Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 07-11-2021 (Kids Special)
Share:

By Village Missionary Movement

Sunday, 07-Nov-2021

ଆଜିର ବାକ୍ୟ (Oriya) 07-11-2021 (Kids Special)

 

ବିଶେଷକରି ଛୋଟ ପିଲାଙ୍କୁ 

 

“ବରଂ ଅନ୍ୟ ପକ୍ଷରେ ଶରୀରର ଯେ ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଅଧିକ ଦୁର୍ବଳ ବୋଲି ବୋଧ ହୁଏ, ସେହି ସବୁ ଏକାନ୍ତ ପ୍ରୟୋଜନୀୟ;” - କରିନ୍ଥୀୟ 12:22

 

ପ୍ରେମର ଛୋଟ ପିଲାମାନେ, ତୁମ୍ଭେ ବାଇବଲ କାହାଣୀ ଓ ପଶୁପକ୍ଷୀର କାହାଣୀ ଶୁଣିବତ !ତୁମ୍ଭର ହାତରେ ଥିବା ଆଙ୍ଗୁଠି କଥା ହେବା କାହାଣୀ ଏହା ପୂର୍ବରୁ କେବେ ଶୁଣିଛ କି ? ଶୁଣି ନାହାନ୍ତିତ !ଆଜି ହାତର ଆଙ୍ଗୁଠି ଗୁଡିକ କଣ କଥା ହେଲେ ସେହି କାହାଣୀ ଶୁଣିବା କି ? 

 

ଗୋଟିଏ ହାତରେ କେତୋଟି ଆଙ୍ଗୁଠି ଥିବ ? ପାଞ୍ଚଟି ଆଙ୍ଗୁଠି !ଭେରୀ ଗୁଡ଼ !ପ୍ରତ୍ୟେକ ଆଙ୍ଗୁଠିକୁ ଗୋଟିଏ ଗୋଟିଏ ନା ଅଛି, ଜାଣିଛ କି ? ଜାଣିନ କି, ଓକେ, ମୁଁ କହିବି, ଶୁଣ !ବୁଢ଼ା ଆଙ୍ଗୁଠି !ଏହି ଆଙ୍ଗୁଠି କହୁଛି, ମୋତେ ଦେଖ, ମୁଁ ବାଙ୍ଗରା ହୋଇ ରହିଲେ ମଧ୍ୟ ମୁଁ କେତେ ସବଳ ହୋଇ ରହିଛି !ମୋ ବିନା ତୁମ୍ଭେ ଏକ ଛୋଟ ଗ୍ଲାସ ବି ଧରି ଉଠାଇ ପାରିବ ନାହିଁ !ହଁ କହି ଏ ସମସ୍ତ ଆଙ୍ଗୁଠି ମାନି ନେଲେ !ତାପରେ ବିଷଆଙ୍ଗୁଠି କହିଲା, ମୁଁ ହିଁ ସମସ୍ତଙ୍କୁ ରାସ୍ତା ଦେଖାଇବି !ଇଏ, ସେଠାରେ, କହି ଚି଼ହ୍ନ ଦେଖାଇବି !ତେଣୁ ମୁଁ କେତେ ଗୁରୁତ୍ୱ ବୋଲି କହିଲା !ମଝି ଆଙ୍ଗୁଠି କଣ କହିବି ବୋଲି ଆଲୋଚନା କରି ତାହାର ଉଚତାକୁ ଦେଖି କହିଲା, ଆଙ୍ଗୁଠିମାନଙ୍କ ମଧ୍ୟରେ ମୁଁ ହିଁ ଲମ୍ବା ଅଛି !ମୁଁ ହିଁ ସମସ୍ତଙ୍କଠୁ ବଡ଼ ଅଟେ !ଅନାମିକା ଆଙ୍ଗୁଠିକୁ ଅଳ୍ପ ମନେ ଆସିଲା !କଣ ଜାଣିଛ କି ? ବିବାହ ହେଲାବେଳେ ସମସ୍ତେ ମୋତେ ହିଁ ମୁଦି ପିନ୍ଧାନ୍ତି !ସୁନା, ରୁପା, ମୁକ୍ତା, ସବୁ ମୋତେ ହିଁ ପିନ୍ଧାନ୍ତି ବୋଲି ଗର୍ବିତ ହୋଇ କହିଲା !ଶେଷରେ ଥିବା କାନି ଆଙ୍ଗୁଠିକୁ କଣ କହିବାକୁ ହେବ ଜାଣି ପାରିଲାନି ପୁଣି !ଯୀଶୁ ବାପା ମୁଁ କହିବା ନିମନ୍ତେ କିଛି ହିଁ ନାହିଁ ବୋଲି ଦୁଃଖିତ ହେଲା !ସମସ୍ତେ ସେମାନଙ୍କର ବଡ଼ପଣିଆ କହିଲେ ବୋଲି ଆଲୋଚନା କରିବା ବେଳେ, ଯୀଶୁ ବାପା ତାଙ୍କ ସହ କଥା ହେଲେ !କଣ ବୋଲି ଜାଣିଛ କି ? ହାତ ଉଠାଇ ଜୁହାର କରି ପ୍ରାର୍ଥନା କଲା ବେଳେ, ତୁମେ ସିନା ମୋତେ ନିକଟରେ ଥିବ ବୋଲି ଯୀଶୁ ବାପା କହିବା କ୍ଷଣି, ସେଇ କାନି ଆଙ୍ଗୁଠି ବହୁତ ଖୁସି ହେଲା !ହଁ ତୁମ୍ଭେ କହିବା କଥା ସତ !ପୃଥିବୀର କାର୍ଯ୍ୟ କରିବାକୁ, ତୁମ୍ଭେ ସମସ୍ତେ ଉପଯୋଗ ହେଉଛ !କିନ୍ତୁ ପ୍ରାର୍ଥନା କଲାବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିକଟରେ ମୁଁ ହିଁ ରହୁଛି !ପ୍ରାର୍ଥନା କଲେ ସିନା ସମସ୍ତ କାର୍ଯ୍ୟ ହେବ ବୋଲି ସେହି କାନି ଆଙ୍ଗୁଠି କହିଲା !ହଁ କାନି ଆଙ୍ଗୁଠି କହିବା ସତ ବୋଲି ଏ ସମସ୍ତ ଆଙ୍ଗୁଠି ଗୁଡିକ ଗ୍ରହଣ କଲେ !ପିଲାମାନେ ଆଙ୍ଗୁଠି ଗୁଡିକ କଥା ହେବା ଶୁଣିଲ ତ !କାନି ଆଙ୍ଗୁଠି ପରି ତୁମ୍ଭେମାନେ ମଧ୍ୟ ମୋତେ ବଡ଼ପଣିଆରେ କହିବା ପାଇଁ କିଛି ହିଁ ନାହିଁ ? ବାସସ୍ଥାନ ନାହିଁ, ପାଠ ନାହିଁ, ପରିବାରର ପତିଆରା ନାହିଁ ବୋଲି ଭାବୁଛ କି ? କିନ୍ତୁ ତୁମ୍ଭେ ଭଗ୍ନ ମନରେ ପ୍ରାର୍ଥନା କଲା ବେଳେ, ଯୀଶୁ ବାପା ତୁମ୍ଭ ଛାମୁକୁ ଆସିବେ !କିଛିକୁ କାମ ନ ଦେବା ଲୋକ ବୋଲି ଅନେକେ ତୁମ୍ଭଙ୍କୁ କହି ପାରନ୍ତି !କିନ୍ତୁ ଯୀଶୁଙ୍କ ଛାମୁରେ ତୁମ୍ଭେ ଥିବାବେଳେ ଲିଟିଲ ଷ୍ଟାର ଭାବେ ତୁମ୍ଭଙ୍କୁ ପରିବର୍ତ୍ତନ କରିବେ !କଣ ପିଲାମାନେ ଖୁସିତ !ଓକେ ପିଲାମାନେ ଆମ୍ଭେ ଏବେ ଗୋଟିଏ ନୂଆ କାହାଣୀ ଶୁଣିଲୁ ତ !

- ଭଉଣୀ. ଦେବୋରାଲ

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al betasus casibom maximcasino pashagaming maximcasino instagram ban service onlyfans agency