Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 14-11-2021 (Kids Special)
Share:

By Village Missionary Movement

Sunday, 14-Nov-2021

ଆଜିର ବାକ୍ୟ (Oriya) 14-11-2021 (Kids Special)

 

ବିଶେଷକରି ଛୋଟ ପିଲାଙ୍କୁ 

 

“ସରଳ ଲୋକଙ୍କ ପ୍ରତି ଅନ୍ଧକାରରେ ଦୀପ୍ତି ଉଦିତ ହୁଏ; ସେ କୃପାମୟ ଓ ସ୍ନେହଶୀଳ ଓ ଧାର୍ମିକ।“ - ଗୀତସଂହିତା 112:4

 

ପ୍ରକୃତିର ସୌନ୍ଦର୍ଯ୍ୟ ଭରା ଖପୁରି ଘର !ଘର ବାରିର ପଣସ ଗଛ ତଳର ଏକ ପଥର ଉପରେ ବସିଥାଏ ଜଣେ ବାର ବର୍ଷ ବୟସର ବାଳକ, ତାହାଙ୍କ ନାମ ହିଲକିୟା !ସେ ଗୋରା, ପତଳା ଓ ଗୋଲ ମୁଖ ଅଟେ !କିନ୍ତୁ ତାଙ୍କ ଆଖିରୁ ଲୁହ ଝରୁ ଥାଏ, କାହିଁକି ? କାରଣ ସେ ଥନା ଅଟେ !ତାହାର ଦୁଇଟି ଭାଇ ଓ ଗୋଟେ ଭଉଣୀ ଭଲରେ କଥା ହେଉ ଥାନ୍ତି !ତାଙ୍କୁ ହିଁ କାହିଁକି ଏପରି ହେଲା ବୋଲି ସେ ଦୁଃଖ କରୁଥାଏ !ତାଙ୍କ ଗ୍ରାମରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ହିଁ ପାଠ ପଡିବାକୁ ଥାଏ !ଅଷ୍ଟମ ଶ୍ରେଣୀରେ ପରୀକ୍ଷା ଦେଇଥିବା 40 ଜଣଙ୍କ ମଧ୍ୟରେ କେବଳ 12 ଜଣ ହିଁ କୃତକାର୍ଯ୍ୟ ହେଲେ !ସେମାନଙ୍କ ମଧ୍ୟରେ ହିଲକିୟା ଜଣେ !ତାଙ୍କୁ ଧରାଛୁଆଁ କରୁ ନ ଥିବା ଶିକ୍ଷକବୃନ୍ଦ ଆଚର୍ଯ୍ୟ ହୋଇ ଗଲେ !ଯୀଶୁଙ୍କର ପ୍ରେମ ବିଷୟରେ କହି, ପ୍ରାର୍ଥନା କରି ସାକ୍ଷୀ ରୂପେ ଜୀବନଯାପନ କରିବାକୁ ଉଚ୍ଚାହିତ କଲେ !ହିଲକିୟା ଆଜ୍ଞାବହ ହୋଇ ବଢିଲା !ଘର କାମରେ ମାଆଙ୍କୁ ସାହାଯ୍ୟ କଲା !ଚାଷ କାମରେ ବାପାଙ୍କୁ ସାହାଯ୍ୟ କଲା !

 

ନବମ ଶ୍ରେଣୀ ପଡ଼ିବାକୁ ପାଞ୍ଚ କି. ମି.ଦୂର କାରୁଙ୍ଗଲ ମାର୍କେଟ ନାମକ ଗାଁକୁ ଯିବାକୁ ହେବ !ବିଦ୍ୟାଳୟରେ ଫିସ ବାନ୍ଧିବାକୁ ହେବ !ଘରର ପରିସ୍ଥିତି ହେତୁ ହିଲକିୟାର ବଡ଼ ଭାଇକୁ ହିଁ ପାଠ ପଡ଼ିବାକୁ ପରିବାର ସ୍ଥିର କଲେ !ପାଠ ପଡ଼ିବାକୁ ଲକ୍ଷ ରଖି ଥିବା ହିଲକିୟା କାନ୍ଦୁଥାଏ !ଘର ବାରିକୁ ଆସିଥିବା ହିଲକିୟାର ମାଆ, ତାଙ୍କୁ ଦେଖି ଆଚର୍ଯ୍ୟରେ, ଖୁସିରେ, ଲୁହର କାରଣ ପଚାରି ବୁଝିଲା !ପୁଅର ଇଚ୍ଛାକୁ ସଂପୂର୍ଣ୍ଣ କରିବାକୁ ସ୍ଥିର କଲା !ତାହାର ସହପାଠୀମାନଙ୍କ ସହିତ ଚାଲି ଚାଲି ବିଦ୍ୟାଳୟକୁ ଯାଇ ପାଠ ପଡିଲା !ତାର କେବଳ ଗୋଟିଏ ହିଁ ସ୍କୁଲ ୟୁନିଫୋରମ ପୋଷାକ ଥିଲା !ପ୍ରତିଦିନ ତାହା ସଫା କରି, ଓଦା ପୋଷାକ ପିନ୍ଧି ବିଦ୍ୟାଳୟକୁ ଯାଉଥାଏ !ପାଦରେ ଚପଲ ନ ଥାଏ !କେବଳ ପାଠ ପଢାରେ ହିଁ ତାର ଲକ୍ଷ ଥାଏ !1956 ମସିହାରେ ସେ ପଡ଼ୁଥିବା ଇରାନିୟୁଲରେ 38 ଜଣ ଏସ. ଏସ. ଏଲ. ସି. ସରକାରୀ ପରୀକ୍ଷା ଦେଇ କେବଳ ମାତ୍ର ପାଞ୍ଚ ଜଣ ହିଁ କୃତକାର୍ଯ୍ୟ ହେଲେ !ଏମାନଙ୍କ ମଧ୍ୟରେ ହିଲକିୟା ଜଣେ !ଏତିକିରେ ତାର ଥନା ଭଲ ହେବାକୁ, ସେ ଯୀଶୁଖ୍ରୀଷ୍ଟଙ୍କ ଠାରେ ବିନତି କଲା !ଯୀଶୁ ଖ୍ରୀଷ୍ଟ ତାଙ୍କୁ ଅଣରଗଳାରେ ଭାଷଣ ଦେବାକୁ, ସୁମଧୁର ସ୍ୱରରେ ଗାଇବାକୁ ସାହାଯ୍ୟ କଲେ !ସେ ଆନନ୍ଦ ହେଲେ !ହିନ୍ଦୀ ପଡି ଥିବା ହିଲକିୟା, ମାଷ୍ଟେର ଡିଗ୍ରୀରେ "ସାହିତ୍ୟ ରତ୍ନ "ସନମାନ ପାଇଲା !ହିନ୍ଦୀ ପଣ୍ଡିତ ଭାବରେ ସରକାରୀ ଚାକିରି କଲା !ତାମିଲ ପଣ୍ଡିତ ଭାବେ କାର୍ଯ୍ୟ କରୁଥିବା ସାହୋ ଦେଇସିକୁ ବିବାହ କଲା !ପରମେଶ୍ୱର ତାଙ୍କୁ ସେବା ନିମନ୍ତେ ଆମତ୍ରଣ କରିଥିବା ଯୋଗୁ, ସେ ସରକାରୀ ଚାକିରିକୁ ପରିତ୍ୟାଗ କଲା !ଉତ୍ତରପ୍ରଦେଶ ରାଜ୍ୟକୁ ଯାଇ, ମହାନ ପ୍ରଭୁଙ୍କର ସେବା କରି, ଅନେକ ଆତ୍ମା ପ୍ରଭୁଙ୍କ ଠାରେ ସମର୍ପଣ କଲା !ଏହା ଛୋଟ ପିଲାମାନଙ୍କର ପ୍ରାର୍ଥନା, ବିଶ୍ୱାସ ଓ ପରିଶ୍ରମ ହିଁ ତାଙ୍କୁ ମହାନ ସ୍ଥାନକୁ ନେଲା !

 

ଆଜି ଆମ୍ଭ ଭାରତ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବହାରଲାଲ ନେହୁରୁଙ୍କର ଜନ୍ମଦିନ ଅଟେ !ସେ ଛୋଟ ପିଲାମାନଙ୍କୁ ପ୍ରେମ କରୁଥିବା ଯୋଗୁ ତାହାଙ୍କର ଜନ୍ମ ଦିନକୁ "ଶିଶୁ ଦିବସ "ଭାବେ ପାଳନ କରାଯାଉଛି !ଆମ୍ଭ ପ୍ରଭୁଯୀଶୁଖ୍ରୀଷ୍ଟ ଛୋଟପିଲାଙ୍କୁ ବହୁଳ ଭାବେ ପ୍ରେମ କରନ୍ତି !ତୁମ୍ଭେ ତାହାଙ୍କ ଠାରେ ପ୍ରାର୍ଥନା କଲେ ତୁମ୍ଭ ଜୀବନକୁ ଉର୍ନ୍ନତି କରି ଆଶୀର୍ବାଦ କରିବେ !

- ଶ୍ରୀମତୀ ୱାନାଯା ବାଳରାଜ

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom grandpashabet perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet betplay jojobet esbet sonbahis tambet grandpashabet betgit mercurecasino matbet