By Village Missionary Movement
Wednesday, 13-Oct-2021ଆଜିର ବାକ୍ୟ (Oriya) 13-10-2021
ଉତ୍ତମ ବନ୍ଧୁ
“ଗୁପ୍ତ ପ୍ରେମଠାରୁ ପ୍ରକାଶିତ ଅନୁଯୋଗ ଭଲ।“ - ହିତୋପଦେଶ 27:5
ଜଣେ ଧୂମ୍ରପାନକାରି ବନ୍ଧୁ ସିଗାରେଟ ଟାଣୁଥିବା ବେଳେ ତାର ସହପାଠୀ ବନ୍ଧୁଙ୍କୁ ଦେଖିଲା !ତାଙ୍କୁ ଦେଖି ଖୁସିରେ ତାହାଙ୍କୁ କହିଲା, ତୁମେ ମଧ୍ୟ ଗୋଟିଏ ସିଗାରେଟ ଟାଣନ୍ତୁ !ସେ ବନ୍ଧୁ କହିଲା, ମୋର ଦରକାର ନାହିଁ, ମୁଁ ସିଗାରେଟ ଟାଣେ ନାହିଁ !ସେହିପରି କଥା ହେଉ ହେଉ ତାଙ୍କ ପାଠପଡା ବିଷୟରେ ମନେ ପକାଇଲେ !ଖୁସିରେ କଥା ହେଉ ହେଉ ଏହି ବନ୍ଧୁ ଆଉ ଏକ ସିଗାରେଟ ଟାଣିଲା !ଏହା ଦେଖି ତାର ବନ୍ଧୁ, ବନ୍ଧୁ ତୁମେ ଏହି ସିଗାରେଟ କାଢି ତୁମ୍ଭର ସୁନ୍ଦର କଟନ ସାର୍ଟକୁ ଜଳାଇ ଦେଖିବା କହିଲା !ତେବେ ସେ କହିଲା, ରେ ନିର୍ବୋଧ ହଜାର ଟଙ୍କା କଟନ ସାର୍ଟ ଖରାପ ହେବ, କଣ ଜାଣିନୁ ? ଏହା କହିବା କ୍ଷଣି ସେହି ବନ୍ଧୁ ତାଙ୍କ ଅନ୍ୟ ବନ୍ଧୁ ସହ ଏପରି କହିଲା, ବନ୍ଧୁ ହଜାର ଟଙ୍କା ପାଇଁ ତୁମ୍ଭେ ଜାଗ୍ରତ ହେଉଛ !କିନ୍ତୁ ବହୁମୂଲ୍ୟର ତୁମ୍ଭ ହୃଦୟର ଫୁସ ଫୁସକୁ ସିଗାରେଟ ଟାଣି ବିନାଶ କରୁଛରେ ନିର୍ବୋଧ !ତେବେ ସେହି ବନ୍ଧୁ ଗଭୀର ଭାବେ ଆଲୋଚନା କରି ଦେଖିଲା !
ପବିତ୍ର ଗ୍ରନ୍ଥରେ ଶାମୁଏଲ ନାମକ ଭବିଷ୍ୟତବକ୍ତା ଶାଉଲ ରାଜାର ଭୁଲକୁ ଜଣାଇବାକୁ 1ମ ଶାମୂଏଲ ପନ୍ଦର ଅଧ୍ୟାୟରେ ଦେଖୁଛୁ !ଅମାଲେକୀୟମାନଙ୍କୁ ବିନାଶ କରିବାକୁ ପରମେଶ୍ୱର ଶାମୁଏଲ ଦ୍ଵାରା କହିଲେ !କିନ୍ତୁ ଶାଉଲ ସେହିପରି ନ କରି, ତାହାର ଇଚ୍ଛା ଅନୁଯାୟୀ ହୃଷ୍ଟପୁଷ୍ଟ ମେଷ ଓ ପଶୁକୁ, ଉତ୍ତମ ଦ୍ରବ୍ୟକୁ ଛାଡି ଦେଲା !ଏହି ବିଷୟରେ ଶାମୁଏଲ ଜାଣିବାରୁ, ଶାମୁଏଲ ଶ୍ୱଷ୍ଟଭାବେ ଶାଉଲ ସହ କହିଲା, ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ତୁଚ୍ଛ କରିଅଛ, ଏଥିପାଇଁ ସେ ମଧ୍ୟ ତୁମ୍ଭକୁ ରାଜା ହୋଇ ଥିବା ପାଇଁ ତୁଚ୍ଛ କରିଅଛନ୍ତି।(1ମ ଶାମୁଏଲ 15:23)କହିଥିବା ଆମେ ଦେଖୁଅଛୁ !ସେହି ଅଧ୍ୟାୟରେ ପୂରାପୁରି ଶାମୁଏଲ ସତର୍କ କରାଇବା ଦେଖୁଛୁ !ତାହାପରେ କହିଆସେ, କହିଲେ ଭୁଲ ବୁଝି ପାରେ ବୋଲି ନ ଭାବି ପ୍ରକାଶିତ ଭାବେ ଶାମୁଏଲ ଗର୍ଜନ କଲା !
ହେ ମୋର ପ୍ରିୟ ବନ୍ଧୁଗଣ, ଆଜି ଆମ୍ଭ ଅବସ୍ଥା କିପରି ଅଛି ? ଆମ୍ଭେ ଉତ୍ତମ ବନ୍ଧୁ ଭାବେ ନାଇତ ଧାର୍ମିକ ବନ୍ଧୁ ଭାବେ ରହିବାକୁ ହେବ କହିଲେ, ପବିତ୍ର ଗ୍ରନ୍ଥରେ ଲେଖା ଯାଇଥିବା ବାକ୍ୟ ଅନୁସାରେ ଗମନ କରିବାକୁ ଚେଷ୍ଟା କରିବାକୁ ହେବ !ଆମ୍ଭ ବନ୍ଧୁ ଭୁଲ କଲାବେଳେ ଆମ୍ଭେ ଦେଖୁଥିବା ଯୋଗୁ, ଆମ୍ଭେ ହିଁ ତାଙ୍କୁ ଗାତ ଖୋଲିକି ବିରୋଧୀ ହେବା !ଆଜିର ଦିନରେ ବନ୍ଧୁଙ୍କ ସହ ବିତାଇବାକୁ ଅଧିକ ସମୟ ମିଳୁଚି !ଏହି ସମୟକୁ ଉପଯୋଗୀ କରିବା !ବନ୍ଧୁମାନେ ଆମ୍ଭଙ୍କୁ ଭୁଲ ବୁଝିବେ ବୋଲି ନ ଭାବି, ସେମାନଙ୍କର ଭୁଲକୁ ପ୍ରକାଶ୍ୟ ଭାବେ ଗର୍ଜନ କରିବା ହିଁ, ପବିତ୍ର ଗ୍ରନ୍ଥ ଦେଖାଉଥିବା ଉତ୍ତମ ମାର୍ଗ !ଆମ୍ଭେ ଉତ୍ତମ ବନ୍ଧୁ ହୋଇ ରହିବା, ଆମ୍ଭଙ୍କୁ ଉତ୍ତମ ବନ୍ଧୁ ମିଳିବ !ଆମେନ୍ !
- ଟି. ଶଙ୍କର ରାଜ
ପ୍ରାର୍ଥନାର ଅଂଶ :-
ହରିୟାଣା ଓ ପଞ୍ଜାବ ରାଜ୍ୟରେ ସେବା କରିବାକୁ ଏକ ଦର୍ଶନ ପାଇଥିବା ସେବକ ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.