By Village Missionary Movement
Thursday, 28-Oct-2021ଆଜିର ବାକ୍ୟ (Oriya) 28-10-2021
ଲୁଚେଇ ନ ପାରିବା
“ଯେ ଆପଣା ଅଧର୍ମ ଆଚ୍ଛାଦନ କରେ, ସେ ମଙ୍ଗଳ ପାଏ ନାହିଁ; ମାତ୍ର ଯେଉଁ ଲୋକ ତାହା ସ୍ୱୀକାର କରି ଛାଡ଼େ, ସେ ଦୟା ପାଇବ।“ - ହିତୋପଦେଶ 28:13
ଜଣେ କୃଷକ ତରଭୁଜ ଚାରା ଗୁଡିକ ରୋପଣ କଲା !ଦିନେ ସେ ଗୋଟିଏ କାମ ସକାଶେ ସହରକୁ ଯିବାକୁ ପଡିଲା !ତେଣୁକରି ସେ ତାଙ୍କ ପୁଅଙ୍କୁ କହିଲା, ତରଭୁଜ ବଗିଚା ଦେଖ, ଫଳ ଗୁଡିକ ତୋଳିକି ଖାଇବୁ ନାହିଁ,ତାହା ପୂରାପୁରି ପାଚି ନାହିଁ କହି ସହରକୁ ଚାଲିଗଲା !ପୁଅଟି ବଗିଚାକୁ ଗଲା !ଫଳି ଥିବା ଏକ ତରଭୁଜକୁ ଦେଖିଲା !ତାହା ତୋଳି, ସେଠାରେ ଥିବା ଏକ ପଥର ଉପରେ ପକାଇ ଭାଙ୍ଗିକି ଖାଇଦେଲା !ମୋର ପିତା କହିବା ବାକ୍ୟରେ ମୁଁ ବିରୋଧୀ ହୋଇ ଚାଲୁଚି ବୋଲି ଜାଣି ମଧ୍ୟ ସେ କଣ ଦେଖୁଛି କି ବୋଲି ମନକୁ ଶାନ୍ତନା ଦେଇ ଘରକୁ ଚାଲିଗଲା !ବାପା ପୁନର୍ବାର ଫେରି ଆସି ବଗିଚା ସାରା ଦେଖିଲା !ପୁଅ କରିଥିବା ଭୁଲକୁ ଜାଣି ପାରିଲାନି !ବହୁତ ସପ୍ତାହ ଚାଲିଗଲା, ଦିନେ ତାର ମାଆ ପଶୁଗୁଡିକୁ ଚରାଇବାକୁ ନେଉ ଥିବା ବେଳେ ସେହି ସ୍ଥାନରେ ଛୋଟ ଛୋଟ ତରଭୁଜ ଚାରାଗୁଡିକ ଉଠିଥିବା ଦେଖିଲା !ପୁଅଟି ଖାଇ ଫିଙ୍ଗି ଦେଇଥିବା ଫଳର ମଞ୍ଜି ଠାରୁ ତାହା ହୋଇଛି ବୋଲି ଭାବିଲେ !ବହୁତ ଦିନ ପରେ ସେ କରିଥିବା ଭୁଲ ପଦାରେ ପଡିଲା !
ଏଥିପାଇଁ ଆଲୋଚନା କରୁଥିବା ପିତାଙ୍କ ସହ ସଦାପ୍ରଭୁ ଏପରି କଥା ହେଲେ, ଜୀବନରେ କିଛି ସମୟରେ ମଣିଷ କରିବା ଭୁଲ ଗୁଡିକ ଅନ୍ୟମାନେ ଜାଣି ନ ପାରନ୍ତି !ଏପରି କଲେ ଯେକୌଣସି ଭୁଲବି ଅନ୍ୟମାନଙ୍କୁ ଜଣା ପଡିବ ନାହିଁ ବୋଲି, ସେଥିପାଇଁ ଜାଗ୍ରତ ନ ହୋଇ ରହିଲେ, ଆମ୍ଭେ ନିଜକୁ ନିଜେ ଠକି ହେଉଛୁ !ଏହି ପୃଥିବୀରେ ଆମ୍ଭେ କରୁଥିବା ଭୁଲ ଯେକୌଣସି ଦିନ ମଣିଷ ସମୁଖରେ ପଦାରେ ପଡି, ଆମ୍ଭମାନଙ୍କୁ ଲଜିତ କରିବ !ଏହିପରି ପଦାରେ ନ ପଡିଲେ, ମୃତ୍ୟୁ ପରେ ବିଚାର ଦିନରେ ପରମେଶ୍ୱରଙ୍କ ସିଂହାସନ ସମୁଖରେ ଆମ୍ଭେ ଠିଆ ହେବାବେଳେ, ସେ ସମସ୍ତ ପଦାରେ ପଡିବ !ଆମ୍ଭ ଜୀବନ ସତକ୍ରିୟା ଏବଂ ମନ୍ଦକ୍ରିୟା ଗୁଡିକ, ସେ ସମସ୍ତ ପରମେଶ୍ୱରଙ୍କ ଜୀବନ୍ତ ପୁସ୍ତକରେ ଲେଖା ଯାଇ ହୋଇଥିବ !
ପ୍ରିୟ ବନ୍ଧୁଗଣ ଆମ୍ଭ ପରିବାରରେ ପ୍ରତ୍ୟେକ କାର୍ଯ୍ୟକ୍ରମ ଦ୍ଵାରା ପରମେଶ୍ୱର ଆମ୍ଭଙ୍କୁ ପରାମର୍ଶ ଦେଇ କଥା ହେଉଥାନ୍ତି !ମାତ୍ର ଆମ୍ଭେହିଁ ତାଙ୍କର ରବକୁ ଶୁଣୁ ନାହୁଁ !ବିଷୟ ବସ୍ତୁ ଯାହା ହେଉନା କାହିଁକି, ଯାହାହେଲେବି ମୋପାଇଁ ଏଥିରେ କିଛି ପାଠ ଅଛିକି ? ଆମ୍ଭେ ସେଥିରେ କିଛି ଶିକ୍ଷା ପାଇବାକୁ ଅଛି କି ? ଆମ୍ଭେ ପରିବର୍ତ୍ତନ ହେବା ବିଷୟ କିଛି ଅଛି କି ? ଆମ୍ଭେ ସୁଧାର ହେବା ସ୍ଵଭାଵ କଣ ବୋଲି କେବଳ ଆଲୋଚନା ଆମ୍ଭଙ୍କୁ ଥିବା ପରି ହେଲେ, ପ୍ରଭୁଯୀଶୁଖ୍ରୀଷ୍ଟଙ୍କ ବାକ୍ୟକୁ ଆମ୍ଭେମାନେ ଗ୍ରହଣ କରିବା !
- ଶ୍ରୀମତୀ ଯାବା ଗାଣେଶାନ୍
ପ୍ରାର୍ଥନାର ଅଂଶ :-
ସୁସମାଚାର ସେବାକୁ ଆବଶ୍ୟକ ହେଉଥିବା ଆର୍ଥିକ ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.