By Village Missionary Movement
Monday, 20-Dec-2021ଆଜିର ବାକ୍ୟ (Oriya) 20-12-2021
ଅନୁଭବ କର, ପ୍ରକାଶ କର
“ସେମାନେ ଏହା ଦେଖି ସେହି ଶିଶୁଙ୍କ ବିଷୟରେ ସେମାନଙ୍କୁ ଯେଉଁ କଥା କୁହାଯାଇଥିଲା, ତାହା ପ୍ରକାଶ କଲେ” - ଲୂକ 2:17
ପୃଥିବୀରେ ପ୍ରତି ମଣିଷ ତାଙ୍କ କାନରେ ଅନେକ ସନ୍ଦେଶ ଶୁଣୁଛନ୍ତି !ଶୁଣୁଥିବା ସନ୍ଦେଶ ଉତ୍ତମ କି ମନ୍ଦ ହେଲେବି ତାହାକୁ କିପରି ଦେଖିବାକୁ ହେବ, ତାହାକୁ ତାହାର ନିଜର ଅନୁଭୂତିରେ କିପରି ଅନୁଭବ କରିବାକୁ ହେବ ବୋଲି ପ୍ରତ୍ୟେକ ଜଣ ଆଗ୍ରହରେ ଅଛନ୍ତି !ତୃତୀୟରେ ଗୋଟିଏ କାର୍ଯ୍ୟ ହେଉଛି, ତାହାକୁ ପ୍ରକାର କରିବା ଯଥା ଅନ୍ୟମାନଙ୍କୁ ସେୟାର କରିବା !ଆଜି ସୋସିଆଲ ମିଡିଆରେ, ଏହାହିଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଛି !ସେମାନଙ୍କୁ ପ୍ରୟୋଜନ ହେବା ଗୋଟିଏ କାର୍ଯ୍ୟକୁ ଅନେକଙ୍କୁ ସେୟାର କରିବାକୁ ହେବ ବୋଲି ଅନେକଙ୍କୁ ଟାର୍ଗେଟ କରାଯାଇଛି !ସୋସିଆଲ ମିଡ଼ିଆ ଦ୍ଵାରା ପୃଥିବୀରେ ଯେକୌଣସି ଗୋଟିଏ କୋଣରେ ଉଠାଉ ଥିବା ଗୋଟିଏ ଫୋଟକୁ ସାରା ପୃଥିବୀର ଚାରିପଟେ ଘୁରିବୁଲୁଛି !
ପବିତ୍ର ବାଇବଲରେ ଲୁକ ଦ୍ୱିତୀୟ ଅଧ୍ୟାୟରେ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ବିଷୟରେ ଦେବଦୂତମାନେ ମେଷପାଳକମାନଙ୍କୁ ପ୍ରକାଶ କରୁଛନ୍ତି !ମେଷପାଳକମାନେ ତାହାକୁ ଆଗ୍ରହରେ ଶୁଣିଲେ !ଶୁଣିବା ପରେ ମେଷପାଳକମାନେ ପରସ୍ପର କହିବାକୁ ଲାଗି ଆଲୋଚନା କରୁଛନ୍ତି !ଡେରି ନ କରି ପ୍ରବଳ ଶୀତଦିନ ବୋଲି ନ ଦେଖି ତୀବ୍ରତରେ ଯାଇ ମାରିୟମ ଓ ଯୋଶେପଙ୍କୁ ଏବଂ ଯୀଶୁ ଖ୍ରୀଷ୍ଟଙ୍କୁ ଦର୍ଶନ କରୁଛନ୍ତି !ତାପରେ ସେମାନେ କରୁଥିବା ହିଁ ପ୍ରଧାନ କାର୍ଯ୍ୟ !ସେମାନେ ଶୁଣିଥିବା ଓ ସ୍ବପ୍ନ ପାଇଥିବାକୁ ପ୍ରସାରଣ କରିବାକୁ ଆରମ୍ଭ କଲେ !କେତେ ବଡ଼ ଗୋଟିଏ ଉତ୍ତମ ଉଦାହରଣ !ଶୁଣିଥିବା ସମସ୍ତେ ଆଚର୍ଯ୍ୟ ହୋଇ, ମେଷପାଳକଗଣ ଯୀଶୁଖ୍ରୀଷ୍ଟଙ୍କର ଜନ୍ମକୁ ପ୍ରକାଶ କରୁଛନ୍ତି !
ପ୍ରିୟ ବନ୍ଧୁଗଣ,ଆଜିର ଦିନରେ ଆମ୍ଭମାନଙ୍କର ଅବସ୍ଥା କଣ ? ପ୍ରଭୁଙ୍କର ଓ ପ୍ରଭୁଙ୍କର ବିଷୟର କାର୍ଯ୍ୟକୁ ଆଗ୍ରହରେ ଶ୍ରବଣ କରୁଛୁ କି ? ତାହାପରେ ତାହାକୁ ମୁଁ ଅନୁଭବ କରିବାକୁ ହେବ ବୋଲି ଆଲୋଚନା କରୁଛୁ କି ? ନାଇତ ପରିତ୍ୟାଗ କରି ଦେଉଛୁ କି ? ତୃତୀୟରେ ତାହା ଅନ୍ୟମାନଙ୍କୁ ପ୍ରକାଶ କରିବାରେ କେତେ ଆମେ ଆଗଭର ହେଉଛୁ ? ଏହା ଲେଖୁଥିବା ବେଳେ ପ୍ରଭୁଙ୍କର ଦାସ ଏବିଲ ଜାବାତ ସିଂ ଲେଖିଥିବା ବାକ୍ୟ ମନେ ଆସୁଛି, ଯୀଶୁଙ୍କୁ ଗ୍ରହଣ କରିବା, ଅନୁଭବ କରିବା, ଘୋଷଣା କରିବା !ହଁ ଆମ୍ଭ ହସ୍ତରେ ସ୍ମାଟଫୋନ ନାମକ ପୃଥିବୀ ଆମର ଅଛି !ସେଥିରେ ବ୍ୟର୍ଥରେ ସମୟକୁ ନଷ୍ଟ ନ କରି ପ୍ରଭୁଙ୍କର କାର୍ଯ୍ୟକୁ ଅନ୍ୟମାନଙ୍କୁ ସେହି କାର୍ଯ୍ୟକୁ ସେୟାର କରିବା !ଯୀଶୁଙ୍କ ବିଷୟର କାର୍ଯ୍ୟଗୁଡିକ ପୃଥିବୀର କୋଣେଅନୁକୋଣେ ଥିବା ପ୍ରତ୍ୟେକ ଲୋକଙ୍କୁ ପ୍ରେରଣ କରିବା !ଏହା ଆମ୍ଭମାନଙ୍କର ହସ୍ତରେ ଅଛି !ଗ୍ରହଣ କରି କାମ କରିବା, ପୃଥିବୀକୁ ଯୀଶୁଙ୍କ ନିମନ୍ତେ ନିଜର କରିବା !
- ଟି. ଶଙ୍କର ରାଜ
ପ୍ରାର୍ଥନାର ଅଂଶ :-
ଆମ୍ଭ ସହ ମିଶି ସେବା କରୁଥିବା ସହଯୋଗୀ ମିଶିନାରୀଙ୍କୁ ସେବା କାର୍ଯ୍ୟରେ ପରମେଶ୍ୱର ଶକ୍ତିଶାଳୀ ଭାବେ ସେମାନଙ୍କୁ ବ୍ୟବହାର କରିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.