By Village Missionary Movement
Saturday, 20-Nov-2021ଆଜିର ବାକ୍ୟ (Oriya) 20-11-2021
ଦୟାର ଯୁଗ
“ସଦାପ୍ରଭୁଙ୍କର ବିବିଧ ଦୟା ସକାଶୁ ଆମ୍ଭେମାନେ ବିନଷ୍ଟ ହୋଇ ନାହୁଁ, କାରଣ ତାହାଙ୍କର କରୁଣା ଶେଷ ହୁଏ ନାହିଁ।“ - ଯିରିମୀୟଙ୍କ ବିଳାପ 3:22
2001 ମସିହା ସାଧାରଣତନ୍ତ୍ର ଦିବସ ଦିନ ଗୁଜୁରାଟ ରାଜ୍ୟରେ କିଛି ସେକେଣ୍ଡ ମଧ୍ୟରେ ସୃଷ୍ଟି ହୋଇଥିବା ଭୂମିକମ୍ପ ଦ୍ଵାରା ବହୁତ ବଡ଼ ବିନାଶ ଘଟିଲା !ସେଠାରେ ଚାରିଶହ ପିଲାମାନେ ସାଧାରଣତନ୍ତ୍ର ଦିବସ ଦିନ ଦୋଳ ହୋଇ ବାହାରି ଥିବାବେଳେ ଭୁଷିଡି ଯାଇଥିବା କୋଠାରେ ଅନେକ ପିଲାମାନେ ମୃତ୍ୟୁ ବରଣ କଲେ !ଅନଜାର ଏବଂ କଚ୍ଚ ଜିଲ୍ଲାରେ ପିଲାମାନେ ରଡି କରିଥିବା ଶବ୍ଦ ଏବଂ ସେମାନଙ୍କୁ ଖୋଜି ଆସିଥିବା ମାଆ ମାନଙ୍କ ମନ ବେଦନାର ରଡି ଶୁଭାଗଲା !ଟାଣିଟା ନାମକ ଜଣେ ଖ୍ରୀଷ୍ଟିଆନ ସ୍ତ୍ରୀ କାର୍ଯାଳୟ ଠାରୁ ବାହାରକୁ ଆସିଲା !ସେ ବାହାରକୁ ଆସିବା ସେହି କ୍ଷଣି ଭୂମିକମ୍ପ ହେଲା !ସେହି କାର୍ଯାଳୟ ସମସ୍ତ ଭୁଷିଡି ଗଲା !ସେତେବେଳେ ସେ ସ୍ତ୍ରୀ କହିଲା, ମୁଁ ସେହି କାର୍ଯାଳୟ ଭିତରେ ରହିଥିଲେ ସେହି ଦିନ ହିଁ ମୃତ୍ୟୁ ହୋଇଥାନ୍ତା ! ଆଜି ପର୍ଯ୍ୟନ୍ତ ଜୀବନରେ ରହିବା ପ୍ରଭୁଙ୍କର ଅନୁଗ୍ରହ !
ଏହି କରୋନା ସମୟରେ ମଧ୍ୟ କେତେଜଣ ପ୍ରଭୁଙ୍କର ସେବକଗଣ ଓ ପ୍ରଭୁଙ୍କର ପିଲାମାନେ ମୃତ୍ୟୁବରଣ କଲେ !କିନ୍ତୁ ଆମ୍ଭେ ବଞ୍ଚି ରହିଛୁ ମାନେ ପ୍ରଭୁଙ୍କର ଅନୁଗ୍ରହ ! ଯୀଶୁ କହିଲେ, ଶୀଲୋହରେ ସେହି ଯେଉଁ ଅଠର ଜଣଙ୍କ ଉପରେ ପ୍ରହରୀଗୃହ ପଡ଼ି ସେମାନଙ୍କର ପ୍ରାଣନାଶ କଲା, ସେମାନେ ସମସ୍ତ ଯିରୂଶାଲମବାସୀଙ୍କ ଅପେକ୍ଷା ଅଧିକ ଅପରାଧୀ ବୋଲି କି ତୁମ୍ଭେମାନେ ମନେ କରୁଅଛ ?ମୁଁ ତୁମ୍ଭମାନଙ୍କୁ କହୁଅଛି, ମନ ପରିବର୍ତ୍ତନ ନ କଲେ ତୁମ୍ଭେମାନେ ସମସ୍ତେ ସେହିପରି ବିନଷ୍ଟ ହେବ ।
ସେତେବେଳେ ଯୀଶୁ ଆଉଏକ ଦୃଷ୍ଟାନ୍ତ କହିଲେ, ଜଣକର ଦ୍ରାକ୍ଷାକ୍ଷେତ୍ରରେ ଗୋଟିଏ ଡିମ୍ବିରି ଗଛ ଲଗାଯାଇଥିଲା । ସେ ଆସି ସେଥିରେ ଫଳ ଖୋଜିଲେ, କିଛି ପାଇଲା ନାହିଁ । ତେଣୁ ସେ ମାଳୀକୁ କହିଲେ, ଦେଖ, ଏହି ତିନି ବର୍ଷ ହେଲା ମୁଁ ଆସି ଏହି ଡିମ୍ବିରି ଗଛରେ ଫଳ ଖୋଜୁଅଛି, କିନ୍ତୁ ପାଉ ନାହିଁ; ଏହାକୁ ହାଣିପକାଅ, ଏଇଟା କାହିଁକି ଭୂମିକୁ ମଧ୍ୟ ନଷ୍ଟ କରୁଅଛି ?ମାତ୍ର ସେ ତାହାଙ୍କୁ ଉତ୍ତର ଦେଲା, ପ୍ରଭୁ, ଏହାକୁ ଏହି ବର୍ଷଟି ମଧ୍ୟ ଛାଡ଼ିଦିଅନ୍ତୁ, ମୁଁ ଇତିମଧ୍ୟରେ ଏହାର ଚାରିପାଖ ଖୋଳି ଖତ ଦେବି,ଆଉ ପରେ ଫଳ ହୁଏତ ଭଲ, ନୋହିଲେ ତାହାକୁ ହାଣିପକାଇବେ ।
ଏହି ଦୃଷ୍ଟାନ୍ତରେ ପ୍ରଭୁ ଆମ୍ଭଙ୍କୁ କହିବାର ଅର୍ଥ ହେଲା, ପ୍ରଭୁ ଆମ୍ଭଙ୍କୁ ବଞ୍ଚାଇଛି ମାନେ, ଆମ୍ଭେ ଫଳ ଫଳିବାକୁ ହେବ !ମୃତ୍ୟୁ ବରଣ କରିଥିବା ଲୋକେ ପାପୀ ନୁହନ୍ତି !ସେମାନଙ୍କୁ ପରମେଶ୍ୱର ଦେଇ ଥିବା ଯୋଜନା ପୂର୍ଣ୍ଣ କରି ଚାଲିଗଲେ, ଏହା ହିଁ ତାହାର ଅର୍ଥ !ଆମ୍ଭଙ୍କୁ ପରମେଶ୍ୱରଙ୍କ ଦ୍ଵାରା ଦିଆଯାଇଥିବା ଯୋଜନା ଆମେ ସଫଳତା କରିବାକୁ ହେବ !ଆମ୍ଭେ ପ୍ରାଣର ଦେଶରେ ରହିଥିବା ଯୋଗୁ, ଆମ୍ଭେ ଆଉ ଅଧିକା ପ୍ରଭୁଙ୍କର ନିମନ୍ତେ କାର୍ଯ୍ୟ କରି ପାରିବା !ବିନାଶ ହେଉଥିବା ଆତ୍ମା ନିମନ୍ତେ ପ୍ରାର୍ଥନା କରି ପାରିବା !ପରମେଶ୍ୱର ଦେଇଥିବା ସମୟକୁ ଓ ପ୍ରତିଭାକୁ ବିନିଯୋଗ କରି, ସଦାପ୍ରଭୁଙ୍କ କାର୍ଯ୍ୟ କରି ପାରିବା !ଏହାକୁ ଏହି ବର୍ଷଟି ମଧ୍ୟ ଛାଡ଼ିଦିଅନ୍ତୁ, ମୁଁ ଇତିମଧ୍ୟରେ ଏହାର ଚାରିପାଖ ଖୋଳି ଖତ ଦେବି ବୋଲି ପ୍ରଭୁ କହି ଆମ୍ଭଙ୍କୁ ଆଉ ପ୍ରାଣରେ ରଖିଥିବା ଯୋଜନାକୁ ସଫଳତା କରିବା !ହାଲେଲୁଆ !
- ଭାଇ. ହାନିସ ଶାମୁଏଲ
ପ୍ରାର୍ଥନାର ଅଂଶ :-
ଆମ୍ଭ ସେବାରେ ବ୍ୟବହାର କରୁଥିବା ଚାରିଚକିଆ ଯାହାନ ଉତ୍ତମ ଭାବେ କାର୍ଯ୍ୟ ହେବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.