Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 03-12-2021
Share:

By Village Missionary Movement

Friday, 03-Dec-2021

ଆଜିର ବାକ୍ୟ (Oriya) 03-12-2021

 

ବିଧବାର ଆଶା 

 

“ସେ ମନ୍ଦିର ନ ଛାଡ଼ି ଉପବାସ ଓ ନିବେଦନ ସହ ଦିନରାତି ଉପାସନା କରୁଥିଲେ ।“ - ଲୂକ 2:37

 

ସମସ୍ତ ପ୍ରକାର ଖୁସିକୁ ହରାଇ ଦେଲି !ବୟସ ହୋଇଗଲା, ଆଉ ମୁଁ କଣ କରି ପାରିବି ? ଆଉ ଇଶ୍ୱରଙ୍କ ନିମନ୍ତେ କିଛି କରି ପାରିବି କି ? ବୋଲି ନିରାଶାରେ ଥିବା ସ୍ତ୍ରୀମାନଙ୍କ ମଧ୍ୟରେ, ଯୌବନ ହରାଇ, ଆରୋଗ୍ୟ କ୍ଷୀଣ ହୋଇ, ଶରୀର ଦୁର୍ବଳ ହୋଇ, ଜୀବନରେ ଥିବା ସମସ୍ତ ସାହାଯ୍ୟ ହରାଇବା ବେଳେ ଇଶ୍ୱରଙ୍କ ସେବା କରି ପାରିବା ବୋଲି ଆହ୍ୱାନ କରୁଛି ଏହି ଚଉରାଅଶୀ ବର୍ଷ ବୟସ୍କା ହାନ୍ନା !ଇଏ କିଏ ? ବାଳକ ଯୀଶୁଙ୍କୁ ସର୍ବପ୍ରଥମେ ଦେବାଳୟକୁ ଆଣିବା ବେଳେ, ଠିକ ସେଇ ସମୟରେ ଆସି ଠିଆ ହୋଇ ପ୍ରଭୁଙ୍କୁ ଅପେକ୍ଷା କରିଥିବା ଭାବବାଦୀନୀ !ଖ୍ରୀଷ୍ଟଙ୍କର ଜନ୍ମକୁ ତଦାରଖ କରି ତାହାର ସ୍ୱଚକ୍ଷୁରେ ଆନନ୍ଦିତ ହୋଇଥିବା ହାନ୍ନା, ଜଣେ ପ୍ରାର୍ଥନାର ବୀର !ସାତ ବର୍ଷ ସ୍ୱାମୀ ସହିତ ବାସ କରିଥିବା କୁମାରୀ !ତାଙ୍କର ସନ୍ତାନମାନଙ୍କ ବିଷୟରେ ପବିତ୍ର ଗ୍ରନ୍ଥରେ କିଛି ବିବରଣୀ ଲେଖା ହୋଇ ନାହିଁ !ହାନ୍ନା ସେ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରି ଆସୁଥିବା ବିଷୟରେ ପବିତ୍ର ଆତ୍ମା ଗୋଟିଏ ବାକ୍ୟରେ ଉତ୍ତମ ରୂପେ ଲେଖି ରଖିଛନ୍ତି !ସେ ମନ୍ଦିର ପରିତ୍ୟାଗ ନ କରିବା ବିଧବା !କାମ ଓ ଦାୟିତ୍ୱ ଅତ୍ୟଧିକ ନ ଥିବା ଯୋଗୁ,ପଡୋଶୀମାନଙ୍କର ଘରୋଇ କାର୍ଯ୍ୟ ମାଗି କରି, ଚରଚିତ ହେଉଥିବା ବିଧବାମାନଙ୍କ ମଧ୍ୟରେ ହାନ୍ନା କୁଆଡେ ନ ଯାଇ, ମନ୍ଦିରରେ ହିଁ ରହିଲା !କେତେ ବଡ଼ ମହାନ ସାକ୍ଷ ଦେଖନ୍ତୁ !

 

ମୋ ମାତା ରାଗଲାଣ୍ଡ ମିଶିନାରୀର ଶିୱାକାଶିରେ ସେବା କରିବା ଦିନରେ ଯୀଶୁଙ୍କୁ ଗ୍ରହଣ କରିବା ଲୋକ !ସ୍ୱାମୀ ୱାଡିୱେଲ ମୁରୁଗାନଙ୍କ ଠାରୁ ମାଡ଼ ଖାଇଲେ ମଧ୍ୟ ମନ୍ଦିର ଯିବା ବନ୍ଦ କରି ନାହାନ୍ତି !ଯାହା ଘଟିଲେ ମଧ୍ୟ ମନ୍ଦିରକୁ ଯିବାକୁ ହେବ ବୋଲି ଇଚ୍ଛା କରୁଥାନ୍ତି !ତାହାଙ୍କର ଆଶା ଛୁଆଁର ଛୁଆଁ ହୋଇଥିବା ଆମ୍ଭମାନଙ୍କୁ ଧରିଲା !ଏହିପରି ମନ୍ଦିରକୁ ପ୍ରେମ କରୁଥିବା ଗୋଟିଏ ବଂଶାବଳି ଅଭିବୃଦ୍ଧି ହେବାକୁ, ସେମାନଙ୍କର ଭକ୍ତି ଓ ଆଶା ହିଁ ତାହାର କାରଣ !ଏହା ଶ୍ରବଣ କରୁଥିବା ଆପଣମାନେ ମନ୍ଦିରକୁ ଏବଂ ପ୍ରଭୁଙ୍କର ଉପସ୍ଥିତକୁ ଆଶା କରୁଛନ୍ତି କି ? ଯୌବନ ବୟସରେ ଏବଂ ମଧ୍ୟମ ବୟସରେ ମଧ୍ୟ ଉପବାସ ରହିବାକୁ ହେବ ବୋଲି ଆଲୋଚନା କରୁଥିବା ଆମ୍ଭଙ୍କୁ, ଉଦାହରଣ ରୂପେ ଚଉରାଅଶୀ ବର୍ଷ ବୟସ୍କା ବିଧବା ମାଆ, ରାତିଦିନ ଉପବାସ କରି ପ୍ରାର୍ଥନା କରୁଥାଏ ଏବଂ ଇଶ୍ୱରଙ୍କର ଅପେକ୍ଷାରେ ରହୁଥାଏ ବୋଲି ଦେଖୁଛୁ !ଆମ୍ଭେ ସତ୍ୟରେ ପ୍ରଭୁଙ୍କୁ ପ୍ରେମ କରୁଥିଲେ, ବିନାଶ ହେଉଥିବା ଆତ୍ମାମାନଙ୍କୁ ବୋଝର ସହିତ ଉପବାସ ରହି, ପ୍ରାର୍ଥନା କରିବାକୁ ଆଜି ହିଁ ସ୍ଥିର କରିବା !

 

ପ୍ରିୟ ବନ୍ଧୁଗଣ, ଆମ୍ଭେ ମଧ୍ୟ ହାନ୍ନାଙ୍କର ସଦୃଶ୍ୟ ଧାର୍ମିକରେ ଇଶ୍ୱରଙ୍କୁ ପ୍ରେମ କରିବା !ବୟସ ହୋଇଗଲା ବୋଲି ଘର ଭିତରେ ନ ରହି ପ୍ରାର୍ଥନା କରୁଥିବା !ମଶୀହ ହୋଇଥିବା ଯୀଶୁଖ୍ରୀଷ୍ଟଙ୍କ ମଧ୍ୟମରେ ପରିତ୍ରାଣକୁ ପ୍ରକାଶ କରିବା !ଏହିପରି ଜୀବନଯାପନ କରିବାକୁ ସଦାପ୍ରଭୁ ସାହାଯ୍ୟ କରନ୍ତୁ !ଆମେନ୍ !

- ଶ୍ରୀମତୀ ଯାବା ଡେଭିଡ ଗାଣେଶାନ୍

 

ପ୍ରାର୍ଥନାର ଅଂଶ :-

ହୋମ ପିଲାମାନଙ୍କର ବିଦ୍ୟାଳୟର ପିସ ପଇଠ କରାଯାଇ ନାହିଁ, ଏହି ମାସ ଭିତରେ ତାହା ପଇଠ କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al Elexbet matbet giriş matbet instagram unban x unban twitter unban palacebet setrabet