By Village Missionary Movement
Friday, 19-Nov-2021ଆଜିର ବାକ୍ୟ (Oriya) 19-11-2021
ସିସିଟିଭି କ୍ୟାମେରା
"...ମଦ୍ଦର୍ଶକ ପରମେଶ୍ୱର, (ହେ ପରମେଶ୍ୱର, ତୁମ୍ଭେ ମୋତେ ଦେଖୁଅଛ)...!” - ଆଦି ପୁସ୍ତକ 16:13
ଅପରାଧ ବଡୁଥିବା ଆଜିର ପରିସ୍ଥିତିରେ ସିସିଟିବି କ୍ୟାମେରା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇ ଅଛି !ଜଣ ଗହଳିପୂର୍ଣ୍ଣ ସ୍ଥାନ ଜାହାଜ, ଟ୍ରେନଷ୍ଟେସନ, ବସ ଷ୍ଟାଣ୍ଡ, ହସ୍ପିଟାଲ, ସପିଙ୍ଗମଲ୍, ସାହି, ରାସ୍ତାରେ ଏବଂ ଘରଗୁଡିକରେ ମଧ୍ୟ ଏହି କ୍ୟାମେରା ଖଞ୍ଜା ଯାଇ, ନିରୀକ୍ଷଣ କରାଯାଉଛି !ଆମ୍ଭ ପ୍ରଭୁଯୀଶୁଖ୍ରୀଷ୍ଟ ମଧ୍ୟ ନିରୀକ୍ଷଣ କରୁଥିବା ଇଶ୍ୱର ଅଟନ୍ତି !ଦିନେ ଲୋକେ ଦାନ କରୁଥିବା ବେଳେ ଦାନ ବକ୍ସକୁ ଯୀଶୁଖ୍ରୀଷ୍ଟ ଅନୁଧ୍ୟାନ କରୁଥିଲେ !ଧନୀ ବ୍ୟକ୍ତି ଠାରୁ ଜଣେ ଗରିବ ବିଧବା ସ୍ତ୍ରୀ ଦେଇଥିବା ଦାନକୁ ଦେଖି ତାହାର ଧ୍ୟାନ, ସଚୋଟ, ଆଶା ସମସ୍ତ ଜାଣି ପାରି, ସେ ପ୍ରଭୁଙ୍କ ପ୍ରତି ଦେଇଥିବା ଦାନକୁ ପ୍ରଶଂସା କଲେ !ବହୁତ ବର୍ଷ ପୂର୍ବେ ଜୀବନଯାପନ କରୁଥିବା ଅବ୍ରାହମଙ୍କର ଦ୍ୱିତୀୟ ଭାର୍ଯ୍ୟା, ଯେକି ସାରୀର ଦାସୀ ହାଗାର, ତାର କର୍ତ୍ତୀ ସାରାଙ୍କ ଦ୍ଵାରା କଠିନ ହେବା ବେଳେ ପ୍ରାନ୍ତରକୁ ଚାଲିଗଲା !ଗର୍ବବତୀ ହୋଇଥିବା ହାଗାରର କ୍ରନ୍ଦନ ପରମେଶ୍ୱର ଶୁଣି, ତାହାର ଲୁହକୁ ଦେଖି ତାଙ୍କ ସହ ପରମେଶ୍ୱର କଥା ହେଲା !ତାଙ୍କ ସହ କଥା ହୋଇଥିବା ପରମେଶ୍ୱରଙ୍କୁ, ମଦ୍ଦର୍ଶକ ପରମେଶ୍ୱର, (ହେ ପରମେଶ୍ୱର, ତୁମ୍ଭେ ମୋତେ ଦେଖୁଅଛ) ନାମକରଣ କରି ତାହାଙ୍କ ରବକୁ ଶୁଣି, ତାଙ୍କ ଆଜ୍ଞାବହ ହୋଇ, ତାଙ୍କ କର୍ତ୍ତୀଙ୍କ ନିକଟକୁ ଫେରିଲା !
ମୁଁ ପି.ୟୁ.ସି ଅଧ୍ୟୟନ ସମାପ୍ତ କରି, ଟି.ଇ.ଏଲ. ସି.ଆଶ୍ରମରେ କାର୍ଯ୍ୟରତ ଥିବାବେଳେ 1978 ମସିହାରେ ମନବିଜ୍ଞାନ ଚିକିତ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କରିବାର ସୁଯୋଗ ପରମେଶ୍ୱର ମୋତେ ଦେଲେ !ପ୍ରଥମ ବର୍ଷରେ ମହାବିଦ୍ୟାଳୟର ଅଧ୍ୟକ୍ଷ, ଦିନେ ସଭା ଆଗକୁ ମୋତେ ଡାକି, ମୋ ନିମନ୍ତେ କରତାଳି ଦେବାକୁ କହିଲେ !ମୁଁ ମହାବିଦ୍ୟାଳୟ ପରିସରରେ ଥିବା ଅଳିଆ ଗଦା ଗୁଡିକୁ ନେଇ ଗୋଟିଏ ଜାଗାରେ ପକାଇବା, ସେ ତୃତୀୟ ମହଲାରୁ ବହୁତ ଥର ଦେଖୁଥିଲେ !ଆଉ ଆଶ୍ରମରେ ରହି ପଡ଼ୁଥିବା ମୋର କାର୍ଯ୍ୟ ଓ କାମକୁ ନିରୀକ୍ଷଣ କରି ମୋତେ ପ୍ରଶଂସା କଲେ !ସେହି ଦିନ ରାତିରେ ମୋ ଡାଏରୀରେ ମୁଁ ଏପରି ଲେଖିଲି, "ହେ ମୋର ପରମେଶ୍ୱର, ତୁମ୍ଭେ ମୋତେ ପ୍ରତି ସେକେଣ୍ଡ ଦେଖୁଅଛ!ମୋ କାର୍ଯ୍ୟ କେବଳ ମନୁଷ୍ୟକୁ ହିଁ ନୁହେଁ ତୁମ୍ଭଙ୍କୁ ମଧ୍ୟ ଆନନ୍ଦଦାୟକ ହେବା ଦରକାର !ମୋତେ ସାହାଯ୍ୟ କର" !ଆଉ ବାରମ୍ବାର ଚେଷ୍ଟା କରୁଛି !ବେଳେବେଳେ ମୋ ଦ୍ଵାରା ନ ହେଲେ ପରମେଶ୍ୱରଙ୍କ ଠାରେ କ୍ଷମା ମାଗି ମୁଁ ନିଜକୁ ସୁଧାରିବାକୁ ପ୍ରୟାସ କରୁଛି !
ହଁ ପ୍ରିୟ ବନ୍ଧୁଗଣ, ଆମ୍ଭଙ୍କୁ ନିରୀକ୍ଷଣ କରୁଥିବା କ୍ୟାମେରା ପରମେଶ୍ୱରଙ୍କର ଚକ୍ଷୁ !ତୁମ୍ଭ ଇଚ୍ଛା କରିବାକୁ ମୋତେ ଶିଖାଅ !ତୁମ୍ଭେ ହିଁ ମୋର ସଦାପ୍ରଭୁ !ତୁମ୍ଭର ସୁଧପୂତ ଆତ୍ମା ମୋତେ ଉତ୍ତମ ମାର୍ଗରେ କଢାଇ ନେଉ !ଆମେନ୍ !
- ଶ୍ରୀମତୀ ସାରୋଜା ମୋହନ ଦାସ
ପ୍ରାର୍ଥନାର ଅଂଶ :-
ମହାରାଷ୍ଟ୍ର ଏବଂ ମେକୁୱାଙ୍ଗଲ ପ୍ରାନ୍ତରରେ ସେବା କରୁଥିବା ସେବକଙ୍କର ଗୋଟିଏ ଦର୍ଶନ ସେବକ ଉଠିବା ପାଇଁ ଏବଂ ସାତ ହଜାର ମିଶିନାରୀ ଦ୍ଵାରା ଏକ ଲକ୍ଷ ଗ୍ରାମ ସଂଯୋଗ ହେବା ଯୋଜନା ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.