By Village Missionary Movement
Wednesday, 03-Nov-2021ଆଜିର ବାକ୍ୟ (Oriya) 03-11-2021
ପୋଷ୍ଟ କରନ୍ତୁ
“ଆହେ, ପ୍ରାର୍ଥନା ଶ୍ରବଣକାରୀ ଯେ ତୁମ୍ଭେ, ତୁମ୍ଭ ନିକଟକୁ ସକଳ ପ୍ରାଣୀ ଆସିବେ।“ - ଗୀତସଂହିତା 65:2
ଉତ୍ତମ ପ୍ରାର୍ଥନା ହେଉଛି, ପୋଷ୍ଟ ବକ୍ସରେ ଚିଠି ପକାଇ, ତାପରେ ତାହାର ପାଇଁ ରହିଥିବା ଅଜାଗ୍ରତ ସଦୃଶ୍ୟଟି !ମାତ୍ର ଚିଠିଟି ହାତରେ ଧରି, ଏହାକୁ ଉତ୍ତର ନ ଆସିଲେ କଣ କରିବାକୁ ହେବ, ବୋଲି ସନ୍ଦେହ କଲେ, ଯାହାବି ପାଇ ପାରିବା କି ? ଚିଠିକୁ ଆମ୍ଭ ହାତରୁ ପଠାଇ ପୋଷ୍ଟ ବକ୍ସ ଏବଂ ଡାକଵାଲାକୁ ବିଶ୍ୱାସ କରିବା ଛଡା, ସେମାନେ ଅଉ କିଛି ସାଧନ କରି ପାରିବେ ନାହିଁ !
ପବିତ୍ର ଗ୍ରନ୍ଥରେ ଆମ ଦ୍ଵାରା ଦୁଃଖ ପାଇଁ ଥିବା ବ୍ୟକ୍ତି ଜଣକ ଏଲିୟ !ପ୍ରଭୁଙ୍କର ଦୃଷ୍ଟିରେ ମନ୍ଦ କାର୍ଯ୍ୟ କରି ଆସୁଥିବା ଆହାବ ରାଜାଙ୍କର ଠାରେ କହିଲେ, ସେହି ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଏହି କେତେକ ବର୍ଷ କାକର କି ବୃଷ୍ଟି ପଡ଼ିବ ନାହିଁ, କେବଳ ମୋ’ ବାକ୍ୟାନୁସାରେ ହେବ।ତଦଅନୁସାରେ ହେଲା !ସେହି ଦିନ ପରେ ଏଲିୟ ଓ ଆହାବ ରାଜା କର୍ମିଲ ପର୍ବତ ଉପରେ ଅଛନ୍ତି !ଏଲିୟ ଆହାବ ରାଜାଙ୍କ ଠାରେ କହିଲେ, ଅତିଶୟ ବୃଷ୍ଟିର ଶବ୍ଦ ହେଉଅଛି !ଏଲିୟ ପର୍ବତ ଶୃଙ୍ଖକୁ ଯାଇ ଭୂମିରେ ନଇଁପଡି ଆପଣା ଆଣ୍ଠୁ ମଧ୍ୟରେ ମୁଖ ରଖି ପ୍ରାର୍ଥନା କଲେ !ଆପଣା ଦାସକୁ କହିଲେ, ଉଠିଯାଇ ସମୁଦ୍ରଆଡ଼େ ଅନାଅ।ତହୁଁ ସେ ଉଠିଯାଇ ଅନାଇ କହିଲା, କିଛି ନାହିଁ।” ଏଥିରେ ଏଲୀୟ କହିଲେ, ପୁନର୍ବାର ସାତ ଥର ଯାଅ।ତହୁଁ ସେ ସପ୍ତମ ଥର କହିଲା, ଦେଖନ୍ତୁ, ମନୁଷ୍ୟର ହାତ ପରି ଖଣ୍ଡେ କ୍ଷୁଦ୍ର ମେଘ ସମୁଦ୍ରରୁ ଉଠୁଅଛି।ଜଣେ ବ୍ୟକ୍ତି ମନ ଦେଇ ପ୍ରାର୍ଥନା କଲା !ଅଳ୍ପ ସମୟ ମଧ୍ୟରେ ବୃଷ୍ଟି ହେଲା !
ପ୍ରଭୁଙ୍କର ଠାରେ ମୋର ପ୍ରିୟ ବନ୍ଧୁଗଣ, ଆମ୍ଭ ଜୀବନରେ ସମସ୍ୟାର ସମୟରେ ଛଟପଟ ଅବସ୍ଥାରେ ଆମ୍ଭ ଜୀବନକୁ ପ୍ରଭୁଙ୍କର ଠାରେ ସମର୍ପିତ କରି, ତାହାଙ୍କ ଠାରେ ବିଶ୍ୱାସ ରଖି ପ୍ରାର୍ଥନା କଲେ, ସେ କାର୍ଯ୍ୟକୁ ସଫଳ କରିବେ !ଗୋଟିଏ ଚିଠିକୁ ବିଶ୍ୱାସରେ ପୋଷ୍ଟବକ୍ସରେ ପକାଇଲେ ହିଁ ସଠିକ ବ୍ୟକ୍ତିଙ୍କ ନିକଟକୁ ପହଂଚି, ତାହାର ଉତ୍ତର ପାଇ ପାରିବା, ତଦରୂପ ଆମ୍ଭେ ପ୍ରାର୍ଥନା କଲେ ହିଁ ସଦାପ୍ରଭୁ ଆମ୍ଭ ନିମନ୍ତେ କାର୍ଯ୍ୟ କରିବେ !ଆମ୍ଭେ ମଧ୍ୟ ବିଜୟୀ ପାଇବା !ଅବସ୍ଥାକୁ ଦେଖି ହତାଶିଆ ହୁଅନ୍ତୁ ନାହିଁ !ଜୀବନ୍ତ ପରମେଶ୍ୱର ନିଚୟ ଆମ୍ଭ ପ୍ରାର୍ଥନାର ଉତ୍ତର ପଠାଇବ !ଆମେନ୍ !
- ପି. ବିହୁଲା
ପ୍ରାର୍ଥନାର ଅଂଶ :-
ମଣ୍ଡଳୀ ଗୁଡିକରେ ଆରାଧନା କରିବାକୁ ସାହାଯ୍ୟ କରିଥିବା ପରମେଶ୍ୱରଙ୍କର ସ୍ତୁତି କରି ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.