ତାହାଠାରୁ ଏକ ଗୁରୁତ୍ୱପୂର୍ଣ କାର୍ଯ୍ୟ ପରିବାରରେ ଦେଖା ଦେବାକୁ ହେବ !ତାହା କଣ ? ତାହା ହେଉଛି, ସଦାପ୍ରଭୁଙ୍କର ଭୟ !ଆମ୍ଭେ ପରମେଶ୍ୱରଙ୍କୁ ଭୟ କରି, ତାହାର ମାର୍ଗରେ ଚାଲି, ଗୋଟିଏ ଉତ୍ତମ ଜୀବନ ଯାପନ କଲେ, ଆମ୍ଭ ପିଲାଙ୍କୁ ତାହାହିଁ ଆଶ୍ରୟ ହେବ !କୋଟି କୋଟି ଧନ, କୋଠାବାଡ଼ି, ମୂଲ୍ୟବାନ ବନ୍ଧୁକ ଦେଇ ନ ପାରିବା ସୁରକ୍ଷା, ପରମେଶ୍ୱର ଦେବା ଆଶ୍ରୟ ହିଁ ଦେଇପାରିବ !ଏହି ସୁରକ୍ଷା ହଜାର ହଜାର ବର୍ଷ ପର୍ଯ୍ୟନ୍ତ ରହିବ !ସଦାପ୍ରଭୁଙ୍କର ଆଶ୍ରୟ ଦ୍ଵାରା ଖାଦ୍ୟ, ଧାରଣ କରିବାକୁ ପୋଷାକ, ଆବଶ୍ୟକ ହେଉଥିବା ପାଠ, ସୁସ୍ଥ ଜୀବନ, ଉତ୍ତମ ଖୁସିର ପରିବାରରେ ସେମାନେ ଆଶୀର୍ବାଦ ଯୁକ୍ତ ହୋଇ ରହିବେ !

 

ପବିତ୍ର ଗ୍ରନ୍ଥରେ ଋତ ଆମ୍ଭେ ଯଦି ପଡିବା, ସେ ତାହାର ଶାଶୁଙ୍କ ଆନୁଗତ୍ୟ ହୋଇ ଜୀବନଯାପନ କରିବା ଦେଖୁଛୁ !ପ୍ରଭୁଯୀଶୁଖ୍ରୀଷ୍ଟଙ୍କୁ ନ ଜାଣିବା ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ତାହାର କର୍ମ ଦ୍ଵାରା ପ୍ରଭୁଙ୍କର ଇଚ୍ଛାରେ ଚାଲି, ବିଧବା ହୋଇଥିବା ତାହାର ଶାଶୁଙ୍କୁ ଆଦରି, ତାହାଙ୍କ ସହ ଜୀବନଯାପନ କରି, ତାହାର ସେବା କରି ଆସିଲା !ଏହି ଉତ୍ତମ ଗୁଣ ବୋୟଜଙ୍କୁ ଜଣାଇ ଦିଆଗଲା !ସେଥିପାଇଁ ବୋୟଜ ତୁମ୍ଭେ କରିଥିବା କର୍ମର ପ୍ରତିଫଳ ଦେବ ବୋଲି ଆଶୀର୍ବାଦ କଲେ !ଋତ ଓ ବୋୟଜକୁ ଜନ୍ମ ହୋଇଥିବା ବଂଶାବଳିରୁ ଦାଉଦ ଓ ଯୀଶୁଖ୍ରୀଷ୍ଟ ଜନ୍ମ ନେଲେ !କେତେ ବଡ଼ ଆଦ୍ଦ୍ଭୂତ ଜୀବନ ଓ ଋତୁଙ୍କୁ ମହାନ ଆଧିପତ୍ୟ ମିଳିଲା !

 

ପ୍ରିୟ ବନ୍ଧୁଗଣ, ଆଜି ଆମ୍ଭେ ପରମେଶ୍ୱରଙ୍କ ଆଜ୍ଞାକୁ, ବାକ୍ୟକୁ ଭୟଭିତ ହୋଇ ଆମ୍ଭ ଘରେ ଥିବା ବୃଦ୍ଧାପିତାମାତାଙ୍କୁ ଆଦର କରୁଛୁ କି ? "ପିତାମାତାଙ୍କୁ ସମାଦର କର" ଆଜ୍ଞାକୁ ଅନୁଗମନ କରୁଛୁ କି ? ସେମାନଙ୍କୁ କିପରି କଢାଇ ନେଉଛୁ ? ଆମ୍ଭେ କେମିତି କରିବା, ଆମ୍ଭଙ୍କୁ ତଦରୂପ କରାଯିବ !ଆମ୍ଭ ପିଲାମାନଙ୍କୁ ଆଶ୍ରୟ କାହା ଦ୍ଵାରା ମିଳିବ ? ଭକ୍ତିପୂତ ପିତାମାତାଙ୍କ ଦ୍ଵାରା ହିଁ ବୋଲି ପ୍ରତ୍ୟେକ ଜଣ ବୁଝିବାକୁ ହେବ !ଆମ୍ଭେ ପ୍ରଭୁଙ୍କର ଆଜ୍ଞାବହ ହୋଇ ଜୀବନଯାପନ କରି ଆମ୍ଭର ଆସୁଥିବା ବଂଶାବଳିକୁ ଆଶୀର୍ବାଦ ବଢ଼ାଇ ଆସିବା !ଆମେନ୍ !

- ଶ୍ରୀମତୀ ଭୁବନ ଧାନାବାଲାନ 

 

ପ୍ରାର୍ଥନାର ଅଂଶ :-

ସାତ ହଜାର ମିଶିନାରୀ ଦ୍ଵାରା ଏକ ଲକ୍ଷ ଗ୍ରାମ ଉଦ୍ଧାର ହେବା ଯୋଜନାରେ, ସମସ୍ତ ରାଜ୍ୟରୁ ବାର ଜଣ ଆମ୍ଭ ସହ ମିଳନ ହେବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al matbet matbet bahiscasino betsat betsat pashagaming pashagaming betpas betpas giriş ngsbahis perabet perabet giriş