Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 27-11-2021
Share:

By Village Missionary Movement

Saturday, 27-Nov-2021

ଆଜିର ବାକ୍ୟ (Oriya) 27-11-2021

 

ପରିଶ୍ରମରେ ନିର୍ବାସିତ 

 

"ପ୍ରାୟ ମଧ୍ୟରାତ୍ରରେ ପାଉଲ ଓ ଶୀଲା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ସ୍ତବଗାନ କରୁଥିଲେ,...।" - ପ୍ରେରିତ 16:25

 

ଭାରତୀୟ ରକ୍ତର ପ୍ରେରିତ ବୋଲି କୁହାଯାଉ ଥିବା "ସାଧୁ ସୁନ୍ଦର ସିଂ" ନେପାଳ ଦେଶର ଗ୍ରାମୀଣ ଲୋକମାନଙ୍କ ମଧ୍ୟରେ ସୁସମାଚାର କରୁଥାଏ !ସେହି ଦେଶରେ ସୁସମାଚାରକୁ ବାଧା ହେଉଥିବା ବେଳେ, ଏହାଙ୍କୁ କାରାଗାରରେ ବନ୍ଦୀ କଲେ !ସେ କାରାଗାରରେ ମଧ୍ୟ ଖ୍ରୀଷ୍ଟଙ୍କର ପ୍ରେମ ବିଷୟରେ କହିବାକୁ ତାଙ୍କ ସମୟକୁ ବିନିଯୋଗ କଲା !ସେଥିପାଇଁ ତାଙ୍କୁ ମାଡ଼ ମାରି ତାର ପୋଷାକକୁ ଚିରା କରି, ନିକଟରେ ଥିବା ପଶୁ ଗୁହାଳରେ ଏହାର ଗୋଡ଼ ଓ ହାତକୁ ଏକ କାଠରେ ବାନ୍ଧି ଦେଲେ !ତାଙ୍କ ଦେହ ଉପରେ ଜୋକ ପୋକ ଛାଡିବାରୁ ତାହା ତାଙ୍କରି ରକ୍ତକୁ ଶୋଷି ଦେଲା !ତାହାର ବଳ କ୍ଷୀଣ ହୋଇଗଲା !ହେଲେମଧ୍ୟ ସେହି ମହା କଷ୍ଟରେ ମଧ୍ୟ ଯୀଶୁଙ୍କର ସ୍ତୁତି ଓ ପ୍ରାର୍ଥନା କରିବାକୁ ଆରମ୍ଭ କଲା !ଏହା ଦେଖି ଅଧିକାରୀ ମାନେ, ତାହାର ମସ୍ତିସ୍କ ଖରାପ ହୋଇଗଲା ବୋଲି, ତାଙ୍କୁ ମୁକ୍ତି କରିଦେଲେ !ଏତେ ବଳହୀନ ଥିବା ବେଳେ ମଧ୍ୟ ପଡୋଶୀ ଗ୍ରାମ ଗୁଡିକୁ ଯାଇ, ସାହିରେ ଠିଆ ହୋଇ ସୁସମାଚାର ପ୍ରଚାର କରିବା ଆରମ୍ଭ କଲା !ଏହି କାରାଗାରରେ ଅନୁଭୂତି ବିଷୟରେ କହିବା ବେଳେ ଖ୍ରୀଷ୍ଟଙ୍କର ଉପସ୍ଥିତି ମୋ ସହ ରହିବା ଦ୍ଵାରା ତାହା ମୋତେ ଅନୁଗ୍ରହର ମୋକ୍ଷ ପରି ଲାଗିଲା ବୋଲି ପ୍ରକାଶ କଲା !

 

ଫିଲିଫି ସହରରେ ପାଉଲ ଓ ଶୀଲା ଖ୍ରୀଷ୍ଟଙ୍କର ସୁସମାଚାର ପ୍ରକାଶ କରିବା ବେଳେ, ସେଠାରେ ଥିବା ରୋମୀୟମାନେ ଯେଉଁସବୁ ରୀତିନୀତି ପାଳନ କରିବା ବିଧିସଙ୍ଗତ ନୁହେଁ ତାହା ଏମାନେ ପ୍ରଚାର କରୁଛନ୍ତି ବୋଲି, ସେମାନଙ୍କୁ ବେତ୍ରାଘାତ କରି, ସେମାନଙ୍କର ବସ୍ତ୍ର କାଢିପକାଇ, ସେମାନଙ୍କୁ କାରାଗାରରେ ନିକ୍ଷେପ କରି ସାବଧାନରେ ରକ୍ଷା କରିବା ନିମନ୍ତେ କାରାରକ୍ଷକକୁ ଦୃଢ଼ ଆଜ୍ଞା ଦେଲେ !ସେମାନେ ଭିତର କାରାଗାରରେ ନିକ୍ଷେପ କରି ସେମାନଙ୍କ ପାଦରେ ହାରିକାଠ ଲଗାଇଲେ !ପରିଶ୍ରମ ଓ ଶାରୀରିକ ଦୁର୍ବଳ ଥିଲେ ମଧ୍ୟ ସେମାନେ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ସ୍ତବଗାନ କଲେ !ପ୍ରଭୁଙ୍କର ଶକ୍ତି ଦ୍ଵାରା କାରାଗାରର ଭିତ୍ତିମୂଳ କମ୍ପିବାକୁ ଲାଗିଲା !ସେମାନଙ୍କର ବନ୍ଦନ ପିଟିଗଲା !ଏମାନଙ୍କୁ ନ ଦେଖି କାରାରକ୍ଷକ ଆତ୍ମହୂତି କରିବାକୁ ମନସ୍ତ କଲା !ସଂଗେ ସଂଗେ ପାଉଲ ତାଙ୍କୁ ରକ୍ଷା କରି ସେହି କାରାରକ୍ଷକକୁ ଏବଂ ତାଙ୍କ ପରିବାରକୁ ପରିତ୍ରାଣର ମାର୍ଗରେ କଢାଇ ନେଲା !

 

ପ୍ରିୟ ବନ୍ଧୁ, ମୁଁ ଏହି ପରିଶ୍ରମକୁ ଅନୁଭବ କରିପାରୁ ନାହିଁ ବୋଲି ଭାବୁଛ କି ? ଏହି ବୋଝକୁ ବହି ପାରୁ ନାହିଁ ବୋଲି ସଂକୋଚନ ହେଉଛନ୍ତି କି ?ବିବ୍ରତ ହୁଅନ୍ତୁ ନାହିଁ, ଏଥର ଆସୁଥିବା ଏହି ମହିମାରେ, ଏହି ସାଧାରଣ ବାଧା ସମାନ ନୁହେଁ !ତୁମ୍ଭେ କରୁଥିବା ପରିଶ୍ରମ ଦ୍ଵାରା, ଅନେକ ପ୍ରଭୁଙ୍କର ପ୍ରେମର ସ୍ୱାଦ ଚାଖି ପାରିବେ !ଆପଣଙ୍କୁ ମଧ୍ୟ କିଛି ପରିଶ୍ରମ ପରେ, ଯୀଶୁଖ୍ରୀଷ୍ଟ ତାହାର ସାକ୍ଷୀ ରୂପେ ଠିଆ କରାଇବ !କୃଶରେ ଆପଣାକୁ ସମର୍ପିତ ହୋଇ, ଆସନ୍ତା ଦିନମାନଙ୍କରେ ପ୍ରଭୁଙ୍କର ମହିମାକୁ ଅପେକ୍ଷାରେ ଥିବାବେଳେ ପରିଶ୍ରମ ମଧ୍ୟ ନିର୍ବାସିତ ସଦୃଶ୍ୟ ଲାଗିବ !

- ଟି. ମୋନଜ କୁମାର 

 

ପ୍ରାର୍ଥନାର ଅଂଶ :-

ଅଫିସରେ ବ୍ୟବହୃତ ହେଉଥିବା ଲାପଟୋପ, କମ୍ପୁଟରସ, ଉତ୍ତମରୂପେ କାର୍ଯ୍ୟକ୍ଷମ ହେବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon jojobet palacebet sonbahis tambet grandpashabet betgit mercurecasino matbet meritking