By Village Missionary Movement
Sunday, 31-Oct-2021ଆଜିର ବାକ୍ୟ (Oriya) 31-10-2021 (Kids Special)
(ବିଶେଷକରି ଛୋଟ ପିଲାଙ୍କୁ )
“ଆଉ ଆମ୍ଭେମାନେ ତାହାଙ୍କ ନିକଟରେ ଯାହା କିଛି ପ୍ରାର୍ଥନା କରୁ, ତାହା ସେ ଶୁଣନ୍ତି ବୋଲି ଯଦି ଆମ୍ଭେମାନେ ଜାଣୁ, ତେବେ ତାହାଙ୍କ ଛାମୁରେ ଯାହା ପ୍ରାର୍ଥନା କରିଅଛୁ, ସେହି ସବୁ ଯେ ପାଇଅଛୁ, ଏହା ମଧ୍ୟ ଜାଣୁ ।“ - ୧ ଯୋହନ 5:15
ଶୀତରେ ଥରୁ ଥିବା ପିଲାଙ୍କୁ ଦେଖି ମାଆ ନିର୍ମଳାଙ୍କୁ ବହୁତ ଦୁଃଖ ଲାଗୁଥାଏ !ବର୍ଷା ପାଣି ଝରୁଥିବା ଘରେ, ତାଙ୍କ ଠାରେ ଥିବା ଏକ ବେଡ଼ସିଟକୁ ତାର ଦୁଇଟି ସନ୍ତାନ ଘୋଡେଇ ହୋଇ ବସି ରହିଥାନ୍ତି !ତାଙ୍କର ଦୁଃଖକୁ କାହାରି ସହ କହିବି ବୋଲି ଜାଣି ନ ପାରି ମାଆ ବସିଥାଏ !ତାଙ୍କ ସ୍ୱାମୀ କାର୍ଯ୍ୟ କରୁଥିବା କମ୍ପାନୀ ବନ୍ଦ କରିଦେଇ ଥିବା ଯୋଗୁ, ଅନ୍ୟ ଯେକୌଣସି ଠାରେ କାମ ସନ୍ଧାନ କରି ଆସିବି ବୋଲି ଯାଇଛନ୍ତି !ରେସନରେ ଦେଇଥିବା କିରୋସିନ ସରିବାକୁ ଆସିଲା !ସକାଳେ ରାନ୍ଧି ଥିବା ଥଣ୍ଡା ଖାଦ୍ୟ ପିଲାମାନେ ଖାଇବାକୁ ପଡିଲା !ସ୍ୱାମୀଙ୍କର ଅପେକ୍ଷାରେ ଥିବା ଯୋଗୁ ନିର୍ମଳାକୁ ବହୁତ ଭୋକ ପେଟକୁ ରାମ୍ପି ଥାଏ !ସାତ ବର୍ଷ ବୟସ ଡେଭିଡ ପଚାରିଲା, ମାଆ କାହିଁକି ଯୀଶୁ ବାପା ଆମକୁ ଏତେ ଦୁଃଖ ଦେଉଛନ୍ତି ? ପାଞ୍ଚ ବର୍ଷ ବୟସର ରୋଶୀ କହିଲା, ଯୀଶୁ ବାପା କଷ୍ଟ ଦିଅନ୍ତି ନାହିଁ, ଯଦି ଦୁଃଖ ଆସେ ତାହା ଆମ୍ଭ ଉତ୍ତମତା ନିମନ୍ତେ ହିଁ ଆସିବ, ଯଥାଶୀଘ୍ର ଯୀଶୁବାପା ଆମକୁ ଉତ୍ତମ ଘର ଯୋଗାଇବ !ଯୀଶୁଙ୍କର ବିଷୟରେ ଏପଟେ ସେପଟେ କହିବାକୁ ନାହିଁ ବୋଲି ସନଢ଼େ ସ୍କୁଲରେ କହିଲେତ ଡେଭିଡ !ଆସ ଆମ୍ଭେ ପ୍ରାର୍ଥନା କରିବା, ଯୀଶୁ ବାପା ଘର ଦେବେ କହିଲା ରୋଶୀ !ଡେଭିଡ କହିଲା, ଯୀଶୁବାପା ଘର ଦେବାକୁ ଆବଶ୍ୟକତା ନାହିଁ, ଏହି ନଷ୍ଟ ହୋଇଥିବା ଘରକୁ, ଘର ମାଲିକ ସଜାଡି ଦେଲେ ଯଥେଷ୍ଟ !ମାଆ ଭାବିଲା, ଝିଅକୁ ଥିବା ବିଶ୍ୱାସ ପୁଅଙ୍କର ନାହିଁ ବୋଲି ହଁ ଆସ ଆମ୍ଭେ ପ୍ରାର୍ଥନା କରିବା କହିଲା !ସର୍ବପ୍ରଥମେ ରୋଶୀ ଆଣ୍ଠୁ ପାତିଲା, ମାଆ ମୁଁ ପ୍ରାର୍ଥନା କରିବି କି ବୋଲି ପଚାରିବା ଝିଅକୁ ଆଚର୍ଯ୍ୟରେ ନିର୍ମଳା ଦେଖିଲା !ଅବିଶ୍ୱାସୀ ହୋଇଥିବା ସେ ପ୍ରାର୍ଥନା କରିବା ଅପେକ୍ଷା ବିଶ୍ୱାସୀ ହୋଇଥିବା ଝିଅ ପ୍ରାର୍ଥନା କରିବା ଉତ୍ତମ ବୋଲି ଝିଅଟିକୁ ପ୍ରାର୍ଥନା କରିବାକୁ ମନା କଲା ନାହିଁ !ଛୋଟ ହାତକୁ ଉଠେଇ ସେଇ ଝିଅ ଅଦଭୂତ ରୂପେ ପ୍ରାର୍ଥନା କଲା !କବାଟ ମାରିବା ଶବ୍ଦ, ଖୋଲି ଦେଖିଲା ନିର୍ମଳାର ସ୍ୱାମୀ କୁମାର ଠିଆ ହୋଇ ଅଛନ୍ତି !ସ୍ୱାମୀ ପଚାରିଲା, ଏବେ ଯାଏ ପିଲାମାନେ ଶୋଇ ନାହାନ୍ତି କି ? ଡେଭିଡ ଧାଇଁ ଧାଇଁ ବାପାଙ୍କ ସାର୍ଟ ଧରି କହିଲା, ବାପା ସେ କୋଣରେ ଥିବା ଖପରା ପବନ ବୋହିବା ଦ୍ଵାରା ଭାଙ୍ଗିଗଲା, ବର୍ଷାର ପାଣି ଘର ଭିତରକୁ ଆସିବା ଯୋଗୁ ଶୀତ ଲାଗୁଚି !ବାପା କହିଲା, ନିର୍ମଳା ମୋତେ ରାଜା ଦୋରା କାମ ଯୋଗାଇଲା, ତାହାର ଲୁଗା ଦୋକାନର ପଛରେ ଛୋଟ ସୁନ୍ଦର ଘର ରହିଛି, ସେଠାରେ ଆମ୍ଭଙ୍କୁ ରହିବାକୁ କହିଲା, କାଲିକି ଠାରୁ କାମକୁ ଆସ ବୋଲି କହିଲା !ନିର୍ମଳା ଝିଅଙ୍କର ମୁହଁକୁ ଚାହିଁଲା, ମୁଁ ଜାଣିଛି, ଯୀଶୁ ବାପା ଘର ଦେବ, କହିବା ସଦୃଶ୍ୟ ଅଛି ସେହି ଝିଅଟିର ମୁହଁ !ଖପରା ବିହୀନ ସେହି ରନ୍ଦ୍ର ଠାରୁ ଆସିଥିବା ଜହ୍ନର ଉଜ୍ୱଳରେ ଘରଟି ପ୍ରକାଶିତ ହେଲା !ପିଲାମାନେ ତୁମ୍ଭେ ମଧ୍ୟ ଦୁଃଖ ଆସିଲେ, ଯୀଶୁଙ୍କ ନିକଟରେ ପ୍ରାର୍ଥନା କର !ଯୀଶୁ ବାପା ନିଚୟ ଉତ୍ତର ଦେବ, ହଁ ତ, ଓକେ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.