By Village Missionary Movement
Thursday, 14-Oct-2021ଆଜିର ବାକ୍ୟ (Oriya) 15-10-2021
ଯୋଶେଫ ନା ଶାମଶୋନ୍
“ତୁମ୍ଭ ଅନ୍ତଃକରଣରେ ତାହାର ସୌନ୍ଦର୍ଯ୍ୟକୁ ଲୋଭ କର ନାହିଁ; ଅବା ତାହାର କଟାକ୍ଷରେ ତୁମ୍ଭକୁ ଧରିବାକୁ ତାକୁ ଦିଅ ନାହିଁ।“ - ହିତୋପଦେଶ 6:25
ପବିତ୍ରତା ସ୍ତ୍ରୀ ଓ ପୁରୁଷ ଦୁଇ ଜଣଙ୍କୁ ସାଧାରଣ ଅଟେ !ତାହା କଟାକ୍ଷରେ ଆରମ୍ଭ ହୁଏ, ତେଣୁକରି ଯୀଶୁଖ୍ରୀଷ୍ଟ କହିଛନ୍ତି, ଯେ କେହି କୌଣସି ସ୍ତ୍ରୀ ପ୍ରତି କାମଭାବରେ ଦୃଷ୍ଟିପାତ କରେ, ସେ ତାହା ସଙ୍ଗରେ ମନେ ମନେ ବ୍ୟଭିଚାର କଲାଣି ।ଆଜି ଆମେ ଭଲ ରୂପରେ ଜାଣି ଥିବା ଯୋଶେଫ ଓ ଶାମଶୋନ୍ ନାମକ ଦୁଇ ଜଣ ଯୁବକଙ୍କ ଚକ୍ଷୁକୁ ଫୋକସ କରିଦେଖିବା !
ଯୋଶେଫ ରୂପବାନ ଓ ସୁନ୍ଦର ଥିଲା !ମିଶର ଦେଶକୁ ଦାଶତ୍ଵରେ ବିକ୍ରୟ କରାଯାଇଥିବା ତାହାଙ୍କ ଠାରେ ପରମେଶ୍ୱର ସହବର୍ତ୍ତୀ ଥିଲେ !ପରମେଶ୍ୱର ତାଙ୍କର ସୁନ୍ଦର ଚକ୍ଷୁ ଦେଖି ତାହାର ଆତ୍ମୀୟ ଚକ୍ଷୁ ଜାଣି ପାରିଲେ !ସେଥିପାଇଁ ପିତାମାତା, ପରିବାର ନିକଟରେ ନ ଥିଲେ ମଧ୍ୟ ପରମେଶ୍ୱରଙ୍କୁ ଭୟକରିବା, ଭୟ ତାହାଙ୍କ ଠାରେ ଥିଲା !ତାହାହିଁ ତାହାର ଉଚ୍ଚ ସ୍ଥାନକୁ ଘୋର ପାପରେ ନ ପଡି ରକ୍ଷା କରିବାର କାରଣ ଅଟେ !ବାହାରେ କେହିବି ଜାଣି ନ ପାରିବା ଏକ ଶୃଙ୍ଗାର ଜୀବନଯାପନ ତାଙ୍କ ମାର୍ଗରେ ଆସିବାରୁ, ଜଣେ ଯୁବକ କଣ କରିବ ? କିନ୍ତୁ ଯୋଶେଫ ମୁଁ କିପରି ଏହି ଘୋର ଦୁଷ୍କର୍ମ କରି, ପରମେଶ୍ୱରଙ୍କ ବିରୋଧୀ ପାପର ବୋଝ ବହିବି କି ବୋଲି, ପାପକୁ ପରିତ୍ୟାଗ କରି ଚାଲିଗଲା !ଶାମଶୋନ୍ ଫିଲିଫିୟଙ୍କ ହସ୍ତରୁ ଇଶ୍ରାଏଲଙ୍କୁ ରକ୍ଷା କରିବାକୁ ପରମେଶ୍ୱରଙ୍କ ଦ୍ଵାରା ମନୋନୀତ ହୋଇଥିବା ପ୍ରତିଭୂତି !ମାତ୍ର ସେ ଜନ୍ମ ନେଇଥିବା ଯୋଜନାକୁ ଭୁଲି ଯାଇ, ତାହାର କଟାକ୍ଷକୁ ଇଚ୍ଛା ହୋଇ ଥିବା ସ୍ତ୍ରୀ ନିମନ୍ତେ ଆଶା ହୋଇ ବାରମ୍ବାର ପାପରେ ପତିତ ହେଲା !ପିତାମାତା ତାହାଙ୍କଠାରେ ଥିଲେ ମଧ୍ୟ, ପରମେଶ୍ୱରଙ୍କୁ ଭୟ କରିବା ଭୟ ତାଙ୍କ ଠାରେ ନ ଥିବା ଯୋଗୁ, ପବିତ୍ରତା ନିମନ୍ତେ ଆଶା ନାହିଁ !ତାହାର ପ୍ରୟୋଜନର ଗୁରୁତ୍ୱକୁ ବୁଝି ପାରିଲା ନାହିଁ !ସେଥିପାଇଁ ତାଙ୍କ ଶରୀରକୁ ଦାଗ ହେବାରୁ ସେ ଅନୁତପ୍ତ ହେଲା ନାହିଁ !ଶେଷରେ ଦୁଃସ୍ଥିତି ହିଁ !
ହେ ଯୁବକଗଣ, ତୁମ୍ଭେ କାହାର ସଦୃଶ୍ୟ ଜୀବନଯାପନ କରୁଛ ? ଯୋଶେଫଙ୍କ ସଦୃଶ୍ୟ କି ଶାମଶୋନ୍ ସଦୃଶ୍ୟ ? ପିତାମାତାଙ୍କ ସହ ରହି, ତାହାଙ୍କର ଆଲୋଚନାକୁ ତୀରସ୍କାର କରି, ସଦାପ୍ରଭୁ ପରମେଶ୍ୱର ଯୀଶୁଖ୍ରୀଷ୍ଟଙ୍କୁ ଭୟ ହେବା ଭୟ ନ ଥାଇ, ବେତିରେଖରେ ଜୀବନଯାପନ କରୁଛ କି ? ଚକ୍ଷୁରେ , ହୃଦୟରେ ସ୍ଥାନ ଦେଉଥିବା ପାପକୁ, ଶରୀର ସୁଯୋଗ ଦେବାକୁ କେତେ ସମୟ ହେଉଛି ? ଶାମଶୋନ୍ ଜୀବନରେ ଗୋଟିଏ ସତର୍କତା !ସାମାଜିକ ୱେବସାଇଟ ଦ୍ଵାରା ବିବାହିତ ହେଉଥିବା ପୁରୁଷ ସ୍ତ୍ରୀମାନେ ମଧ୍ୟ ପାପର ଦାସତ୍ଵ ହୋଇ ଠକରେ ପଡୁଛନ୍ତି !ସେଥିପାଇଁ ପାପକୁ କଟାକ୍ଷରେ ବନ୍ଦ କର, ହୃଦୟରେ ନୋ ଏଣ୍ଟ୍ରି ବୋର୍ଡକୁ ଛପାଅ !ଯୋଶେଫଙ୍କ ପରି ତୁମ୍ଭେ ପବିତ୍ରତାରେ ନିଜକୁ ରକ୍ଷା କର !
- ଶ୍ରୀମତୀ ସାରୋଜା ମୋହନ ଦାସ
ପ୍ରାର୍ଥନାର ଅଂଶ :-
ମିଡିଆରେ ନୂତନ କାର୍ଯ୍ୟରେ ଅଧିକ ଅନୁଭୂତି ଥିବା ସେବକଗଣ ଆମ୍ଭ ସହ ସହଭାଗିତା ହୋଇ ସେବା କରିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.