Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 30-11-2021
Share:

By Village Missionary Movement

Tuesday, 30-Nov-2021

ଆଜିର ବାକ୍ୟ (Oriya) 30-11-2021

 

ଅଧୀନତା ହୁଅନ୍ତୁ 

 

"...କ୍ଷେତ୍ରର ଫୁଲଗୁଡ଼ିକ ବିଷୟରେ ଭାବି ଶିକ୍ଷା ଗ୍ରହଣ କର, ସେଗୁଡ଼ିକ କିପରି ବଢ଼ନ୍ତି; ସେ ସବୁ ପରିଶ୍ରମ କରନ୍ତି ନାହିଁ, କିମ୍ବା ସୂତା କାଟନ୍ତି ନାହିଁ,!” - ମାଥିଉ 6:28

 

ଦିନେ ଜଣେ ସନ୍ୟାସୀ ତେଳ ଆବଶ୍ୟକ ବୋଲି ଗୋଟିଏ ଅଲିଭ ଚାରା ରୋପଣ କଲା !ପ୍ରଭୁ, ଏହାର ଛୋଟ ଚେର ଗୁଡିକ ଉତ୍ତମ ରୂପେ ରୋପିତ ହୋଇ ବିଶାଳ ଭାବେ ବଢିବାକୁ ଏହାକୁ ବର୍ଷା ଆବଶ୍ୟକ, ସେଥିପାଇଁ ଛୋଟ ଛୋଟ ବର୍ଷା ବର୍ଷାଅ ବୋଲି ପ୍ରାର୍ଥନା କଲା ! ସଦାପ୍ରଭୁ ବର୍ଷା ବରଷାଇଲେ !ପ୍ରଭୁ, ଏହି ଚାରାକୁ ସୂର୍ଯ୍ୟ କିରଣ ଦରକାର ସୂର୍ଯ୍ୟକୁ ପଠାଅ କହିଲା, ବର୍ଷାରେ ଭିଜି ଥିବା ମେଘରେ ସୂର୍ଯ୍ୟ ପ୍ରକାଶିତ ହେଲା !ଆଉ ଗଛର ପୁଆ ଗୁଡିକ ଉତ୍ତମ ରୂପେ ବଡିବା ପାଇଁ ତୁଷାର ଦରକାର ବୋଲି ପ୍ରାର୍ଥନା କଲା !ସେତେବେଳେ ସେଇ ଚାରା ନିମନ୍ତେ ତୁଷାର ବର୍ଷିଲା !କିନ୍ତୁ ସେଇ ଚାରା ସନ୍ଧ୍ୟା ହେବା ଭିତରେ ମଉଳି ଗଲା !ସନ୍ୟାସୀ ଦୁଃଖିତ !

 

ସେଇ ସନ୍ୟାସୀ ତାଙ୍କ ସଦୃଶ୍ୟ ଅନ୍ୟ ଏକ ସନ୍ୟାସୀ ନିକଟକୁ ଯାଇ ଘଟିଥିବା ସମସ୍ତ ଘଟଣା କହିଲା !ତାହା ଶୁଣି ଥିବା ଦ୍ୱିତୀୟ ସନ୍ୟାସୀ କହିଲା, ମୁଁ ମଧ୍ୟ ଗୋଟିଏ ଛୋଟ ଚାରା ରୋପଣ କଲି !ଏହିଦେଖ ତାହା ଅଭିବୃଦ୍ଧି ହୋଇ ବଢିଲା !ମୁଁ ମୋର ଗଛକୁ ପ୍ରଭୁଙ୍କର ଠାରେ ବିଶ୍ୱାସର ସହିତ ଛାଡି ଦେଲି !ସେଇ ଗଛର ସୃଷ୍ଟି କର୍ତ୍ତା ସେ ଅଟେ, ତେଣୁକରି ତାହାର କଣ ଆବଶ୍ୟକତା, ଆମ ଠାରୁ ସେ ହିଁ ଭଲ ରୂପେ ଜାଣନ୍ତି !ମୁଁ କିଛିବି ବ୍ୟବସ୍ଥା କରିନାହିଁ !ତାହା ନିମନ୍ତେ ମୁଁ କିଛିବି ଭାବନା କରିନାହିଁ !ସଦାପ୍ରଭୁ, ତାହାର ଆବଶ୍ୟକତା ତଫାନ ହେଉକି, ପବନ ହେଉକି, ଖରା ହେଉକି, ଶେଷରେ ବର୍ଷା ହେଉ, ଯାହା ହେଉ ତୁମ୍ଭେ ହିଁ ଦେଖ ବୋଲି ପ୍ରାର୍ଥନା କଲି !ଏଥର ତୁମ୍ଭେ ମଧ୍ୟ ସେଇ ଚାରା ବଢିବା ବେଳେ, ତାହାକୁ ପ୍ରଭୁଙ୍କର ହସ୍ତରେ ସମର୍ପଣ କରି ଦିଅ !ସେ ହିଁ ଦେଖିବ !ଚାର୍ଲଲେସ କାଇମେଲର ମାଆ ଲେଖିଥିବା ଏହି ଘଟଣା ମୋତେ ବହୁତ ବଦଳାଇ ଦେଲା !

 

ଅରଣ୍ୟ ଫୁଲ ଗୁଡିକ ମଧ୍ୟ ତଦ୍ରୁପ ବର୍ଷାରେ ଓ ତୁଷାରରେ ବଢୁଛି !ଏହା ଅନ୍ଧାରରେ, ଦିନ ବେଳେ ଏବଂ ଖରାରେ ମଧ୍ୟ ବଢୁଛି !ସେଗୁଡିକ ଦେଖିବାକୁ କିଏ ନ ଥିଲେ ମଧ୍ୟ ସଦାପ୍ରଭୁ ତାହାକୁ ଅଳଂକୃତ କରୁଛି !ବାକ୍ୟରେ କୁହାଯାଇଛି, କ୍ଷେତ୍ରର ଫୁଲଗୁଡ଼ିକ ବିଷୟରେ ଭାବି ଶିକ୍ଷା ଗ୍ରହଣ କର, ସେଗୁଡ଼ିକ କିପରି ବଢ଼ନ୍ତି; ସେ ସବୁ ପରିଶ୍ରମ କରନ୍ତି ନାହିଁ, କିମ୍ବା ସୂତା କାଟନ୍ତି ନାହିଁ,ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ଶଲୋମନ ସୁଦ୍ଧା ଆପଣାର ସମସ୍ତ ଏୗଶ୍ୱର୍ଯ୍ୟରେ ଏଗୁଡ଼ିକ ମଧ୍ୟରୁ ଗୋଟିକ ପରି ବିଭୂଷିତ ନ ଥିଲେ !

 

ହଁ ମୋର ପ୍ରିୟ ବନ୍ଧୁଗଣ, କ୍ଷେତ୍ରର ଫୁଲ ଗୁଡିକୁ ଅଳଂକୃତ କରୁଥିବା ସଦାପ୍ରଭୁ, ଆଜି ଆମ୍ଭମାନଙ୍କୁ ମଧ୍ୟ ଅଳଂକୃତ କରିବେ !ଚିନ୍ତା ହୁଅନ୍ତୁ ନାହିଁ !ଆମ୍ଭମାନଙ୍କର ଜୀବନକୁ ପ୍ରଭୁଙ୍କର ଠାରେ ସମର୍ପଣ କରିଦେବା !ସେଇ କ୍ଷେତ୍ରର ଫୁଲ ଠାରୁ ତୁମ୍ଭଙ୍କୁ ବହୁତ ପ୍ରେମ କରନ୍ତି !ଆମ୍ଭର ସମସ୍ତ ପାପକୁ କ୍ଷମା କରି ପବିତ୍ରରେ ଜୀବନଯାପନ କରିବାକୁ, ତାଙ୍କ ନିକଟରେ ଆମ୍ଭେ ନିଜକୁ ସମର୍ପିତ ହେବା !ଆମ୍ଭ ଆବଶ୍ୟକତା ଯାହାହେଉ, ( 1ମ ପିତର :-5:7 )ରେ କୁହାଯାଇଥିଲା ପରି ସେ ଆମ୍ଭ ନିମନ୍ତେ ଚିନ୍ତା କରୁଛନ୍ତି, ତେଣୁକରି ଆମ୍ଭର ଜୀବନକୁ ତାଙ୍କ ନିକଟରେ ସମର୍ପିତ କରିବା !ତାହାଙ୍କୁ ହିଁ ବିଶ୍ୱାସ କରିବା !ତାହାଙ୍କ ନିମନ୍ତେ ବଂଚିବା !ତାହାଙ୍କର ଆଗମନ ନିମନ୍ତେ ଅପେକ୍ଷା କରି ରହିବା !ଆମେନ୍ ! 

- ଭାଇ. ଆରୁଲ 

 

ପ୍ରାର୍ଥନାର ଅଂଶ :-

ତିନି ଶହ ପଚାଶ ଗ୍ରାମରେ ଖ୍ରୀଷ୍ଟମାସ ପର୍ବ ପାଳନ କରିବା ନିମନ୍ତେ, ଆବଶ୍ୟକତା ହେଉ ଥିବା ଆର୍ଥିକ ଯୋଗାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet jojobet giriş holiganbet giriş sahabet onwin bets10 bets10 giriş bets10 güncel giriş betcio atlasbet casibom Royalbet Royalbet giriş Royalbet güncel Royalbet meritking perabet casibom holiganbet galabet casibom perabet perabet giriş padişahbet padişahbet giriş grandpashabet kalitebet kalitebet giris betsmove betsmove giris gonebet gonebet giris betnano betnano giriş jojobet jojobet casinomilyon jojobet palacebet sonbahis tambet grandpashabet betgit mercurecasino matbet meritking