By Village Missionary Movement
Wednesday, 08-Dec-2021ଆଜିର ବାକ୍ୟ (Oriya) 08-12-2021
ଏମିତି ରହି ପାରିବ କି ?
“ସେ ଚିତ୍କାର କିମ୍ବା ଉଚ୍ଚ ଶବ୍ଦ କରିବେ ନାହିଁ, କିଅବା ରାଜପଥରେ ଆପଣା ରବ ଶୁଣାଇବେ ନାହିଁ।“ - ଯିଶାଇୟ 42:2
ଚେନ୍ନାଇର ବିଖ୍ୟାତ ମୋଦେର ତେରେସା ଡାକ୍ତରଖାନାରେ ସ୍ବେଛାସେବୀ ଦୋଳ ରହିଛି !ତାହା ଅଜଣା ଘଟଣାରେ, ମୃତ୍ୟୁ ସମ୍ମୁଖୀନ ଲୋକମାନେ ଅସୁବିଧା ବେଳେ, ସେମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ନିସ୍ଵାର୍ଥପରରେ, ଯେକୌଣସି ପ୍ରତିଫଳକୁ ଆଶା ନ କରି ଆଗକୁ ଆସି ସାହାଯ୍ୟ କରିବା ଦୋଳ !ଏଠାରେ ଥିବା ସ୍ବେଛାସେବୀମାନଙ୍କ ମଧ୍ୟରେ ସ୍ବଇଛାରେ ତାଙ୍କ ନାମକୁ ଏଫ. ପି.ବି ବ୍ୟାବସ୍ଥାପିକାରେ ମାତା ଦଳରେ ତାଙ୍କ ନାମକୁ ରେଜିଷ୍ଟ୍ରେର ଭୁକ୍ତ କରିଛନ୍ତି !
ଦିନେ ଅକସ୍ମାତରେ ଚେନ୍ନାଇ ରେଳ ଷ୍ଟେସନରେ କିଏ ଜଣେ ଅପରିଚିତ ବ୍ୟକ୍ତି ଅଚେତ ହୋଇ ପଡି ଯାଇଛି, ତାହାର ସାହାଯ୍ୟ ଆବଶ୍ୟକ ବୋଲି ସମାଚାର ଆସିଲା !ତାହା ଶୁଣିବା କ୍ଷଣି,ଅଳ୍ପ ସେକେଣ୍ଡ ମଧ୍ୟରେ ଦୁଇ ଚକିଆ ଯାହାନ ଧରି ଚେନ୍ନାଇ ରେଳ ଷ୍ଟେସନକୁ ଯାଇଥିବା ଜଣେ ସ୍ବେଛାସେବୀ, ତାହା ପୂର୍ବରୁ ସେଠାରେ ଥିବା ତିନି ଜଣ ବ୍ୟକ୍ତିଙ୍କ ସହିତ ମିଶି ଅଚେତ ବ୍ୟକ୍ତିକୁ ପ୍ରାଥମିକ ଚିକିତ୍ସା କରି, ତାହାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ସାହାଯ୍ୟ କଲା !ଠିକ ସମୟରେ, ସାହାଯ୍ୟ ଦରକାର ଲୋକଙ୍କୁ ସାହାଯ୍ୟ କଲି ବୋଲି ମନ ତୃପ୍ତିରେ ନିକଟରେ ଥିବା ତିନି ଜଣଙ୍କ ଠାରେ ପଚାରିଲା, ଆଜ୍ଞା ଆପଣ କଣ କରୁଛନ୍ତି ? ସେ ଉତ୍ତର କଲା, ମୁଁ ଜଣେ ଜିଲ୍ଲାପାଳ ଅଟେ !
ଖ୍ରୀଷ୍ଟଯୀଶୁ ମଧ୍ୟ ସ୍ବର୍ଗୀୟ ମହିମାକୁ ପରିତ୍ୟାଗ କରି ଏହି ପୃଥିବୀକୁ ନମ୍ରତା, ବିଧେୟ, ଦାସତ୍ଵ ରୁପକୁ ଧାରଣ କରି ଗୁହାଳକୁଣ୍ଡରେ କୌଣସି ପ୍ରକାର ଅଧିକାର, ବିଳାସପୂର୍ଣ୍ଣ, ବସତି ନ ଥାଇ ମଣିଷକୁ ପରିତ୍ରାଣ କରିବାକୁ ଆସିଲେ !ରାଜାମାନଙ୍କର ରାଜା ହୋଇଥିବା ଯୀଶୁଖ୍ରୀଷ୍ଟ ସିଂହାସନ ଉପରେ ଥିବା ପେଣ୍ଡାଲରେ ବସି ନାହାନ୍ତି !ଆମ୍ଭେ ଆପଣା ନିମନ୍ତେ ଆଲୋଚନା କରିବା !ଗୁହାଳକୁଣ୍ଡରେ ପଡିରହିଥିବା ରାଜାମାନଙ୍କର ରାଜା ସମୁଖରେ ,ରେଳ ଷ୍ଟେସନରେ ପଡି ରହିଥିବା ଅଚେତ ଲୋକକୁ ଦେଖି ଡାକ୍ତରଖାନାକୁ ନେଇ ସାହାଯ୍ୟ କରିଥିବା ଜିଲ୍ଲାପାଳଙ୍କ ସମୁଖରେ, ଆମ୍ଭେ କିପରି ରହିଛୁ ? ବିଦ୍ୟା, କୋଠାବାଡ଼ି, ଅଧିକାରକୁ ମନ ଭିତରକୁ ନେଇ ଆମ୍ଭେ ଗର୍ବିତ ଦେଖା ଯାଉଛୁ କି ? ନାଇତ ପୃଥିବୀକୁ ଆସି ପରିତ୍ରାଣ କର୍ତ୍ତା ସଦୃଶ୍ୟ ନମ୍ରତା ଦେଖା ଯାଉଛୁ କି ? କେବଳ ସେତିକି ନୁହେଁ, "..........ଯୀଶୁଖ୍ରୀଷ୍ଟ ଶୟତାନ କର୍ତ୍ତୃକ ପ୍ରପୀଡ଼ିତ ସମସ୍ତ ଲୋକଙ୍କୁ ସୁସ୍ଥ କରୁ କରୁ ସର୍ବତ୍ର ଭ୍ରମଣ କଲେ....." (ପ୍ରେରିତ :-10:38 )ରେ ଲେଖା ଯାଇଛି !ରାସ୍ତା କଡରେ ପଡି ଥିବା ଲୋକଙ୍କୁ ଦେଖି ଫିଟାଇ ହୋଇ ଚାଲିଯାଇ ଥିବା ଲେବିଙ୍କ ସଦୃଶ୍ୟ ନ ହୋଇ ଉତ୍ତମ ସମରୀୟ ପରି ଆମ୍ଭେ ମଧ୍ୟ ସାହାଯ୍ୟକାରି ମନ ରହି, ଯୀଶୁଙ୍କ ସଦୃଶ୍ୟ ଆମ୍ଭେ ଦେଖା ଯିବାକୁ ପ୍ରୟାସ କରିବା !
- ଶ୍ରୀମତୀ ଜସ୍ମିନ ପାଲ
ପ୍ରାର୍ଥନାର ଅଂଶ :-
ବାଇବଲ କଲେଜ ବିଦ୍ୟାର୍ଥୀ ରହିବାକୁ ନିର୍ମାଣ କରାଯାଉ ଥିବା କୋଠା ଶୀଘ୍ର ନିର୍ମାଣ ନିମନ୍ତେ ଏବଂ ଆବଶ୍ୟକ ପାଇବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.